ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

କେନିଆ ସରକାରଙ୍କ ଆର୍ଥିକ ବିଲ୍ ବିରୋଧରେ ଯୁବପୀଢିଙ୍କ ପ୍ରତିବାଦ, ‘ସାବା ସାବା’ ଆନ୍ଦୋଳନ ନେଲା ଭୟଙ୍କର ରୂପ

Published By : Harapriya Biswal | July 14, 2025 5:51 PM

ନୂଆଦିଲ୍ଲୀ,୧୪।୭:  କେନିଆରେ ପ୍ରତି ବର୍ଷ ୭ ଜୁଲାଇରେ ‘ସାବା ସାବା’ ଦିବସ ପାଳନ କରାଯାଏ। ଏହା ଦେଶର ଗଣତନ୍ତ୍ର ପାଇଁ ଦୀର୍ଘକାଳୀନ ସଂଘର୍ଷର ପ୍ରତୀକ। ଚଳିତ ବର୍ଷ ଅର୍ଥାତ ୨୦୨୫ ରେ ଯୁବପିଢ଼ିଙ୍କ ନେତୃତ୍ୱରେ କେନିଆରେ ୭ ଜୁଲାଇରେ ହୋଇଥିଲା ଆନ୍ଦୋଳନ। ହେଲେ ଏହି ଆନ୍ଦୋଳନ ପରେ ପୋଲିସର ହିଂସାତ୍ମକ ଦମନ ଦୁଃଖଦ ରୂପ ନେଇଥିଲା। ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ  ‘ସାବା ସାବା’ ମାର୍ଚ୍ଚ ଆରମ୍ଭ ହେବା ପରଠାରୁ ସୁବୁଠୁ ଭୟଙ୍କର ସ୍ଥିତି ଦେଖିବାକୁ ମିଳିଥିଲା। 

ଡିଜିଟାଲ୍ କାରବାର, ଇନ୍ଧନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଟିକସ ବୃଦ୍ଧି ପ୍ରସ୍ତାବ ଦେଉଥିବା ବିବାଦୀୟ ଅର୍ଥ ବିଲ୍ ବିରୋଧରେ ହଜାର ହଜାର ଯୁବକ କେନିଆର ରାଜରାସ୍ତାକୁ ଓହ୍ଲାଇଥିଲେ। ରାଷ୍ଟ୍ରପତି ୱିଲିୟମ୍ ରୁଟୋଙ୍କ ଇସ୍ତଫା, ଇନ୍ଧନ ମୂଲ୍ୟ ହ୍ରାସ, ସୁଲଭ ଶିକ୍ଷା ଏବଂ ମକା ଅଟା ଅଭାବ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ଲୋଗାନ ଦେଇଥିଲେ ବିକ୍ଷୋକଭାରୀ। ଏହି ପ୍ରତିବାଦକୁ ପୋଲିସ ଅତି ନିଷ୍ଠୁର ଭାବରେ ଦମନ କରିବାକୁ ଚେଷ୍ଟା କରଥିଲା। ପ୍ରଦର୍ଶନକାରୀଙ୍କ ଉପରେ ପୋଲିସ କରିଥିଲା ଘାତକ ଆକ୍ରମଣ । ଦିନକରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୭ ଜଣ ଆହତ ହୋଇଥିଲେ। ସେଭଳି  ୫୩୨ ଜଣଙ୍କୁ ଗିରଫ କରାଯାଇଥିଲା - ଯାହା ‘ସାବା ସାବା’ ଇତିହାସରେ ସର୍ବାଧିକ ମୃତ୍ୟୁ ସଂଖ୍ୟା।

ଏହି ଐତିହାସିକ ଦିନଟିର ୧୯୯୦ ମସିହାରେ ଆରମ୍ଭ ହୋଇଥିଲା, ଯେତେବେଳେ ରାଷ୍ଟ୍ରପତି ଡାନିଏଲ୍ ଆରପ୍ ମୋଇଙ୍କ ରାଜନୈତିକ ସମାବେଶ ବିରୋଧରେ ଏକ ବିଦ୍ରୋହୀ ଜନସମାବେଶ ଆରମ୍ଭ ହୋଇଥିଲା। ରାଜନୈତିକ ନେତା କେନେଥ୍ ମାଟିବା, ଚାର୍ଲ୍ସ ରୁବିଆ ଏବଂ ଜାରାମୋଗି ଓଗିଙ୍ଗା ଓଡିଙ୍ଗାଙ୍କ ନେତୃତ୍ୱରେ ହୋଇଥିବା ଆନ୍ଦୋଳନରେ ସମ୍ବିଧାନରେ  ଏକ-ଦଳୀୟ ଧାରା ହଟାଇବା ପାଇଁ ଆହ୍ୱାନ କରାଯାଇଥିଲା। ଏହାପରେ ପୋଲିସ ଲୁହ ଗ୍ୟାସ୍ ମାଡ କରିବା ସହ  ଲାଠି ଚାର୍ଜ କରିଥିଲା। ଏହା ସତ୍ତ୍ୱେ, ଡିସେମ୍ବର ୧୯୯୧ ରେ ଏକ ବହୁ-ଦଳୀୟ ବ୍ୟବସ୍ଥା ପୁନଃସ୍ଥାପିତ କରିବା ଏବଂ ସରକାରଙ୍କୁ ଗାଦିଚ୍ୟୁତ କରିବା ନେଇ ପ୍ରତିବାଦ ସଫଳ ହୋଇଥିଲା। ସେବେଠାରୁ, ସାବା ସାବା- କିସୱାହିଲି ଫର ‘ସେଭେନ୍ ସେଭେନ୍’ ଗଣତାନ୍ତ୍ରିକ ଆନ୍ଦୋଳନର ଏକ ଶକ୍ତିଶାଳୀ ପ୍ରତୀକ ପାଲଟିଛି।

ଦଶନ୍ଧି ଧରି, ‘ସାବା ସାବା’ ଆନ୍ଦୋଳନ ରାଜନୈତିକ ସଂସ୍କାର ସୃଷ୍ଟି କରିଛି। ୨୦୦୦ ରେ, ଏହା ପରିବେଶ ଅବକ୍ଷୟ ଏବଂ ଭୂମି ଅଧିକାର ପ୍ରସଙ୍ଗକୁ ଆଲୋକପାତ କରିଥିଲା। ଆଜି, ଏହା ଏକ  ମଞ୍ଚ ଭାବରେ କାର୍ଯ୍ୟ କରେ, ଯାହା ଅର୍ଥନୈତିକ ନ୍ୟାୟ, ରାଜନୈତିକ ସ୍ୱଚ୍ଛତା ଏବଂ  ନାଗରିକଙ୍କ  ସ୍ୱାଧୀନତା ପାଇଁ ଲଢେଇ କରେ। ବର୍ତ୍ତମାନ କେନିଆର ଦୁର୍ବଳ ଆର୍ଥିକ ସ୍ଥିତିରେ ଯୁବପିଢ଼ି ପ୍ରଭାବିତ ହୋଇଛନ୍ତି। ୨୫% ରୁ ଅଧିକ ବେରୋଜଗାର ଥିବା ବେଳେ ମୁଦ୍ରାସ୍ଫୀତି ଏବଂ ମୌଳିକ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଉଥିବାରୁ ସଙ୍କଟ ଆହୁରି ବଢୁଛି। ଅନେକ ଲୋକ ଫାଇନାନ୍ସ ବିଲ୍‌କୁ ପୂର୍ବରୁ ସଂଘର୍ଷ କରୁଥିବା ପରିବାରଗୁଡ଼ିକ ପାଇଁ ଆଉ ପ୍ରତିଘାତ ଭାବରେ ଦେଖନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.