ପ୍ରମୂଖ ଖବର
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ବିବାହର ୭ ବର୍ଷପରେ ସାଇନା-କଶ୍ୟପଙ୍କ ବିବାହ ବିଚ୍ଛେଦ, ସୋସିଆଲ ମିଡିଆରେ ଦେଲେ ଛାଡପତ୍ରର ସୂଚନା

Published By : Krishna Priya | July 15, 2025 9:19 AM

ନୂଆଦିଲ୍ଲୀ ୧୫/୦୭: ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ତଥା ପୂର୍ବତନ ବିଶ୍ୱର ଏକ ନମ୍ବର ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହ୍ୱାଲଙ୍କ ବିବାହ ବିଚ୍ଛେଦ ହୋଇଛି । ସେ ଏ ବିଷୟରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ୨୦୧୮ରେ ସାଇନା ଓ ପି. କଶ୍ୟପଙ୍କର ବିବାହ ହୋଇଥିଲା । ଦୁହେଁ ହାଇଦ୍ରାବାଦରେ ପି.ଗୋପୀଚାନ୍ଦ ଏକାଡେମୀରେ ଅଭ୍ୟାସ କରିବା ସହ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଆସୁଥିଲେ । କିନ୍ତୁ ହଠାତ ଦୁହିଁଙ୍କ ମଧ୍ୟରେ କ’ଣ ହେଲା ଯେ ସେମାନେ ଅଗଲା ହେବାକୁ ନିଷ୍ପତ୍ତି ନେଲେ । ଏ କଥା ସମସ୍ତଙ୍କୁ ଚକିତ କରିଛି ।

ସାଇନା ସୋସିଆଲ ମିଡିଆରେ ଲେଖିଛନ୍ତି, ‘ବେଳେବେଳେ ଜୀବନ ଆମକୁ ଭିନ୍ନ ଦିଗରେ ନେଇଯାଏ । ବହୁ ଥର ଭାବିବା ଓ ଚିନ୍ତା କରିବା ପରେ ଆମେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲୁ ।’ କଶ୍ୟପ କିନ୍ତୁ ଏ ବିଷୟରେ କିଛି କହି ନାହାନ୍ତି । ସାଇନା ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ । ବ୍ୟାଡମିଣ୍ଟନରେ ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସରେ ପଦକ ଜିତିବାର ଗୌରବ ଲାଭ କରିଥିଲେ । ସେମିତି କଶ୍ୟପ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପାଇଥିଲେ । ସେ ବିଶ୍ୱ ମାନ୍ୟତା ତାଲିକାରେ ଶ୍ରେଷ୍ଠ ୧୦ରେ ପ୍ରବେଶ କରିଥିଲେ ।

 

 

 

 

 

 

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.