ମାଲକାନଗିରି, ୧୪/୦୭ : ମାଓବାଦୀଙ୍କ ବର୍ବର କାଣ୍ଡ। ଛତିଶଗଡ଼ ଉସୁର ଥାନା ଧନଗୋଲ ଗାଁରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ। ଜଣେ ନାବାଳିକାଙ୍କ ସମେତ ୩ ଗୁରୁତର ମେଡିକାଲରେ ଭର୍ତ୍ତି। ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଅଘଟଣ।
ସୂଚନାନୁଯାୟୀ, ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାର ଉସୁର ଥାନା ଅନ୍ତର୍ଗତ ଧନଗୋଲ ଗାଁରେ ମାଓବାଦୀମାନେ ହିଂସାକାଣ୍ଡ ଘଟାଇଛନ୍ତି। ଗୋଟିଏ ଆଦିବାସୀ ପରିବାରର ୩ ଜଣ ସଦସ୍ୟ ଜଙ୍ଗଲକୁ ଛତୁ ସଂଗ୍ରହ କରିବା ଲାଗି ଯାଇଥିବା ବେଳେ ମାଓବାଦୀମାନେ ପୂର୍ବରୁ ଖଞ୍ଜିଥିବା ପ୍ରେସର ଆଇଇଡି ଉପରେ ଗୋଡ ପଡିବା ମାତ୍ରେ ଏହା ବିସ୍ଫୋରଣ ହୋଇଛି। ଫଳରେ ଜଣେ ନାବାଳିକାଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ ବିଜାପୁର ମେଡିକାଲରେ ଭର୍ତ୍ତି କରାଯାଇଛି।