ପ୍ରମୂଖ ଖବର
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଏମ୍‌ସରେ ମୃତ୍ୟୁ ସହ ଲଢୁଛନ୍ତି ପୀଡ଼ିତା, ଆଗାମୀ ୭୨ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

Published By : Prameya | July 14, 2025 1:23 PM

ଭୁବନେଶ୍ୱର,୧୪/୦୭: ବାଲେଶ୍ୱର ଫକୀର ମୋହନ କଲେଜରେ  ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀଙ୍କ  ସ୍ୱାସ୍ଥ୍ୟବସ୍ଥା ଅତି ସଙ୍କଟାପନ୍ନ ରହିଛି । ଶରୀରର ୯୫% ଜଳିଯାଇଛି । ନ୍ୟାୟ ପାଇଁ  ଲଢ଼ିଥିବା ଏହି ଛାତ୍ରୀ ଏବେ ମରଣ ସହ  ଲଢୁଛନ୍ତି । ତାଙ୍କ ଶ୍ୱାସନଳୀ, କିଡ୍‌ନୀ ଓ ଫୁସଫୁସ୍‌ ଗୁରୁତର ପ୍ରଭାବିତ ହୋଇଛି ।  ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି ଓ  ଡାଏଲିସିସ୍‌ ସରିଛି । ଆଗାମୀ ୨୭  ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ। ଏନେଇ ଆଜି ସୂଚନା ଦେଲେ ଭୁବନେଶ୍ବର ଏମସ ଅଧୀକ୍ଷକ ଦିଲୀପ ପରିଡ଼ା।

ପୀଡ଼ିତାଙ୍କ ଚିକିତ୍ସା ପାଇଁ ଏମ୍‌ସ  ଭୁବନେଶ୍ୱର ପକ୍ଷରୁ ୮ଜଣିଆ ବିଶେଷଜ୍ଞ  ଟିମ୍‌ ଗଢ଼ା ହୋଇଛି । ନିଶ୍ଚେତକ ବିଭାଗ,  ମେଡିସିନ୍‌, ଛାତିରୋଗ, ବର୍ଣ୍ଣ ଓ ପ୍ଲାଷ୍ଟିକ  ସର୍ଜରୀ, ହୃଦ୍‌ରୋଗ, ନେଫ୍ରୋଲୋଜି ଓ  ନର୍ସିଂ ବିଭାଗକୁ ନେଇ ଟିମ୍‌ ଗଢ଼ାଯାଇଛି ।  ବିଶେଷଜ୍ଞ ଟିମ୍‌ ଚିକିତ୍ସାରେ ଲାଗିଛନ୍ତି ।  ଏହି ଟିମ୍‌ ଆଜି ଦିଲ୍ଲୀ ଏମ୍‌ସ ବିଶେଷଜ୍ଞଙ୍କ  ସହ ଭର୍ଚୁଆଲ ଯୋଗେ କଥା ହେବା ସହ  ଚିକିତ୍ସା ସମ୍ପର୍କରେ ଆବଶ୍ୟକ ପରାମର୍ଶ  ନେଇଛନ୍ତି । ତାଙ୍କ ପରାମର୍ଶ ମୁତାବକ  ଚିକିତ୍ସା ଚାଲିଛି । ଛାତ୍ରୀଙ୍କ କିଡ୍‌ନୀ  ଗୁରୁତର ପ୍ରଭାବିତ ହୋଇଥିବାରୁ ରେନାଲ ରିପ୍ଲେସ୍‌ମେଣ୍ଟ ଥେରାପି ଚାଲିଛି।ଛାତ୍ରୀଙ୍କ ଅବସ୍ଥା କାଲି ପରି ଆଜି ମଧ୍ୟ ଜଟିଳ ରହିଛି। ଶରୀରରେ ଟିକେ ଟେମ୍ପରେଚର ଆସିଥିଲା। ଏଥିସହିତ ବ୍ଲଡ ପ୍ରେସର ଅଧିକ ରହିଛି ।  ତେବେ ବିଶେଷ ଉନ୍ନତି ଘଟିଛି ବୋଲି କୁହାଯାଇ ପାରିବ ନାହିଁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.