ପ୍ରମୂଖ ଖବର
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଓଜନ ବଢ଼ୁଥିଲେ ଏବେଠୁ ସତର୍କ ହୋଇଯାନ୍ତୁ ! ନଚେତ୍ ବର୍ତ୍ତମାନର ସବୁଠାରୁ ମାରାତ୍ମକ ରୋଗର ହୋଇପାରନ୍ତି ଶିକାର

Published By : Swapna Ray | July 14, 2025 4:30 PM

ନୂଆଦିଲ୍ଲୀ, ୧୪।୭: ଯଦି ଆପଣଙ୍କ ଓଜନ ବଢ଼ୁଛି ତେବେ ଏବେଠୁ ସାବଧାନ ହୋଇଯାନ୍ତୁ । ଯେତେ ଶୀଘ୍ର ପାରୁଛନ୍ତି, ଓଜନ ହ୍ରାସ କରିବାକୁ ଚେଷ୍ଟା କରନ୍ତୁ । ନଚେତ୍ ବର୍ତ୍ତମାନର ସବୁଠୁ ମାରାତ୍ମକ ରୋଗ କ୍ୟାନସରର ହୋଇପାରନ୍ତି ଶିକାର । ଏକଥା ଆମେ କହୁନୁ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଏକ ନୂତନ ଅଧ୍ୟୟନରୁ ଏହା ଜଣାପଡ଼ିଛି । ପ୍ରତିବର୍ଷ ଭାରତରେ ପ୍ରାୟ ୧୪ ଲକ୍ଷ ଲୋକ କର୍କଟ ରୋଗରେ ପୀଡ଼ିତ ହୁଅନ୍ତି । ଏଥିମଧ୍ୟରୁ, ସ୍ତନ କର୍କଟ ହେଉଛି ମହିଳାଙ୍କ ମଧ୍ୟରେ ସବୁଠାରୁ ସାଧାରଣ କର୍କଟ । ପ୍ରତିବର୍ଷ ପ୍ରାୟ ୧ ଲକ୍ଷ ମହିଳା ସ୍ତନ କର୍କଟ ରୋଗରେ ମୃତ୍ୟୁବରଣ କରନ୍ତି । ଏହି ସ୍ତନ କର୍କଟ ପାଇଁ ଅନେକ କାରଣ ଦାୟୀ । ଯେଉଁଥିରୁ ଖରାପ ଜୀବନଶୈଳୀ, ବିଳମ୍ବରେ ବିବାହ ଏବଂ ଶାରୀରିକ ନିଷ୍କ୍ରିୟତା ସବୁଠାରୁ ବଡ଼ କାରଣ । କିନ୍ତୁ ଏବେ ଏକ ନୂତନ ଅଧ୍ୟୟନରେ ଦାବି କରାଯାଇଛି ଯେ, ଓଜନ ଅଧିକ ଥିବା ମହିଳାମାନଙ୍କ ମଧ୍ୟରେ ସ୍ତନ କର୍କଟ ରୋଗର ଆଶଙ୍କା ଅଧିକ ଥାଏ । ଏହି ଅଧ୍ୟୟନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା କରାଯାଇଛି । 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଓଜନ ଅଧିକ ହେବା ଦ୍ଵାରା ମେନୋପଜ୍ ପରେ ହୃଦରୋଗରେ ପୀଡ଼ିତ ମହିଳାମାନଙ୍କ ମଧ୍ୟରେ ସ୍ତନ କର୍କଟ ରୋଗର ଆଶଙ୍କା ବଢ଼ିପାରେ । ଇଣ୍ଟରନ୍ୟାସନାଲ୍ ଏଜେନ୍ସି ଫର୍ ରିସର୍ଚ୍ଚ ଅନ୍ କ୍ୟାନସରର ଗବେଷକ ହାଇଞ୍ଜ୍ ଫ୍ରିସଲିଙ୍ଗ କହିଛନ୍ତି ଯେ, ଏହି ଅଧ୍ୟୟନର ଫଳାଫଳ ସ୍ତନ କର୍କଟ ସ୍କ୍ରିନିଂ କାର୍ଯ୍ୟକ୍ରମକୁ ଉନ୍ନତ କରିବାରେ ସାହାଯ୍ୟ କରିପାରିବ । ସେ ପରାମର୍ଶ ଦେଇଥିଲେ ଯେ ଭବିଷ୍ୟତରେ, ଓଜନ ହ୍ରାସ ପରୀକ୍ଷଣରେ ହୃଦରୋଗରେ ପୀଡ଼ିତ ମହିଳାଙ୍କୁ ସାମିଲ କରି ସ୍ତନ କର୍କଟ ରୋଗ ନିବାରଣ ଉପରେ ଗବେଷଣା କରାଯିବା ଉଚିତ୍ । ଗବେଷକମାନେ ୟୁରୋପୀୟ ପ୍ରୋସ୍ପେକ୍ଟିଭ୍ ଇନଭେଷ୍ଟିଗେସନ୍ ଇନ୍‌ ଟୁ କ୍ୟାନସର ଆଣ୍ଡ୍ ନ୍ୟୁଟ୍ରିସନ୍ ଏବଂ ୟୁକେ ବାୟୋବ୍ୟାଙ୍କରୁ ୧ ଲକ୍ଷ ୬୮ ହଜାର ୫୪୭ ମେନୋପୌଜାସ ମହିଳାଙ୍କ ତଥ୍ୟ ବିଶ୍ଳେଷଣ କରିଛନ୍ତି । ଅଧ୍ୟୟନ ଆରମ୍ଭ ହେବା ସମୟରେ ଏହି ମହିଳାମାନଙ୍କୁ ଟାଇପ୍-୨ ମଧୁମେହ କିମ୍ବା ହୃଦରୋଗ ନଥିଲା । ପ୍ରାୟ ୧୦-୧୧ ବର୍ଷ ଧରି ଅନୁସରଣ କରିବା ପରେ, ୬ ହଜାର ୭୯୩ ପୋଷ୍ଟ-ମେନୋପୌଜାସ ମହିଳାଙ୍କଠାରେ ସ୍ତନ କର୍କଟ ଚିହ୍ନଟ ହୋଇଥିଲା ।

ଅଧ୍ୟୟନରୁ ଏହା ମଧ୍ୟ ଜଣାପଡ଼ିଛି ଯେ ଅଧିକ ଓଜନ ଏବଂ ହୃଦରୋଗର ମିଶ୍ରଣ ପ୍ରତି ୧ ଲକ୍ଷ ଲୋକଙ୍କ ମଧ୍ୟରେ ୧୫୩ ଅତିରିକ୍ତ ସ୍ତନ କର୍କଟ ରୋଗର କାରଣ ହୋଇପାରେ । ପୂର୍ବ ଗବେଷଣାରୁ ପ୍ରମାଣିତ ହୋଇଛି ଯେ, ମୋଟାପଣ ବା ମେଦବହୁଳତା ଗର୍ଭାଶୟ, ବୃକକ୍, ଯକୃତ ଏବଂ କୋଲୋରେକ୍ଟାଲ୍ କର୍କଟ ଭଳି ୧୨ ପ୍ରକାରର କର୍କଟ ରୋଗର ବିପଦକୁ ବୃଦ୍ଧି କରେ । ନିକଟରେ ‘ନେଚର କମ୍ୟୁନିକେସନ୍ସ’ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଅଧିକ ଓଜନ ବିଶିଷ୍ଟ ମହିଳାମାନଙ୍କଠାରେ ଟ୍ୟୁମର ଏବଂ ଉନ୍ନତ ପର୍ଯ୍ୟାୟର ସ୍ତନ କର୍କଟ ହେବାର ସମ୍ଭାବନା ଅଧିକ ଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.