ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ପୂଜା ମଣ୍ଡପରେ ଖଣ୍ଡା ବୁଲାଇ ବନ୍ଧାହେଲେ ୩ ଲୋକାଲ ଦାଦା, ଖଣ୍ଡା ଜବତ

ଭୁବନେଶ୍ୱର,୧୦/୦୯: ପୂଜା ମଣ୍ଡପରେ ଖଣ୍ଡା ବୁଲାଇ ଆତଙ୍କ ଖେଳାଇବା ଅଭିଯୋଗରେ ୩ ଲୋକାଲ ଦାଦାଙ୍କୁ ଗିରଫ କରିଛି  ମଞ୍ଚେଶ୍ୱର ଥାନା ପୁଲିସ । ସେମାନେ ହେଲେ ଚକେଇସିଆଣି ମା’  ଭଗବତୀ ବସ୍ତିରେ ରହୁଥିବା କଟକ ବାଙ୍କୀର ଶତ୍ରୁଘ୍ନ ବେହେରା(୧୯), ସେହି ବସ୍ତିରେ ରହୁଥିବା କଟକ ବାଙ୍କୀର ବବୁଲ ବେହେରା(୧୯)  ଓ ପୁରୀ ଡେଲାଙ୍ଗର ଚନ୍ଦନ ବେହେରା(୨୩) । ପୁଲିସ ସେମାନଙ୍କ  ଠାରୁ ଏକ ଖଣ୍ଡା ଜବତ କରିଛି । 

ପୁଲିସ ସୂଚନା  ଅନୁଯାୟୀ, ଗତକାଲି ରାତିରେ  ଚକେଇସିଆଣି ଗଣେଶ ପୂଜା  ମଣ୍ଡପରେ ମେଲୋଡ଼ି କାର୍ଯ୍ୟକ୍ରମ  ଚାଲିଥିଲା । ରାତି ୧୦ଟାରେ  ଶତ୍ରୁଘ୍ନ ଓ ଚନ୍ଦନ ସେଠାରେ  ସର୍ବସାଧାରଣ ରାସ୍ତା ଉପରେ  ବାଇକ୍‌ ରଖି ଲୋକମାନଙ୍କୁ  ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ସମେଇଗଡ଼ିଆର ମଳୟ କୁମାର ପତି ଓ କିଛି ପୂଜା କମିଟି  ସଦସ୍ୟ ସେମାନଙ୍କୁ ଏପରି କରିବାକୁ ବାରଣ କରିଥିଲେ । ଏଥିରେ ଉତ୍‌କ୍ଷୀପ୍ତ ହୋଇ ଦୁଇଜଣ ସେମାନଙ୍କୁ ଧମକଚମକ ଦେଇ ସେଠାରୁ  ପଳାଇଥିଲେ । ପରେ ସେମାନେ ୫/୬ ଜଣ ସହଯୋଗୀଙ୍କୁ ଧରି ଖଣ୍ଡା ଓ  ଭୁଜାଲି ଧରି ପୂଜା ମଣ୍ଡପରେ ପହଞ୍ଚିଥିଲେ । ସେଠାରେ ଖଣ୍ଡା ଓ ଭୁଜାଲି  ବୁଲାଇ ଆତଙ୍କ ଖେଳାଇଥିଲେ । ପୂଜା କମିଟିର ସମସ୍ତ ସଦସ୍ୟ ଏକାଠି  ହୋଇ ଘେରି ଯିବାରୁ ସେମାନେ ଖଣ୍ଡା ବୁଲାଇ ସେଠାରୁ ପଳାଇଥିଲେ ।  

ରାତିରେ ଏନେଇ ମଳୟ କୁମାର ପତି ମଞ୍ଚେଶ୍ୱର ଥାନାରେ ଲିଖିତ  ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ଆଜି ସକାଳେ ଶତ୍ରୁଘ୍ନ, ବବୁଲ ଓ ଚନ୍ଦନଙ୍କୁ ଗିରଫ କରିଥିଲା । ସେମାନଙ୍କ ଠାରୁ ଏକ ଖଣ୍ଡା  ଜବତ କରିଥିଲା । ଅପରାହ୍ଣରେ ୩ ଜଣଙ୍କୁ କୋର୍ଟ ଚାଲାଣ କରା ଯାଇଛି ।  ଏହି ମାମଲାରେ ସଂପୃକ୍ତ ଅନ୍ୟମାନେ ଫେରାର୍‌ ଅଛନ୍ତି । ସେମାନଙ୍କୁ  ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.