ପ୍ରମୂଖ ଖବର
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଶ୍ରୀମନ୍ଦିରକୁ ୩ ବର୍ଷରେ ଦାନରେ ମିଳିଛି ୧୨ କେଜି ସୁନା, ୨୧୪ କେଜି ରୁପା

Published By : Prameya | July 14, 2025 2:42 PM

ପୁରୀ,୧୪/୦୭: ଗତ ୩ ଆର୍ଥିକ  ବର୍ଷରେ ଶ୍ରୀମନ୍ଦିରକୁ ମିଳିଛି ୧୧୬ କୋଟି  ଟଙ୍କାରୁ ଅଧିକ ଦାନ । ଏହାଛଡ଼ା ୧୨  କେଜିରୁ ଅଧିକ ସୁନା ଓ ୨୧୪ କେଜିରୁ  ଅଧିକ ରୁପା ମଧ୍ୟ ଦାନରେ ମିଳିଛି ।  ନିକଟରେ ଏକ ତଥ୍ୟରୁ ଏହା ଜଣାପଡ଼ିଛି । 

ସୂଚନା ମୁତାବକ, ୨୦୨୧-୨୨, ୨୦୨୨- ୨୩ ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ  ହୁଣ୍ଡିରୁ ୪୦ କୋଟି ୬୧ ଲକ୍ଷ ୬୭ ହଜାର ୨୫୩ ଟଙ୍କା, ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ  ୫୯ କୋଟି ୭୯ ଲକ୍ଷ ୯୯ ହଜାର ୯୫ ଟଙ୍କା  ଓ ଅନ୍ୟାନ୍ୟ ସୂତ୍ରରୁ ୧୨ କୋଟି ୬୦ ଲକ୍ଷ ୮୯  ହଜାର ୫୪୧ ଟଙ୍କା ମିଳିଥିଲା ।୩ ବର୍ଷରେ  ମୋଟ ୧୧୬ କୋଟି ୨ ଲକ୍ଷ ୫୬ ହଜାର  ୩୧୨ ଟଙ୍କା ମିଳିଥିବା ବେଳେ ବ୍ୟାଙ୍କ ଆକାଉଣ୍ଟ  ମାଧ୍ୟମରେ ଅଧିକ ଦାନ ସୂତ୍ରରେ ମିଳିଛି । 

ସେହିପରି ଗତ ୩ ବର୍ଷ ଭିତରେ ହୁଣ୍ଡି  ଓ ଅନ୍ୟାନ୍ୟ ଉତ୍ସରୁ ୧୨ କେଜି ୨୮୪ ଗ୍ରାମ  ୪୨୪ ମିଲିଗ୍ରାମ ସୁନା ମିଳିଛି। ୨୦୨୧-୨୨ରେ ହୁଣ୍ଡି ଓ ଅନ୍ୟାନ୍ୟ ଉତ୍ସରୁ ୩ କେଜି ୫୦୯  ଗ୍ରାମ ୭୪୦ ମିଲିଗ୍ରାମ ସୁନାରୁ ୧ କେଜି ୭୦୧  ଗ୍ରାମ ୪୫୮ ମିଲିଗ୍ରାମ ବ୍ୟବହାର ହୋଇଛି । ଶ୍ରୀପୟର ମରାମତି, କୃଷ୍ଣ ଓ ବାବନ ମୂର୍ତ୍ତି  ତିଆରିରେ ଏହି ସୁନା ବ୍ୟବହାର ହୋଇଛି ।  ୨୦୨୨-୨୩ରେ ହୁଣ୍ଡି ଓ ଅନ୍ୟାନ୍ୟ ଉତ୍ସରୁ ୩ କେଜି ୭୩୬ ଗ୍ରାମ ୮୯୪ ମିଲିଗ୍ରାମ ସୁନାରୁ  ୮୮୦ ଗ୍ରାମ ୯୯୮ ଗ୍ରାମ ସୁନା ବ୍ୟବହାର  ବା ଖର୍ଚ୍ଚ ହୋଇଛି । 

କୃଷ୍ଣ ଓ ବାବନ ମୂର୍ତ୍ତି  ତିଆରି ନିମନ୍ତେ, ମା’ ସୁଭଦ୍ରାଙ୍କ କିରିଟ,  ମା’ ଲକ୍ଷ୍ମୀଙ୍କ ହାର ତିଆରିରେ ଏହି ସୁନା  ଲାଗିଛି । ୨୦୨୩-୨୪ରେ ହୁଣ୍ଡି ଓ ଅନ୍ୟାନ୍ୟ  ଉତ୍ସରୁ ୫ କେଜି ୩୭ ଗ୍ରାମ ୭୯୦ ମିଲିଗ୍ରାମ  ସୁନା ମିଳିଥିଲା । ଯେତେବେଳେ କି ୧ ଗ୍ରାମ  ୪୫୮ ମିଲିଗ୍ରାମ ସୁନା ଖର୍ଚ୍ଚ ହୋଇଛି । କୃଷ୍ଣ  ଓ ବାବନ ମୂର୍ତ୍ତି ତିଆରି ନିମନ୍ତେ ଏହି ସୁନା  ଖର୍ଚ୍ଚ ହୋଇଥିବା ତଥ୍ୟରୁ ଜଣାପଡ଼ିଛି । ସେହିପରି ଗତ ୩ ବର୍ଷ ଭିତରେ ୨୧୪ କେଜି ୧୨୯ ଗ୍ରାମ ୬୩୫ ମିଲିଗ୍ରାମ ରୁପା ହୁଣ୍ଡି ଓ  ଅନ୍ୟାନ୍ୟ ଉତ୍ସରୁ ମିଳିଥିଲା । ଯେତେବେଳେ କି  ୧୪୭ କେଜି ୧୦୩ ଗ୍ରାମ ୮୧୧ ମିଲିଗ୍ରାମ ରୁପା  ବିଭିନ୍ନ କାର୍ଯ୍ୟରେ ବ୍ୟବହାର ବା ଖର୍ଚ୍ଚ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.