ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

‘ଶବ ଦେଖି ଦୌଡ଼ି ପଳାଇଥିଲି’; ପଲିଗ୍ରାଫ୍‌ ଟେଷ୍ଟରେ ସଞ୍ଜୟ ରୟର ଜବାବକୁ ନେଇ ଚର୍ଚ୍ଚା

Image Courtesy: indiatoday

କୋଲକାତା: ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟର ପଲିଗ୍ରାଫ୍ ଟେଷ୍ଟକୁ ନେଇ ଚର୍ଚ୍ଚା । ସାଇକୋଲୋଜିକାଲ ଟେଷ୍ଟରେ ଦୋଷ ମାନିଥିବା ସଞ୍ଜୟ ପଲିଗ୍ରାଫ ଟେଷ୍ଟରେ ମନା କରିଦେଇଛି । ଟେଷ୍ଟ ସମୟରେ ସଞ୍ଜୟ ରୟ କହିଛି ଯେ, ‘ମୋତେ ଫସାଇ ଦିଆଯାଇଛି । ମୁଁ ହତ୍ୟା କରିନାହିଁ । ମୁଁ ମୃତଦେହ ଦେଖିବା ପରେ ଦୌଡ଼ି ପଳାଇଥିଲି । ’ 

ସେପଟେ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ସଞ୍ଜୟ ରୟ ବ୍ୟତୀତ ଦ୍ବିତୀୟ ବ୍ୟକ୍ତିଙ୍କୁ ଗିରଫ କରିପାରି ନାହିଁ । ଘଟଣା ପରଦିନ କୋଲକାତା ପୋଲିସ ହିଁ ସଞ୍ଜୟ ରୟକୁ ଗିରଫ କରିଥିଲା । ତଦନ୍ତ ଦାୟିତ୍ବ ନେବା ପାଖରୁ ସିବିଆଇ ସଞ୍ଜୟ ରୟକୁ ପଚରା ଉଚରା କରୁଛି । ଅଗଷ୍ଟ ୨୫ରେ କୋଲକାତା ପ୍ରେସିଡେନ୍ସି ଜେଲରେ ସଞ୍ଜୟ ରୟର ପଲିଗ୍ରାଫ ଟେଷ୍ଟ କରାଇଥିଲା ସିବିଆଇ । 

ଏହି ସମୟରେ ତାକୁ ମୋଟ ୧୦ଟି ପ୍ରଶ୍ନ ପଚରାଯାଇଥିଲା । ସେମିନାର ହଲରେ ହତ୍ୟା କରିବା ପରେ ତୁମେ କଣ କଲ ବୋଲି ପ୍ରଶ୍ନରେ ସଞ୍ଜୟ ରୟ କହିଛି ଯେ, ‘ମୁଁ ହତ୍ୟା କରିନାହିଁ । ମୁଁ ଶବ ଦେଖିବା ପରେ ସେମିନାର ହଲରୁ ବାହାରକୁ ଦୌଡ଼ି ପଳାଇଥିଲି । ତେବେ ପଲିଗ୍ରାଫ ଟେଷ୍ଟରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ନିଜର ସଂପୃକ୍ତିକୁ ସିଧାସଳଖ ଖାରଜ କରିଦେଇଛି ସଞ୍ଜୟ ରୟ । 

  • Kolkata doctor rape murder case
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.