ସୋରଡ଼ା, ୧୪/୦୭: ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ସ୍ଥାନୀୟ ପଞ୍ଚାନନ ମନ୍ଦିରର ରବିବାର ମଧ୍ୟ ରାତ୍ରରୁ ଗଞ୍ଜାମ, ଗଜପତି, କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶହ ଶହ ଶ୍ରଦ୍ଧାଳୁ ପହଞ୍ଚିଥିଲେ । ସୋମବାର ଅପରାହ୍ଣ ପର୍ଯ୍ୟନ୍ତ ଧାଡ଼ିବାନ୍ଧି ଜଳାଭିଷେକ ଚାଲିଥିଲା । ଭୁବନେଶ୍ୱରରୁ ବ୍ୟବସାୟୀ ଦମ୍ପତି ପହଞ୍ଚି ଋଷିକୁଲ୍ୟା ନଦୀରୁ ଜଳ ଧରି ଅଷ୍ଟଶମ୍ଭୁ ମନ୍ଦିରମାନଙ୍କରେ ଜଳ ଢାଳିଥିଲେ ।
ଜଙ୍ଗଲ ଘେରା ପ୍ରସିଦ୍ଧ ରାମନାମବାଡ଼ି ମନ୍ଦିର, ଏକାଲପୁର ଶିବ ମନ୍ଦିର, ପୁଡ଼ୁଗେଶ୍ୱର, ବୃଦ୍ଧିଲିଙ୍ଗେଶ୍ୱର, ସୁରମଣୀ, ଖଜୁରୀପଲି, ବାଲୁଙ୍କେଶ୍ୱର ସମେତ ସମସ୍ତ ଶୈବପୀଠ ଗୁଡିକ ଅସଂଖ୍ୟ ଭିଡ଼ ଦେଖିବାକୁ ମିଳିଥିଲା । ସବୁ ପୀଠରେ ଆଧ୍ୟାତ୍ମିକ ପରିବେଶ ସହ ରାସ୍ତା, ବଜାର ମାନଙ୍କରେ ବୋଲବମ୍ ଭକ୍ତଙ୍କ ଭିଡ଼, ଶୋଭାଯାତ୍ରା ଦେଖିବାକୁ ମିଳିଥିଲା ।