ପ୍ରମୂଖ ଖବର
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସ୍‌କୁ ବି ମିଳିଲା ସୁଯୋଗ

Published By : Tapas Panda | July 12, 2025 9:15 PM

ନୂଆଦିଲ୍ଲୀ: ଇଟାଲୀ ଆସନ୍ତା ବର୍ଷ ଭାରତ ଏବଂ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା ପୁରୁଷ ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି । ପ୍ରଥମ ଥର ପାଇଁ ଇଟାଲୀ କ୍ରିକେଟ ଦଳ ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବ । ନେଦରଲ୍ୟାଣ୍ଡସ୍ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି । ୟୁରୋପୀୟ କ୍ୱାଲିଫାୟରରେ ଶୀର୍ଷ-୨ ସ୍ଥାନ ହାସଲ କରି ଉଭୟ ଦଳ ଏହି ସଫଳତା ହାସଲ କରିଛନ୍ତି । ଗତ ୪ଟି ଟି-୨୦ ବିଶ୍ୱକପ୍‌ରେ ଖେଳିଥିବା ସ୍କଟଲ୍ୟାଣ୍ଡକୁ, ଜର୍ସି ବିପକ୍ଷରେ ଶେଷ ବଲ୍‌ରେ ପରାସ୍ତ ହେବାରୁ ନିରାଶ ହେବାକୁ ପଡ଼ିଛି । ସ୍କଟଲ୍ୟାଣ୍ଡ ଆଗାମୀ ଟି-୨୦ ବିଶ୍ୱକପ୍‌ ପାଇଁ ଯୋଗ୍ୟତା ହାସଲ କରିପାରି ନାହିଁ । ଟିମ୍‌ ୪ଟି ମ୍ୟାଚ୍‌ରୁ କେବଳ ଗୋଟିଏ ମ୍ୟାଚ୍‌ ଜିତିଥିଲା ।

ଜୁଲାଇ ୧୧, ୨୦୨୫ରେ ଖେଳାଯାଇଥିବା ୟୁରୋପୀୟ ଯୋଗ୍ୟତା ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ଇଟାଲୀ ଓ ନେଦରଲ୍ୟାଣ୍ଡସ୍‌ ମଧ୍ୟରେ ମୁକାବିଲା ହୋଇଥିଲା। ଯଦିଓ ଏହି ମ୍ୟାଚ୍‌ରେ ଇଟାଲୀକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା, କିନ୍ତୁ ଏହା ଟି-୨୦ ବିଶ୍ୱକପ୍‌ ପାଇଁ ସେମାନଙ୍କର ଯୋଗ୍ୟତାକୁ ପ୍ରଭାବିତ କରିନଥିଲା । ମ୍ୟାଚ୍‌ରେ ଇଟାଲୀ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ୍ ହରାଇ ୧୩୪ ରନ୍ କରିଥିଲା। ଜବାବରେ ନେଦରଲ୍ୟାଣ୍ଡସ୍‌ ୧୬.୨ ଓଭରରେ ମାତ୍ର ଗୋଟିଏ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା ।

ସେପଟେ ଶେଷ ମ୍ୟାଚରେ ଗୋଟିଏ ୱିକେଟରେ ଜିତିବା ସତ୍ତ୍ୱେ ଜର୍ସି ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିଲା । ଇଟାଲୀ ଏବଂ ଜର୍ସି ଉଭୟ ପାଞ୍ଚ ପଏଣ୍ଟ ପାଇଥିଲେ । କିନ୍ତୁ ଭଲ ନେଟ୍ ରନ ରେଟ୍ ଯୋଗୁଁ ଇଟାଲୀ ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ସଫଳ ହୋଇଛି ।

୨୦୨୬ ଟି-୨୦ ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କାରେ ଖେଳାଯିବ। ଆୟୋଜକ ଭାରତ ଏବଂ ଶ୍ରୀଲଙ୍କା ବ୍ୟତୀତ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଆମେରିକା, ୱେଷ୍ଟଇଣ୍ଡିଜ୍, ଆୟର୍ଲାଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଏବଂ କାନାଡା ଟି-୨୦ ବିଶ୍ବକପ୍‌ରେ ସ୍ଥାନ ପକ୍କା କରିସାରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ୨୦ଟି ଦଳ ଅଂଶଗ୍ରହଣ କରିବେ । ଏବେ ବି ଆହୁରି ୫ଟି ଦଳ ଲାଗି ସ୍ଥାନ ଖାଲି ପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.