ନାସପାତି ହେଉଛି ଏକ ମିଠା ଓ ସ୍ୱାଦିଷ୍ଟ ଫଳ । ଯାହାର ଅନେକ ଉପକାରୀ ଗୁଣ ରହିଛି । ବିଶେଷ କରି ଗରମ ସମୟରେ ନାସପାତି ଖାଇବା ଦ୍ୱାରା ଶରୀର ଥଣ୍ଡା ହୋଇଥାଏ । ଯଦି ଆପଣ ହେଲଦି ଡାଏଟ୍ ପାଇଁ କୌଣସି ଫଳ ସାମିଲ କରିବାକୁ ଚାହୁଁଥାନ୍ତି ତେବେ ନାସପାତି ସାମିଲ କରିପାରିବେ । କାରଣ ନାସପାତିରେ ରହିଛି ଫାଇବର, ପ୍ରୋଟିନ୍, ଭିଟାମିନ , ମିନେରାଲ୍ସ ଓ ଆଣ୍ଟିଅକ୍ସିଡାଣ୍ଟ । ଆସନ୍ତୁ ଜାଣିବା ନାସପାତି ଖାଇବା ଦ୍ୱାରା କେଉଁ ଉପକାରିତା ହୋଇଥାଏ ।
ପାଚନ କ୍ରିୟା:
ନାସପାତି ଫାଇବର ଭରପୂର ମାତ୍ରାରେ ରହିଛି । ଯେଉଁଥିପାଇଁ ପେଟ ସଫା ରହିଥାଏ । ନିୟମିତ ଖାଇବା ଦ୍ୱାରା ଶକ୍ତି ମିଳିଥାଏ ।
ଓଜନ ହ୍ରାସ:
ଯଦି ପ୍ରାକୃତିକ ଉପାୟରେ ଓଜନ କମ୍ କରିବାକୁ ଚାହୁଁଛନ୍ତି, ତେବେ ଆପଣ ନିଜ ଡାଏଟରେ ନାସପାତିକୁ ସାମିଲ କରିପାରିବେ ।
ହୃତପିଣ୍ଡକୁ ସୁସ୍ଥ ରଖେ:
ନାସପାତିରେ ପୋଟାସିୟମ ଓ ଆଣ୍ଟି ଅକ୍ସିଡେଣ୍ଟ ଥିବାରୁ ଏହା ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଫଳରେ ହୃତପିଣ୍ଡ ମଧ୍ୟ ସୁସ୍ଥ ରହେ । ଯାହାଦ୍ୱାରା ହୃଦରୋଗ ଆଦି ସମସ୍ୟା ସହଜରେ ଦେଖା ଦିଏନାହିଁ ।
ରୋଗ ପ୍ରତିରୋଧକ ଶକ୍ତି:
ନାସପାତିରେ ଭିଟାମିନ C ଏବଂ ପୋଷକତତ୍ତ୍ୱ ଥିବା କାରଣରୁ ତାହା ଶରୀରରେ ବିଭିନ୍ନ ରୋଗ ସହ ଲଢିବାରେ ଶକ୍ତି ପ୍ରଦାନ କରେ । ଅର୍ଥାତ୍ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।
ତ୍ୱଚାରେ ଚମକ ପ୍ରଦାନ କରେ:
ନାସପାତି ଖାଇବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ । ଚର୍ମରେ ଥିବା ଦାଗ ଲିଭିବାରେ ଏହା ସାହାଯ୍ୟ କରେ ।