ନୂଆଦିଲ୍ଲୀ,୧୩/୦୭: ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ଜିତିଛି ଭାରତୀୟ ମହିଳା ଦଳ । ୫ ମ୍ୟାଚ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍କୁ ୩-୨ ଗୋଲରେ ଜିତିଛି ଭାରତ । ଶେଷ ମ୍ୟାଚ ହାରି ବି ସିରିଜ ଜିତି ଇତିହାସ ରଚିଛି ମହିଳା କ୍ରିକେଟ ଟିମ୍ । ଶେଷ ଟି-ଟ୍ୱେଣ୍ଟି ମ୍ୟାଚରେ ୫ ୱିକେଟ୍ରେ ପରାସ୍ତ ହୋଇଛି ଭାରତ । ୧୦ ୱିକେଟ ନେଇଥିବା ଶ୍ରୀ ଚରଣୀ ପ୍ଲେୟାର ଅଫ୍ ଦି ସିରିଜ ବିବେଚିତ ହୋଇଛନ୍ତି ।
ଶେଷ ଟି-୨୦ ମ୍ୟାଚ ରେଜଲ୍ଟ- ପ୍ରଥମେ ବ୍ୟାଟିଂ କରି ଭାରତ ୧୬୮ ରନ୍ କରିଥିଲା । ଶେଫାଳି ବର୍ମା ୪୧ବଲରେ ୭୫ ରନ୍ର ଦମଦାର ଇନିଂସ ଖେଳିଥିଲେ । ସେହିପରି ରିଚା ଘୋଷ ୨୪ ରନ୍ କରିଥିଲେ । ଇଂଲଣ୍ଡର ଚାର୍ଲି ଡିନ୍ ୨୩ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ । ଘରୋଇ ଦଳକୁ ୧୬୮ରନ୍ର ଟାର୍ଗେଟ ଦେଇଥିଲା ଭାରତ । ୫ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ଇଂଲଣ୍ଡ । ଘରୋଇ ଦଳର ଏହା ସବୁଠୁ ବଡ଼ ଟି-ଟ୍ୱେଣ୍ଟି ରନ୍ ଚେଜ୍ କରିବାରେ ସଫଳ ହୋଇଥିଲା । ଘରୋଇ ଦଳର ସୋଫିଆ ଡଙ୍କଲି ଏବଂ ଡାନିଏଲ ୱାଟ୍-ହଜ୍ ଯୋଡ଼ି ଚମର୍କାର ପ୍ରଦର୍ଶନ କରିଥିଲେ । ସୋଫିଆ ୪୬ ରନ୍ ଓ ଡାନିଏଲ ୫୬ ରନ୍ କରିଥିଲେ । ଏହାବାଦ୍ ଅଧିନାୟିକା ଟାମି ବିଉମୋଣ୍ଟ ୩୦ରନ୍ କରିଥିଲେ । ୩ ୱିକେଟ ନେଇଥିବା ଚାର୍ଲି ଡିନ୍ ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ ।
ପ୍ରଥମ ଥର ଜିତିଲା ସିରିଜ- ୨୦୦୬ ମସିହାରେ ଡର୍ବିରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ୍ରେ ଭାରତ ଇଂଲଣ୍ଡକୁ ପରାସ୍ତ କରିଥିଲା। ସେବେଠାରୁ, ଭାରତୀୟ ଦଳ ଘରୋଇ ଏବଂ ବିଦେଶୀ ମାଟିରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଟି-୨୦ ସିରିଜ୍ କେବେ ଜିତିନାହିଁ। କିନ୍ତୁ ଏଥର ଟିମ୍ ଇଣ୍ଡିଆ ପୂର୍ବ ପରାଜୟକୁ ଭୁଲି ପ୍ରଥମ ଥର ପାଇଁ ଟି-୨୦ ସିରିଜ୍ ଜିତିଛି। ୨୦ ବର୍ଷୀୟ ଶ୍ରୀଚରଣୀଙ୍କୁ ପ୍ଲେୟାର ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲେ । ଡେବ୍ୟୁ ସିରିଜ୍ରେ ୫ ମ୍ୟାଚ୍ରେ ୧୦ ୱିକେଟ୍ ନେବାର ସଫଳତା ହାସଲ କରିଥିଲେ। ଟି-୨୦ ସିରିଜ୍ ଜିତିବା ପରେ, ଟିମ୍ ଇଣ୍ଡିଆ ଜୁଲାଇ ୧୬ରୁ ଆରମ୍ଭ ହେଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ଆୟୋଜକ ଇଂଲଣ୍ଡକୁ ଭେଟିବ।
For scalping 🔟 wickets in 5 matches, left-arm spinner Sree Charani is named the Player of the Series 👏👏
— BCCI Women (@BCCIWomen) July 12, 2025
Scorecard ▶️ https://t.co/lSqFx9aVLP#TeamIndia | #ENGvIND pic.twitter.com/pgryWXkYbp