ପ୍ରମୂଖ ଖବର
  • ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି,ଉତ୍ତରାଖଣ୍ଡର ସବୁ ସ୍କୁଲ୍‌ରେ ଗୀତା ପାଠ ବାଧ୍ୟତାମୂଳକ
  • ||
  • ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ
  • ||
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

୪୧ ବର୍ଷରେ ଏହି ବଡ଼ ଅମ୍ପାୟରଙ୍କ ପରଲୋକ; ମେଦବହୁଳତା କମାଇବାକୁ ପାକିସ୍ତାନରେ କରିଥିଲେ ସର୍ଜରୀ

Published By : Ankita S | July 9, 2025 9:42 AM

ନୂଆଦିଲ୍ଲୀ,୦୯ /୦୭: ଆଇସିସି ଅମ୍ପାୟର ପ୍ୟାନେଲର ସଦସ୍ୟ ବିସମିଲ୍ଲାହ ଜନ୍‌ ଶିନୱାରୀଙ୍କ ପରଲୋକ ହୋଇଛି । ମାତ୍ର ୪୧ ବର୍ଷ ବୟସରେ ବିସମିଲ୍ଲାହଙ୍କ ନିଧନ ଘଟିଛି । ଏ ଖବରକୁ ନେଇ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି । କିଛି ଦିନ ତଳେ ବିସମିଲ୍ଲାହଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିଲା । ପାକିସ୍ତାନର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହାପରେ ମେଦବହୁଳତା କମାଇବାର ଏକ ଅସ୍ତ୍ରୋପଚାର କରିଥିଲେ । ସର୍ଜରୀ ପରେ ପରେ ତାଙ୍କର ବିୟୋଗ ହୋଇଛି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଓ ଆଫଗାନିସ୍ତାନ କ୍ରିକେଟ୍ ବିସମିଲ୍ଲହଙ୍କ ବିୟୋଗରେ ଶୋକ ପ୍ରକାଶ କରିଛି ।

ବିସମିଲ୍ଲାହଙ୍କ ଭାଇଙ୍କ ସୂଚନା ଅନୁସାରେ, ସେ ଅସୁସ୍ଥତା କାରଣରୁ ପାକିସ୍ତାନର ପେଶାୱର ଯାଇଥିଲେ । ମେଦବହୁଳତା କମାଇବାକୁ ଏକ ସର୍ଜରୀ କରିଥିଲେ । କିଛି ଦିନ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସର୍ଜରୀ ହେଲା କିନ୍ତୁ ଦୁର୍ଭାଗ୍ୟବସତଃ ଅପରେସନ୍ ପରେ ତାଙ୍କର ନିଧନ ହୋଇଛି ।

ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଶୋକବ୍ୟକ୍ତ କରି କହିଛି, ''ଏସିବି ନେତୃତ୍ୱ, କର୍ମଚାରୀ ବିସମିଲ୍ଲାହ ଜାନ୍‌ଙ୍କ (୧୯୮୪-୨୦୨୫) ବିୟୋଗ ସମସ୍ତଙ୍କୁ  ସ୍ତବ୍ଧ କରିଛି । ସେ ଆଫଗାନିସ୍ଥାନ କ୍ରିକେଟର ଜଣେ ମହାନ୍‌ ସେବକ ଥିଲେ ।  ଏ ଦୁଃଖ ସମୟରେ ତାଙ୍କ ପରିବାରକୁ ଆହ୍ଲା ଶକ୍ତି ଦିଅନ୍ତୁ । ବିସମିଲ୍ଲାହ ସର୍ବଦା ଆମ ହୃଦୟରେ ରହିବେ ।''

ଆଫଗାନିସ୍ତାନର ବିସମିଲ୍ଲାହ ୩୪ଟି ଦିନିକିଆ, ୨୬ଟି ଟି-ଟ୍ୱେଣ୍ଟି, ୩୧ଟି ଫାଷ୍ଟକ୍ଲାସ, ୫୧ ଲିଷ୍ଟ ଏ ଏବଂ ୯୬ଟି ଘରୋଇ ଟି-୨୦ ମ୍ୟାଚରେ ଅମ୍ପାୟାରିଂ କରିଥିଲେ । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଅନୁଯାୟୀ, ଡିସେମ୍ବର ୨୦୧୭ରେ ଜଣେ ଅମ୍ପାୟାର ଭାବରେ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ ହୋଇଥିଲା । ସାରଜାହରେ ଆଫଗାନିସ୍ତାନ ଏବଂ ଆୟରଲ୍ୟାଣ୍ଡ ମଧ୍ୟରେ ଏକ ଦିନିକିଆ ମ୍ୟାଚ୍ ପରିଚାଳନା କରିଥିଲେ। ଶିନୱାରୀଙ୍କ ଅନ୍ତିମ ସଂସ୍କାର ନାଙ୍ଗରହାର ପ୍ରଦେଶର ଅଚିନରେ ହୋଇଥିଲା। ଆଫଗାନିସ୍ତାନ ନ୍ୟୁଜ ରିପୋର୍ଟ ଅନୁସାରେ ତାଙ୍କର ତାଙ୍କର ୫ ପୁଅ ଏବଂ ୭ ଝିଅ ଅଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.