ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଲର୍ଡସ୍‌ ପାଭିଲିଅନ୍‌ରେ ସଚିନଙ୍କ ପେଣ୍ଟିଂ, ମାଷ୍ଟର ବ୍ଲାଷ୍ଟର କହିଲେ-‘ମୋର ଯାତ୍ରା ପୂରା ହୋଇଛି’

Published By : Krishna Priya | July 11, 2025 8:12 AM

ନୂଆଦିଲ୍ଲୀ ୧୧/୦୭: ଭାରତର କ୍ରିକେଟ୍‌ ଯାଦୁଗର ସଚିନ ତେନ୍ଦୁଲକରଙ୍କ ପାଇଁ ଏକ ସ୍ମରଣୀୟ ଦିନ । ଲଣ୍ଡନରେ ୩ୟ ଟେଷ୍ଟ୍‌ କ୍ରିକେଟ ମ୍ୟାଚ୍‌ ପୂର୍ବରୁ ପାଭିଲିଅନ୍‌ରେ ଉନ୍ମୋଚିତ ହୋଇଛି ସଚିନଙ୍କ ଚିତ୍ରକଳା । ଏ ଅବସରରେ ସଚିନ ଉପସ୍ଥିତ ଥିଲେ । ଏହି ସ୍ମରଣୀୟ ମୁହୂର୍ତ୍ତର ଅନୁଭବକୁ ବର୍ଣ୍ଣନା କରି ସେ କହିଲେ ‘୧୯୮୩ରେ ଯେତେବେଳେ ଭାରତ ବିଶ୍ୱକପ୍‌ ଜିତିଲା, ସେତେବେଳେ ମୁଁ ପ୍ରଥମ ଥର ଲର୍ଡସ୍‌କୁ ଦେଖିଥିଲି । ଆମ କ୍ୟାପ୍ଟେନ୍‌ କପିଲ ଦେବଙ୍କୁ ଟ୍ରଫି ଉଠାଇବାର ଦେଖିଥିଲି ଏବଂ ସେଠାରୁ ମୋର କ୍ରିକେଟ୍‌ ଯାତ୍ରା ଆରମ୍ଭ ହୋଇଥିଲା । ଆଜି ଲର୍ଡସ୍‌ର ପାଭିଲିଅନ୍‌ରେ ମୋର ପେଣ୍ଟିଂକୁ ଦେଖି ମନେହେଉଛି ଯେମିତି ମୋର ଯାତ୍ରା ପୂରା ହୋଇଛି । 

ସଚିନଙ୍କ ପେଣ୍ଟିଂ ଲର୍ଡସ୍‌ର ମ୍ୟାରିଲବୋନ୍‌ କ୍ରିକେଟ୍‌ କ୍ଲବ୍‌ (ଏମ୍‌ସିସି) ରେ ସ୍ଥାନ ପାଇଛି । ପରେ ଏହା ଲର୍ଡସ୍‌ର ବିଶାଳ ପାଭିଲିଅନ୍‌କୁ ସ୍ଥାନାନ୍ତର କରାଯିବ । ଚିତ୍ରଟି ସଚିନଙ୍କ ୨୦୦୦ ମସିହା ପ୍ରାରମ୍ଭ ସମୟର ଫଟୋ ଉପରେ ପର୍ଯ୍ୟବସିତ, ଯେଉଁଥିରେ ସଚିନ ଭାରତର ଧଳା ଟେଷ୍ଟ୍‌ ମ୍ୟାଚ୍‌ ପୋଷାକ ପିନ୍ଧିଛନ୍ତି ଏବଂ ଛୋଟ ଓ କୁଞ୍ଚୁକୁଞ୍ଚିଆ କେଶରେ ପୋଜ୍‌ ଦେଇଛନ୍ତି । 

ଷ୍ଟୁଆର୍ଟ ପିଅରସନ୍‌ ରାଇଟ୍‌ ସଚିନଙ୍କର ଏହି ପେଣ୍ଟିଂକୁ ପ୍ରସ୍ତୁତ କରିଛନ୍ତି । ୧୮ ବର୍ଷ ତଳେ ସଚିନଙ୍କର ଏହି ଫଟୋକୁ ସେ ଘରକୁ ଆଣିଥିଲେ । ପିଅରସନ୍‌ ପୂର୍ବରୁ ଭାରତୀୟ କ୍ରିକେଟ୍‌ ଜଗତର କିମ୍ବଦନ୍ତୀ ତାରକା କପିଲ ଦେବ, ଦିଲିପ ଭେଙ୍ଗସରକର ଓ ବିଶନ ସିଂହ ବେଦୀଙ୍କ ଚିତ୍ରକଳା ପ୍ରସ୍ତୁତ କରିଛନ୍ତି । ଚିତ୍ରକଳା ଉନ୍ମୋଚନ ଅବସରରେ ସଚିନ ନିଜର ପୁରୁଣା ସ୍ମୃତିକୁ ଫେରିଯାଇଛନ୍ତି । ସୋସିଆଲ ମିଡିଆ ପୋଷ୍ଟ୍‌ରେ ପ୍ରସିଦ୍ଧ ଲର୍ଡସ୍‌ ଗ୍ରାଉଣ୍ଡ ସହ ନିଜର ସ୍ମୃତିକୁ ସେ ବର୍ଣ୍ଣନା କରିଛନ୍ତି । ୧୯୮୮ ମସିହାରେ ସେ ଇଂଲଣ୍ଡ ଯାଇଥିଲେ । ୧୯୮୯ ମସିହାରେ ମୁମ୍ବାଇର ପୂର୍ବତନ କ୍ରିକେଟର୍‌ କୈଳାଶ ଗଟ୍ଟାନିଙ୍କ ଦ୍ୱାରା ପରିଚାଳିତ ଷ୍ଟାର୍‌ କ୍ରିକେଟ୍‌ କ୍ଲବ୍‌ ଜରିଆରେ ସେ ଲର୍ଡସ୍‌ ଗସ୍ତ କରିଥିଲେ । କୈଳାଶ ପ୍ରତିଭାସମ୍ପନ୍ନ ଯୁବ ଖେଳାଳିଙ୍କ ପାଇଁ ବିଦେଶ ଗସ୍ତର ଆୟୋଜନ କରିଥିଲେ । ଏହି ଗସ୍ତରେ ସଚିନ ଲର୍ଡସ୍‌ ପାଭିଲିଅନ୍‌ରେ ଠିଆ ହୋଇଥିଲେ । 

ଏବେ ସେହି ପାଭିଲିଅନ୍‌ରେ ତାଙ୍କ ଚିତ୍ରକଳା ଉନ୍ମୋଚିତ ହୋଇଛି, ଯାହାର ଖୁସିକୁ ବର୍ଣ୍ଣନା କରିବା ପାଇଁ ତାଙ୍କ ପାଖରେ ଶବ୍ଦ ନାହିଁ ବୋଲି ସଚିନ କହିଛନ୍ତି । ଏହି ସମ୍ମାନ ପାଇଁ ସେ କୃତଜ୍ଞତା ଜଣାଇଛନ୍ତି । ଲର୍ଡସ୍‌ରେ ସ୍ଥାନ ପାଇଥିବା ଅନ୍ୟ ଚିତ୍ରକଳା ପୂର୍ଣ୍ଣ-ଲମ୍ବର, କିନ୍ତୁ ତେନ୍ଦୁଲକରଙ୍କୁ ଚିତ୍ରରେ ମୁଣ୍ଡରୁ କାନ୍ଧ ପର୍ଯ୍ୟନ୍ତ ବର୍ଣ୍ଣନା କରାଯାଇଛି । ମ୍ୟାରିଲବୋନ୍‌ କ୍ରିକେଟ୍‌ କ୍ଲବ୍‌ ଭିକ୍ଟୋରିଆ ସମୟରୁ କଳା ଓ କଳାକୃତିଗୁଡ଼ିକର ସଂଗ୍ରହ କରିଆସୁଥିଲେ ମଧ୍ୟ, ଲର୍ଡସ୍‌ର ଏହି ଚିତ୍ରକଳା କାର୍ଯ୍ୟକ୍ରମ ଦୀର୍ଘ ୩ ଦଶନ୍ଧି ଧରି ଜାରି ରହିଛି । ୧୯୫୦ରେ ଖୋଲିଥିବା ଏହି ମ୍ୟୁଜିୟମ୍‌ ୟୁରୋପର ସର୍ବପ୍ରାଚୀନ କ୍ରୀଡ଼ା ମ୍ୟୁଜିୟମ୍‌ ଭାବେ ପରିଚିତ ।

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.