କୁକୁଡ଼ାଖଣ୍ଡି, ୧୪/୦୭ : ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ଅଞ୍ଚଳରେ ଲୁଟେରାଙ୍କ ଆତଙ୍କରାଜ୍। ଗତ କିଛି ଦିନ ହେବ ସ୍ଥାନୀୟ ଅଞ୍ଚଳରେ ଲୁଟେରାମାନେ ମାତିଛନ୍ତି। ଘରେ କେହି ନଥିବାର ସୁଯୋଗ ନେଇ ଲୁଟ୍ କରୁଛନ୍ତି। ବାଇକ୍ରୁ ପେଟ୍ରୋଲ କାଢି ନେଉଛନ୍ତି। ଏହି କ୍ରମରେ ରବିବାର ବିଳମ୍ବିତ ରାତିରେ ଚୋରମାନେ ଶାନ୍ତି ନଗରର ଦୁଇଟି ଘରର ତାଲା ଭାଙ୍ଗି ପଶିଥିଲେ। ତେବେ ଉକ୍ତ ଘରେ କେହି ନଥିବାରୁ ଚୋରି ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ କରୁଛି। ଏହି ଅଞ୍ଚଳରେ ବାରମ୍ଵାର ଲୁଟ୍ ହେଉଥିବାରୁ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି।