ବାରଙ୍ଗ, ୧୪।୭ : ବାରଙ୍ଗ ବ୍ଲକ ଛକ ନିକଟରେ ଆମ ବସ ଚକା ତଳେ ପଡ଼ି ଜଣେ ଯୁବକ ମୃତ। ମୃତକ ଜଣକ ହେଲେ କଟକ ରାଣୀହାଟ ଗୋପାଳସାହିର ଶୁଭେନ୍ଦୁ ପରିଡ଼ା। ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେବା ସହ ସ୍ଥାନୀୟ ଲୋକ ରାସ୍ତାରୋକ କରିଥିଲେ। ଥାନା ଅଧିକାରୀ ଓ ଜୋନ ୪ ଏସିପି ପହଞ୍ଚି ଲୋକଙ୍କୁ ବୁଝାସୁଝା ପରେ ରାସ୍ତାରୋକ ଉଠିଥିଲା।
ଭୁବନେଶ୍ବରରୁ କଟକ ଯାଉଥିବା ଏକ ଆମ ବସକୁ ବାଇକରେ ଶୁଭେନ୍ଦୁ ଅତିକ୍ରମ କରୁଥଲେ। ଏହି ସମୟରେ ରାସ୍ତାରେ ଥିବା ଖାଲରେ ପଡ଼ିଯିବାରୁ ଶୁଭେନ୍ଦୁ ଆମ ବସ ପଛ ଚକା ତଳକୁ ଚାଲିଯାଇଥିଲେ। ଚକା ଚଢ଼ିଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଘଟଣା ସ୍ଥଳରେ ବାରଙ୍ଗ ପୋଲିସ ପହଞ୍ଚି ମୃତ ଦେହ୍ କଟକ ବଡ଼ମେଡ଼ିକାଲ ପଠାଇଥିଲେ। ସ୍ଥାନୀୟ ଲୋକ ରାସ୍ତାରୋକ କରିବା ସହିତ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଘଟଣା ସ୍ଥଳରେ ଏକ ପ୍ଲାଟୁନ ଫୋର୍ସ ମୃତୟନ୍ ହୋଇଥିଲେ। ବାରଙ୍ଗ ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ଵାଳ ଓ କଟକ ଜୋନ ୪ ଏସିପି ଅମିତାଭ ମହାପାତ୍ର ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରି ଗାତ ପୋତିବାକୁ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ଉଠିଥିଲା । ବସ ଓ ବାଇକକୁ ପୁଲିସ ଥାନାକୁ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି।