ଲଣ୍ଡନ, ୧୫/୦୭: ଲର୍ଡ୍ସରେ ତୃତୀୟ ଟେଷ୍ଟ ଅତି ରୋମାଞ୍ଚକର ହୋଇଥିଲା । ଶେଷରେ ଭାରତ ମାତ୍ର ୨୨ ରନ୍ରେ ମ୍ୟାଚକୁ ହାତଛଡ଼ା କରିଥିଲା । ମ୍ୟାଚ୍ ପରାଜୟକୁ ନେଇ ଅଧିନାୟକ ଶୁଭମନ ଗିଲ ଆଦୌ ଦୁଃଖିତ ନୁହେଁ ବରଂ ସେ ଗର୍ବିତ ବୋଲି କହିଛନ୍ତି ।
ଗିଲ୍ କହିଛନ୍ତି, ‘ମ୍ୟାଚ୍ ବେଶ ପ୍ରତିଦ୍ୱନ୍ଦ୍ୱିତାମୂଳକ ଥିଲା । ଆମ ଦଳର ସବୁଠୁ ମୂଲ୍ୟବାନ ଖେଳାଳି ହେଉଛନ୍ତି ବୀନ୍ଦ୍ର ଜାଡେଜା । ତାଙ୍କ ପ୍ରଦର୍ଶନ ଅତି ପ୍ରଶଂସନୀୟ ରହିଲା । ଚତୁର୍ଥ ଦିନର ଶେଷ ଘଣ୍ଟା ଏବଂ ଅନ୍ତିମ ଦିବସର ପ୍ରଥମ ଘଣ୍ଟା ବ୍ୟାଟିଂ ପାଇଁ ଆଦୌ ସହଜ ନଥିଲା । ଶୀର୍ଷ କ୍ରମରେ ଏକ ଭାଗିଦାରୀ ଆବଶ୍ୟକ ଥିଲା । ଦୁର୍ଭାଗ୍ୟକୁ ଶୀର୍ଷକ୍ରମ ପ୍ରଥମ ଥର ବିଫଳ ହେଲା । ଜାଡେଜା ଏବଂ ନିମ୍ନକ୍ରମର ବ୍ୟାଟର ମ୍ୟାଚ୍ ବଞ୍ଚାଇ ରଖିଥିଲେ । ସେମାନଙ୍କ ଯୋଗଦାନ ବେଶ ପ୍ରଶଂସନୀୟ ଥିଲା । ଆମେ ଜାଣିଥିଲୁ ଅନ୍ତିମ ଦିବସରେ ବ୍ୟାଟିଂ କରିବା ସହଜ ହେବ ନାହିଁ ।’
‘ପ୍ରଥମ ଇନିଂସରେ ରିଷଭ ପନ୍ତଙ୍କ ରନ ଆଉଟ୍ ମ୍ୟାଚର ସବୁଠୁ ବଡ଼ ମୁହୂର୍ତ୍ତ ଥିଲା । ତାଳମେଳର ଅଭାବ ଯୋଗୁ ଏଭଳି ଘଟିଥିଲା । ପନ୍ତ ନିଜେ ରନ ପାଇଁ ଡାକି ଥିଲେ ବୋଲି ସେ କହିଥିଲେ । ଇଂଲଣ୍ଡ ତୃତୀୟ ଟେଷ୍ଟରେ ବିଜୟୀ ହୋଇ ୨-୧ରେ ସିରିଜ ଅଗ୍ରଣୀ ଲାଭ କରିଛି ।