ପ୍ରମୂଖ ଖବର
  • ଏଫଏମ କଲେଜରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା , କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
  • ||
  • ଲର୍ଡସ୍ ଟେଷ୍ଟ: ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଅଲଆଉଟ୍, ଭାରତ ଆଗରେ ୧୯୩ ରନର ବିଜୟ ଲକ୍ଷ୍ୟ
  • ||
  • ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ବଡ଼ ଘୋଷଣା, ଆସନ୍ତା ୫ ବର୍ଷ ମଧ୍ୟରେ ଏକ କୋଟି ଚାକିରି ଦେବେ ସରକାର
  • ||
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଇତିହାସ ରଚିଲେ ସାର୍‌ ଜାଡ଼େଜା, ବିଶ୍ୱର ପ୍ରଥମ ଖେଳାଳି ଭାବେ କଲେ ଏହି ରେକର୍ଡ

Published By : Ankita S | July 13, 2025 3:19 PM

ନୂଆଦିଲ୍ଲୀ,୧୩/୦୭: ଲର୍ଡସ୍ ଟେଷ୍ଟ ମ୍ୟାଚ୍‌ରେ ଇତିହାସ ରଚିଲେ ସାର୍ ରବିନ୍ଦ୍ର ଜାଡେଜା। ଶତକ ମାରିପାରିନଥିଲେ ବି ସେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍  ଇତିହାସରେ ଏପରି ଏକ କୃତିତ୍ୱ କରିଛନ୍ତି ଯାହା ବିଶ୍ୱ କ୍ରିକେଟକୁ ଚକିତ କରି ଦେଇଛି। ଭାରତର ପ୍ରଥମ ଇନିଂସ୍‌ରେ ଜାଡେଜା ୭୨ ରନର ଥିଲେ । ସ୍କୋର କରିବା ସହିତ, ଜାଡେଜା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଇତିହାସରେ ୧୫ ଅର୍ଦ୍ଧଶତକ, ୧୩୦ରୁ ଅଧିକ ୱିକେଟ୍ ଏବଂ ୨୦୦୦ରୁ ଅଧିକ ରନ କରିଥିବା ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି ।

ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଲେ ଜାଡେଜା-ରବୀନ୍ଦ୍ର ଜାଡେଜା ପୁଣି ଥରେ ଟିମ୍ ଇଣ୍ଡିଆ ପାଇଁ ନିଜର ଉପଯୋଗୀତା ପ୍ରମାଣ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଲର୍ଡସ୍‌ରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଏକ ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧଶତକ କରିଛନ୍ତି। ଜାଡେଜା ଭାରତକୁ ସଂଙ୍କଟରୁ ଉଦ୍ଧାର କରିଥିଲେ । ପ୍ରଥମ ଇନିଂସରେ ଇଂଲଣ୍ଡକୁ ୩୮୭ ରନ ନିକଟତର କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ଏହା ତେନ୍ଦୁଲକର-ଆଣ୍ଡରସନ୍ ଟ୍ରଫିରେ ଜାଡେଜାଙ୍କର ଲଗାତାର ତୃତୀୟ ଅର୍ଦ୍ଧଶତକ।

ଜାଡେଜା ୧୩୧ଟି ବଲ୍‌ରେ ୮ଟି ଚୌକା ଏବଂ ଗୋଟିଏ ଛକା ମାରିବାରେ ସଫଳ ହୋଇଥିଲେ। ନୀତିଶ ରେଡ୍ଡୀଙ୍କ ସହିତ ଚତୁର୍ଥ ୱିକେଟ୍‌ ପାଇଁ ୭୨ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ, ତା’ପରେ ୱାଶିଂଟନ୍ ସୁନ୍ଦରଙ୍କ ସହିତ ୫୦ ରନ୍‌ର ଭାଗୀଦାରୀ କରିଥିଲେ ଏବଂ ଦଳକୁ ଇଂଲଣ୍ଡ ସ୍କୋର୍‌ର ନିକଟତର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ମ୍ୟାଚ୍ ବିଷୟରେ କହିବାକୁ ଗଲେ, ଲର୍ଡସ୍ ଟେଷ୍ଟ୍‌ରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ୩୮୭ ରନ୍‌ କରିଥିଲା। ଭାରତୀୟ ଦଳର ପ୍ରଥମ ଇନିଂସ୍‌ ମଧ୍ୟ ୩୮୭ ରନ୍‌ରେ ଶେଷ ହୋଇଥିଲା । ଭାରତକୁ ଏହି ସ୍କୋର୍‌ରେ ପହଞ୍ଚାଇବାରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା, ଯିଏ ୭୨ ରନ୍‌ର ଏକ ଚମତ୍କାର ଇନିଂସ୍‌ ଖେଳିଥିଲେ। ତୃତୀୟ ଦିନ ଶେଷରେ ଇଂଲଣ୍ଡ ଦ୍ୱିତୀୟ ଇନିଂସ୍‌ରେ କୌଣସି ୱିକେଟ୍‌ ନ ହରାଇ ୨ ରନ୍‌ କରିଥିଲା ।  ସିରିଜ୍‌ ବର୍ତ୍ତମାନ ୧-୧ରେ ବରାବର ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.