ପ୍ରମୂଖ ଖବର
  • ଏଫଏମ କଲେଜରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା , କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
  • ||
  • ଲର୍ଡସ୍ ଟେଷ୍ଟ: ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଅଲଆଉଟ୍, ଭାରତ ଆଗରେ ୧୯୩ ରନର ବିଜୟ ଲକ୍ଷ୍ୟ
  • ||
  • ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ବଡ଼ ଘୋଷଣା, ଆସନ୍ତା ୫ ବର୍ଷ ମଧ୍ୟରେ ଏକ କୋଟି ଚାକିରି ଦେବେ ସରକାର
  • ||
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଫିଟନେସ୍ ପାଇଁ ଜିମ୍ ଯାଉଛନ୍ତି କି ? ସାବଧାନ ! ଏହା ପୁରୁଷଙ୍କ ପ୍ରଜନନ କ୍ଷମତାକୁ ବିପଦରେ ପକାଇପାରେ...

Published By : Swapna Ray | July 13, 2025 3:24 PM

ନୂଆଦିଲ୍ଲୀ, ୧୩।୭: ଯଦି କଡ଼ା ଫିଟନେସ୍ ରୁଟିନ୍‌ରେ ବାନ୍ଧି ହେଉଛନ୍ତି, ତେବେ ଏହା ପୁରୁଷଙ୍କ ପ୍ରଜନନ କ୍ଷମତାକୁ ବିପଦରେ ପକାଇପାରେ । କେବଳ ଏତିକି ନୁହେଁ, ପ୍ରାକୃତିକ ହରମୋନ୍ ଉତ୍ପାଦନକୁ ଦମନ କରି ଶୁକ୍ରାଣୁ ସଂଖ୍ୟାକୁ ଶୂନ କରିଦେଇପାରେ । ମସଲ୍ ଗ୍ରୋଥ୍ ପାଇଁ ଯଦି ଆପଣ ଆନାବୋଲକ୍ ଷ୍ଟେରଏଡ୍ ନେଉଥାନ୍ତି ତେବେ ଏହା ପ୍ରଜନନ ସ୍ୱାସ୍ଥ୍ୟ ଲାଗି ସବୁଠାରୁ ହାନିକାରକ । ବର୍ତ୍ତମାନ ଯୁବପିଢ଼ିଙ୍କ ମଧ୍ୟରେ ଫିଟନେସ୍ କଲଚର୍ ବ୍ୟାପିବାରେ ଲାଗିଛି । ଅଧିକାଂଶ ଯୁବକ ନିଜର ଶାରୀରିକ କାର୍ଯ୍ୟଦକ୍ଷତା ବଢ଼ାଇବା ଏବଂ ଚେହେରାକୁ ଆକର୍ଷଣୀୟ କରିବା ନିଶାରେ କଡ଼ା ଫିଟନେସ୍ ରୁଟିନ୍‌ରେ ବାନ୍ଧି ହେଉଛନ୍ତି । ମାତ୍ର, ଏହା ପରୋକ୍ଷରେ ସେମାନଙ୍କ ପ୍ରଜନନ କ୍ଷମତାକୁ ପ୍ରଭାବିତ କରେ । 

ଫିଟନେସ୍ ପାଇଁ ବ୍ୟବହୃତ କାର୍ଯ୍ୟଦକ୍ଷତା ବୃଦ୍ଧିକାରୀ ପଦାର୍ଥର ଅପବ୍ୟବହୃତ ପୁରୁଷଙ୍କ ପ୍ରଜନନ କ୍ଷମତାକୁ ବିପଦରେ ପକାଇଥାଏ । କଠିନ ଓ ଦୀର୍ଘକାଳୀନ ଫିଟନେସ୍ ରୁଟିନରେ ବାନ୍ଧି ହେବା ଦ୍ୱାରା ଟେଷ୍ଟୋଷ୍ଟେରନ୍, ଲ୍ୟୁଟିନାଇନିଂ ହରମୋନ୍ ଓ ଫଲିକ୍ଲ-ଷ୍ଟିମୁଲେଟିଂ ହରମୋନ୍ ଭଳି ପ୍ରମୁଖ ପ୍ରଜନନ ହରମୋନ୍ ବାଧାପ୍ରାପ୍ତ ହୋଇଥାଏ । ଦୀର୍ଘ ସମୟ ଧରି ବ୍ୟାୟାମ କରିବା ଦ୍ୱାରା କର୍ଟିସୋଲ୍ ସ୍ତର ବଢ଼ି ଟେଷ୍ଟୋଷ୍ଟେରନ୍‌କୁ ହ୍ରାସ କରେ, ଯାହା ଶୁକ୍ରାଣୁ ଉତ୍ପାଦନକୁ କମାଇ ଦେଇଥାଏ । ସେହିପରି ସାଉନାରେ ସ୍ନାନ କିମ୍ୱା ଦୀର୍ଘ ସମୟ ଧରି ସାଇକେଲିଂ ପରି କାର୍ଯ୍ୟକଳାପ ସ୍କ୍ରୋଟାଲ୍ ତାପମାତ୍ରା ବୃଦ୍ଧି କରେ, ଯାହା ଶୁକ୍ରାଣୁ ଉତ୍ପାଦନ ଓ ଗୁଣବତ୍ତାରେ ବାଧା ସୃଷ୍ଟି କରେ । ଅତ୍ୟଧିକ ପ୍ରଶିକ୍ଷଣ ଅକ୍ସିଡେଟିଭ୍ ଚାପ, ଶୁକ୍ରାଣୁରେ ଡିଏନ୍ଏ କ୍ଷତି ଓ ଦୀର୍ଘକାଳୀନ ପ୍ରଦାହ ସୃଷ୍ଟି କରିପାରେ, ଯାହା ସମଗ୍ର ପ୍ରଜନନ କ୍ଷମତାକୁ ହ୍ରାସ କରେ । ଖାଦ୍ୟ ନିୟନ୍ତ୍ରଣ, ଚାପ ଓ ନିଦ୍ରାଭାବ ମଧ୍ୟ ପ୍ରଜନନ ସ୍ୱାସ୍ଥ୍ୟରେ ବାଧା ସୃଷ୍ଟି କରେ । 

ସବୁଠାରୁ ଚିନ୍ତାଜନକ ବିପଦ ହେଉଛି ଫିଟନେସ୍ ପାଇଁ ଆନାବୋଲିକ୍ ଷ୍ଟେରଏଡ୍ ବ୍ୟବହାର, ଯାହାକୁ ପୁରୁଷମାନେ ମସଲ୍ ଗ୍ରୋଥ୍ ପାଇଁ ସେବନ କରନ୍ତି । ଏହା ଶରୀରର ପ୍ରାକୃତିକ ହରମୋନ୍ ଉତ୍ପାଦନକୁ ଦମନ କରିଦିଏ । ଏହା ଶୁକ୍ରାଣୁ ସଂଖ୍ୟାକୁ ହ୍ରା କିମ୍ୱା ଶୂନ କରିଦେଇପାରେ । ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ, ମଧ୍ୟମ ଫିଟନେସ୍ ରୁଟିନରେ ନିୟୋଜିତ ହେବା ଉଚିତ୍ । ଯାହା ପ୍ରଜନନ ସ୍ୱାସ୍ଥ୍ୟ ପାଇଁ ଉତ୍ତମ । ସର୍ବୋପରି ସନ୍ତାନସନ୍ତତି ଇଚ୍ଛା କରୁଥିବା ପୁରୁଷମାନେ କଠିନ ବ୍ୟାୟାମ ରୁଟିନ୍ ଓ ଅନିୟନ୍ତ୍ରିତ ପରିପୂରକ ସେବନଠାରୁ ଦୂରରେ ରହିବା ସହ ବିଶେଷଜ୍ଞ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.