ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ

ସମ୍ବଲପୁର,୧୬/୦୬: ଜମି ବିବାଦକୁ ନେଇ ଗତକାଲି ଅଇଁଠାପାଲି ଥାନା ଫାଟକ ପାଖ ମହାମାୟ ମନ୍ଦିର ନିକଟରେ ମାଆ ଓ  ଝିଅଙ୍କୁ ପଡ଼ୋଶୀ ଛୁରା ମାଡ଼ କରିଥିଲା । ଏହି  ମାମଲାରେ ପୁଲିସ ଅଭିଯୁକ୍ତ ପଡ଼ୋଶୀ ସୂରଜ  କୁମାର ହାତୀ ଓରଫ ଟିକୁ (୨୧)କୁ ଗିରଫ  କରି କୋର୍ଟ ଚାଲାଣ କରିଛି ।   

ଦାନିପାଲି ଅଞ୍ଚଳର ଇନ୍ଦୁ ଦାସ ସେହି ଅଞ୍ଚଳରେ ଜାଗା କିଣି ଘର କରିଥିଲେ । ଘର ତିଆରି ହେବା ଦିନରୁ ଡ୍ରେନକୁ ଲାଗି  ରହିଥିବା ଦୁଇ ଫୁଟ୍‌ ଜାଗା ପାଇଁ ପଡ଼ୋଶୀ ସୂରଜ ହାତୀଙ୍କ ପରିବାର ସହ ବିବାଦ ଲାଗି ରହିଥିଲା । ଅନେକ ଥର ମାଟପିଟ୍‌ ହେବା  ସହ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା। ହେଲେ ଗତକାଲି ଇନ୍ଦୁ ଓ ତାଙ୍କ ବଡ଼ ଝିଅ  ପାୟଲ ଫାଟକ ନିକଟରେ ଦେଇଥିବା ତାଙ୍କ ସିଲେଇ ଦୋକାନକୁ ଯାଉଥିବା ସମୟରେ  ସୂରଜ ଛୁରୀରେ ଆକ୍ରମଣ କରିଥିଲା । ଏଥିରେ ମାଆ ଓ ଝିଅ ଗୁରୁତର ଆହତ ହୋଇ ବୁର୍ଲାରେ ଚିକିତ୍ସିତ ହେଉଛନ୍ତି। ପୁଲିସ ମାମଲା  ରୁଜୁ କରି ଘଟଣାର ତଦନ୍ତ କରି ଅଭିଯୁକ୍ତ  ସୂରଜକୁ ଗିରଫ କରି କୋର୍ଟ ଚାଲାଣ କରିଛି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.