ପ୍ରମୂଖ ଖବର
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଫିଡେ ଚେସ୍‌ ମହିଳା ବିଶ୍ୱକପ୍‌, ଚତୁର୍ଥ ରାଉଣ୍ଡରେ ଦିବ୍ୟା

Published By : Prameya | July 14, 2025 10:47 AM

ନୂଆଦିଲ୍ଲୀ,୧୪/୦୭: ଜର୍ଜିଆର ବାତୁମିଠାରେ  ଚାଲିଥିବା ଫିଡେ ଚେସ୍‌ ମହିଳା ବିଶ୍ୱକପ୍‌ରେ ତୃତୀୟ ରାଉଣ୍ଡ୍‌ ଖେଳ ଜାରି ରହିଛି । ଭାରତୀୟ/ ଆଇଏମ୍‌ ଦିବ୍ୟା ଦେଶମୁଖ ଚମତ୍କାର ଖେଳ ପ୍ରଦର୍ଶନ କରି ଚତୁର୍ଥ ରାଉଣ୍ଡରେ  ପ୍ରବେଶ କରିଛନ୍ତି । ଅନ୍ୟ ପଟରେ ବନ୍ତିକା ଅଗ୍ରୱାଲ୍‌ ପ୍ରଥମ ଗେମ୍‌  ଜିତିଥିବାବେଳେ କୋନେରୁ ହମ୍ପି, ଆର୍‌ ବୈଶାଳୀ ନିଜ ନିଜ  ପ୍ରଥମ ଗେମ୍‌ ଡ୍ର’ ରଖିଛନ୍ତି ।  ଭାରତୀୟ ଜିଏମ୍‌ ହାରିକା  ଦ୍ରୋଣାବଳୀ ଉଭୟ ଗେମ୍‌କୁ  ଡ୍ର’ ରଖିଛନ୍ତି । 

ତୃତୀୟ ରାଉଣ୍ଡରେ  ଦିବ୍ୟା ୧.୫-୦.୫ରେ  ସର୍ବିୟାର ତିଓଡୋରା  ଇଞ୍ଜାକଙ୍କୁ ହରାଇଥିଲେ । ସେ ପ୍ରଥମ ଗେମ୍  ଜିତିଥିବାବେଳେ ଦ୍ୱିତୀୟ ଗେମ୍‌କୁ ଡ୍ର’ ରଖିଥିଲେ । ଅନ୍ୟ  ପଟରେ ବନ୍ତିକା ପ୍ରଥମ ଗେମ୍‌ର ବିଶ୍ୱର ୧୧ତମ ମାନ୍ୟତାପ୍ରାପ୍ତ  ରୁଷିଆ ଖେଳାଳି କାଟେରିନା ଲାଗ୍‌ନୋଙ୍କୁ ପରାଜିତ କରିଥିଲେ ।  ସେ ୧-୦ରେ ଆଗୁଆ ରହିଛନ୍ତି । ଜିଏମ୍‌ ଦ୍ରୋଣାବଳୀ ଓ  ଗ୍ରୀସର ଷ୍ଟାଭାରୌଲା ସୋଲାକିଡୌଙ୍କ ମଧ୍ୟରେ ମ୍ୟାଚ୍‌ ୧-୧ରେ  ବରାବର ରହିଛି । 

ସେହିପରି ଜିଏମ୍‌ ବୈଶାଳୀ ଆମେରିକାର  କାରିସା ୟିପ୍‌ଙ୍କ ଏବଂ ଜିଏମ୍‌ ହମ୍ପି ପୋଲାଣ୍ଡର କ୍ଲାଉଡିଆ  କୁଲୋନଙ୍କ ବିପକ୍ଷ ପ୍ରଥମ ବାଜିରେ ପଏଣ୍ଟ ଭାଗ କରିଥିଲେ ।  ବୈଶାଳୀ ଓ କାରିସା ପ୍ରଥମ ଗେମ୍‌ରେ ମାତ୍ର ୧୩ଟି ଗୋଟି  ଚାଳନା ପରେ ପଏଣ୍ଟ ଭାଗ କରିବାକୁ ନିଷ୍ପତ୍ତି ନେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.