ପ୍ରମୂଖ ଖବର
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

ତାଜମହଲରେ ଗେରୁଆ ପତାକା ଉଡାଇଲେ ମହିଳା, ଗଙ୍ଗାଜଳ ମଧ୍ୟ ଢାଳିଲେ : ଭିଡ଼ିଓ ଭାଇରାଲ

ଆଗ୍ରା : ଉତ୍ତର ପ୍ରଦେଶର ଆଗ୍ରା ସ୍ଥିତ ତାଜମହଲ ଭିତରେ ଜଣେ ମହିଳା ଉଡ଼ାଇଲେ ଗେରୁଆ ପତାକା। ଏହାସହ ବୋତଲରେ ଜଳ ଆଣି ମଧ୍ୟ ଢାଳିଲେ। ଅଖିଳ ଭାରତ ହିନ୍ଦୁ ମହାସଭା ଏହାକୁ ଗଙ୍ଗାଜଳରେ ଜଳାଭିଷେକ କରାଯାଇ ଥିବା କହିଛି। ଏପଟେ , ଘଟଣାର ସୂଚନା ପାଇବା କ୍ଷଣି ସିଆଇଏସଏଫ୍‌ର ଯବାନମାନେ ମହିଳାଙ୍କୁ ଧରି ନେଇଛନ୍ତି। ବର୍ତ୍ତମାନ ସଂପୃକ୍ତ ମହିଳାଙ୍କୁ ପଚରାପଚରି କରାଯାଉଛି। 

ଉଲ୍ଲେଖନୀୟ ଯେ, ତାଜମହଲ ଭିତରେ ଜଳ ଢାଳିବାର ଏହା ଦ୍ୱିତୀୟ ମାମଲା। ଆଜି ଶ୍ରାବଣ ସୋମବାରରେ ଜଣେ ମହିଳା ତାଜମହଲର ଛାତରେ ଚଢି ଥିଲେ। ପ୍ରଥମେ ତ ସେ ଜଳ ଢାଳିଲେ, ପରେ ସେଠାରେ ଗେରୁଆ କପଡ଼ା ଉଡାଇ ଥିଲେ। ମହିଳାଙ୍କ ନାଁ ମୀରା ରାଠୋର ଥିବା କୁହାଯାଉଛି ଏବଂ ସେ ଅଖିଳ ଭାରତ ହିନ୍ଦୁ ମହାସଭା ସହ ଜଡ଼ିତ। ମୀରା ରାଠୋର କିଛି ଦିନ ପୂର୍ବେ କାଉଡି ନେଇ ତାଜମହଲରେ ପହଞ୍ଚି ଥିଲେ, ସେତେବେଳେ ତାଙ୍କୁ ବାହାରେ ରୋକି ଦିଆ ଯାଇଥିଲା।  

ଦୁଇ ଦିନ ପୂର୍ବେ ମଧ୍ୟ ଦୁଇଜଣ ଯୁବକ ତାଜମହଲ ଭିତରେ ଓମ୍‌ର ଷ୍ଟିକର ଲଗାଇ ଥିଲେ ଏବଂ ଏହା ଉପରେ ପାଣି ବୋତଲରେ ଜଳ ଚଢାଇ ଥିଲେ। ଏହାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଏହି ଯୁବକମାନେ ଦାବି କରିଥିଲେ ସେ ବୋତଲରେ ଗଙ୍ଗାଜଳ ନେଇ ଆସିଥିଲେ ଏବଂ ସେ ତାଜମହଲ ଭିତରେ ଗଙ୍ଗାଜଳ ଚଢାଇ ଥିଲେ। ମାମଲାରେ ଆଗ୍ରାର ଏଡିସିପି ସିଟି ସୂରଜ ରାୟ କହିଥିଲେ କି, ତାଜମହଲରେ ଶନିବାର ଦୁଇ ଯୁବକ ଗଙ୍ଗାଜଳ ଚଢାଇ ଥିଲେ। ଦୁଇ ଯୁବକ ଗଙ୍ଗାଜଳ ବୋତଲରେ ନେଇ ସେଠାକୁ ଯାଇଥିଲେ। ଏହି ସ୍ଥିତିରେ ସେଠାରେ ସୁରକ୍ଷାରେ ଥିବା ଯବାନ କିଛି ଜାଣିପାରି ନଥିଲେ। ଉଭୟ ଯୁବକ ଅଖିଳ ଭାରତ ହିନ୍ଦୁ ମହାସଭା ସହ ସଂପୃକ୍ତ ଥିବାର ଦାବି କରାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.