ପ୍ରମୂଖ ଖବର
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

କୋଦୋପାଲି ଗାଁରେ ବୁଲୁଛନ୍ତି ମା' ଓ ଛୁଆ ବାଘ... ଚାଷ ଜମିରେ ପଡ଼ିଛି ପାଦ ଚିହ୍ନ, ଲୋକେ ଆତଙ୍କିତ

Published By : Rasmita Pradhan | July 14, 2025 12:42 PM

ନୂଆପଡ଼ା,୧୪। ୦୭ : ନୂଆପଡ଼ା ରେଞ୍ଜ ଧରମବନ୍ଧା ପଞ୍ଚାୟତ କୋଦୋପାଲି ଗାଁରେ ବାଘ ଆତଙ୍କ। ଗାଁ ଚାରିପଟେ ଏକ କଲରାପତରିଆ ବାଘ ତାର ଛୁଆ ସହ ବୁଲୁଥିବା ଦେଖିବାକୁ ମିଳିଛି। ଏବେ ଚାଷ ଜମିରେ ବାଘର ପାଦ ଚିହ୍ନ ପଡ଼ିଥିବା ଦେଖି ଗାଁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। 

ସୂଚନାନୁଯାୟୀ, ଗତ ଏକ ସପ୍ତାହ ହେବ ଧରମବନ୍ଧା ବିଟ୍ କୋଦୋପାଲି ଗାଁର ଉପରପଡ଼ାର ଚାରିପାଖେ ଏକ କଲରାପତରିଆ ବାଘ ତାର ଛୁଆ ସହ ବସ୍ତି ମୁହାଁ ହେଉଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ପ୍ରତିଦିନ ସନ୍ଧ୍ୟାରେ ଗାଁ ନିକଟ ରାଣୀ ମା' ଢଙ୍ଗଳରୁ ଏହି ବାଘଟି ତାର ଛୁଆ ସହ ଖାଦ୍ୟ ଅନ୍ଵେଷଣରେ ଗାଁ ଚାରିପାଖରେ ପଇଁତରା ମାରୁଛି। ଦୁଇ ଦିନ ତଳେ ଗାଁ ଲୋକେ ଠେଙ୍ଗାବାଡ଼ି ଧରି ବାଘଟିକୁ ଘଉଡ଼ାଇବାରୁ ସେ ବ୍ରାହ୍ମଣୀ ନାଲାକୁ ଚାଲିଯାଇଥିଲା। ଏବେ ଗାଁର କମଲ ଠାକୁରଙ୍କ ଚାଷଜମିରେ ଥିବା ମହୁଲ ଗଛ ମୂଳରେ ବାଘ ଓ ଛୁଆର ପାଦଚିହ୍ନ ପଡ଼ିଥିବା ଦେଖିବାକୁ ମିଳିଛି। ଫଳରେ ଗାଁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। 

ସନ୍ଧ୍ୟା ପୂର୍ବରୁ ଗାଁ ଲୋକେ ବାଘ ଭୟରେ ତାଟି କବାଟ ବନ୍ଦ କରି ଘରେ ରହୁଛନ୍ତି । ରାତିରେ ଜାରୁରୀ କାମ ପଡ଼ିଲେ, ପାଖ ପଡ଼ୋଶୀକୁ ଡାକି ସାଙ୍ଗହୋଇ ଲାଇଟ୍ ଓ ଠେଙ୍ଗାବାଡ଼ି ଧରି ବାହାରୁଛନ୍ତି। ଅନ୍ୟପକ୍ଷେ ବନ ବିଭାଗ ତରଫରୁ କୌଣସି ପାଟ୍ରୋଲିଂ ବ୍ୟବସ୍ଥା ହୋଇନଥିବାରୁ ଗାଁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.