ପ୍ରମୂଖ ଖବର
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଗଲୱାନ ଘାଟୀରେ ରକ୍ତ ସଙ୍ଘର୍ଷର ୫ ବର୍ଷ ପରେ ବେଜିଂରେ ଏସ୍. ଜୟଶଙ୍କର, କହିଲେ 'ଦୁଇ ଦେଶ ସମ୍ପର୍କରେ ହୋଇଛି ସୁଧାର'

Published By : Rasmita Pradhan | July 14, 2025 9:58 AM

ନୂଆଦିଲ୍ଲୀ, ୧୪/୦୭ : ଗଲୱାନ ଘାଟୀରେ ହୋଇଥିବା ରକ୍ତ ସଙ୍ଘର୍ଷର ୫ ବର୍ଷ ପରେ ଚୀନ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର। ସୋମବାର ସେ ବେଜିଂରେ ପହଞ୍ଚି ଚୀନ ଉପରାଷ୍ଟ୍ରପତି ହାନ ଝୋଙ୍ଗଙ୍କୁ ଭେଟିଛନ୍ତି। ସାକ୍ଷାତକାର ବେଳର ଫଟୋ ପୋଷ୍ଟ କରି ଜୟଶଙ୍କର ଲେଖିଛନ୍ତି, 'ଉପରାଷ୍ଟ୍ରପତି ହାନ ଝୋଙ୍ଗଙ୍କ ସହ ସାକ୍ଷାତ କରି ଖୁସି ଲାଗୁଛି। ସାଙ୍ଘାଇ ସହଯୋଗ ସଙ୍ଗଠନରେ ଚୀନର ଅଧ୍ୟକ୍ଷତାକୁ ଭାରତ ସମର୍ଥନ କରିଛି। ଦୁଇ ଦେଶ ମଧ୍ୟରେ ଦ୍ଵିପାକ୍ଷିକ ସମ୍ଵନ୍ଧରେ ସୁଧାର ହୋଇଛି। ଗତ ଅକ୍ଟୋବରରେ କଜାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସାକ୍ଷାତକାର ପରେ ଦୁଇ ଦେଶର ସମ୍ପର୍କରେ ସୁଧାର ହୋଇଛି। ମୋର ଚୀନ ଗସ୍ତ ସମୟରେ ଆଲୋଚନା ସକାରାତ୍ମକ ରହିବ ବୋଲି ଆଶା କରୁଛି।'

ଏହି ଅବସରରେ ଜୟଶଙ୍କର କହିଛନ୍ତି ଯେ, ୬ ବର୍ଷ ପରେ କୈଳାଶ ମାନସରୋବର ଯାତ୍ରା ପୁଣି ଥରେ ଆରମ୍ଭ ହୋଇଛି। ୧୯୮୧ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା କରୋନା ମହାମାରୀ ଏବଂ ଗଲୱାନ ଘାଟୀରେ ହୋଇଥିବା ସଙ୍ଘର୍ଷ ଯୋଗୁଁ ବନ୍ଦ ଥିଲା। ହେଲେ ଚଳିତ ବର୍ଷ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆସିବାରୁ ପୁଣି ଥରେ ମାନସରୋବର ଯାତ୍ରା ଆରମ୍ଭ ହୋଇଛି। ଜୁନରୁ ଅଗଷ୍ଟ ମଧ୍ୟରେ ପ୍ରାୟ ୭୫୦ ତୀର୍ଥଯାତ୍ରୀ ତିବ୍ବତରେ କୈଳାଶ ମାନସରୋବର ଯାତ୍ରା କରିବେ। ଏହି ଯାତ୍ରା ହିନ୍ଦୁ, ଜୈନ ଏବଂ ବୌଦ୍ଧ ଧର୍ମୀଙ୍କ ପାଇଁ ଏକ ଧାର୍ମିକ ଯାତ୍ରା। 

ଜୟଶଙ୍କର କହିଛନ୍ତି, 'ଆମେ ଆମର କୂଟନୈତିକ ସମ୍ପର୍କ ସ୍ଥାପନର ୭୫ତମ ବାର୍ଷିକୀ ପାଳନ କରିଛୁ। କୈଳାସ ମାନସରୋବର ଯାତ୍ରାର ପୁନଃଆରମ୍ଭକୁ ଭାରତରେ ମଧ୍ୟ ବ୍ୟାପକ ଭାବରେ ପ୍ରଶଂସା କରାଯାଉଛି। ଆମ ସମ୍ପର୍କରେ ନିରନ୍ତର ଉନ୍ନତି ପାରସ୍ପର ପାଇଁ ଲାଭଦାୟକ ହେବ। ଏବେ ଅନ୍ତରାଷ୍ଟ୍ରୀୟ ସ୍ଥିତି ଜଟିଳ ରହିଛି। ପଡୋଶୀ ଦେଶ ଏବଂ ବୃହତ ଅର୍ଥବ୍ୟବସ୍ଥା ହୋଇଥିବା ଯୋଗୁଁ ଭାରତ ଏବଂ ଚୀନ ମଧ୍ୟରେ ପାରସ୍ପରିକ ବିଚାର ଆଦାନ-ପ୍ରଦାନ ଖୁବ୍ ଗୁରୁତ୍ଵପୂର୍ଣ୍ଣ।' 

ସୂଚନା ଥାଉକି, ଏସ୍. ଜୟଶଙ୍କର ସିଙ୍ଗାପୁରରୁ ସିଧା ବେଜିଂରେ ପହଞ୍ଚିଛନ୍ତି। ସୋମବାର ତିଆନଜିନରେ ଆୟୋଜିତ ଏସସିଓ ବୈଠକରେ ସାମିଲ ହେବେ। ଏହାପରେ ସେ ଚୀନ ସମକକ୍ଷ ୱାଙ୍ଗ ୟିଙ୍କ ସହ ଦ୍ଵିପାକ୍ଷିକ ଆଲୋଚନା କରିବେ। ଏହି ସମୟରେ ଏଲଏସିରେ ଶାନ୍ତି ଏବଂ ସ୍ଥିରତା, ବ୍ୟାପାର ଏବଂ ନିବେଶ ପ୍ରସଙ୍ଗରେ ଗୁରୁତ୍ଵପୂର୍ଣ୍ଣ ଆଲୋଚନା କରିବେ। ଏହା ପୂର୍ବରୁ ଫେବୃଆରୀରେ ଜୋହାନ୍ସବର୍ଗରେ ଜି-୨୦ ବୈଠକ ସମୟରେ ଜୟଶଙ୍କର ଏବଂ ୱାଙ୍ଗ ୟିଙ୍କ ମଧ୍ୟରେ ସାକ୍ଷାତକାର ହୋଇଥିଲା।    



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.