ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ତାଜମହଲର ନିର୍ମାତା କିଏ ? ତାଜମହଲ ତିଆରି କରିବାକୁ ନିର୍ମାତାଙ୍କୁ କେତେ ଟଙ୍କା ମିଳିଥିଲା ?

ନୂଆଦିଲ୍ଲୀ, ୧୧।୮: ତାଜମହଲକୁ ପ୍ରେମର ପ୍ରତୀକ ବୋଲି କୁହାଯାଏ । କିଏ ମହିଳାଙ୍କ ହୃଦୟର ରାଣୀ କୁହେ ତ ଆଉ କିଏ କହେ ବିଶ୍ବର ସବୁଠାରୁ ସୁନ୍ଦର ମହଲ ତାଜମହଲ । ବିଶ୍ୱର ଆଶ୍ଚର୍ଯ୍ୟ କିର୍ତ୍ତିରାଜି ମଧ୍ୟରୁ ଅନ୍ୟତମ ଏହି ତାଜମହଲର ଗୋଟିଏ ଝଲକ ପାଇବାକୁ ଓ ସମ୍ମୁଖରେ ଛିଡ଼ା ହୋଇ ଫଟୋଟିଏ ଉଠାଇବାକୁ ଦେଶ ବିଦେଶରୁ ଧାଇଁ ଆସିଥାନ୍ତି ଲକ୍ଷ ଲକ୍ଷ ପର୍ଯ୍ୟଟକ । ଧଳା ପଥରରେ ନିର୍ମିତ ତାଜମହଲର ଅପରୂପ ସୌନ୍ଦର୍ଯ୍ୟ ବିଭୋର କରିଦିଏ ଦେଖଣାହାରୀଙ୍କ ମନ । ମୋଗଲ ବାଦଶାହା ଶାହାଜାହାନ ପତ୍ନୀ ମୁମତାଜଙ୍କ ସ୍ମୃତିରେ ବନାଇଛନ୍ତି ତାଜମହଲ । ୧୬୩୧ରେ ୧୪ତମ ପିଲାକୁ ଜନ୍ମ ଦେବା ବେଳେ ମୁମତାଜଙ୍କ ମୃତ୍ୟୁ ଘଟିଥିଲା । ମୁମତାଜଙ୍କ ସ୍ମୃତିରେ ୧୬୩୨ରେ ଶାହାଜାହାନ ଏହାର ନିର୍ମାଣ ଆରମ୍ଭ କରିଥିଲେ । କିନ୍ତୁ ଏତେ ସୁନ୍ଦର ତାଜମହଲର ନିର୍ମାତା କିଏ ଜାଣିଛନ୍ତି କି ? କିଏ ଏହାକୁ ନିର୍ମାଣ କରିଥିଲେ ? 

ମୁଗଲ ବାଦଶାହ ଶାହାଜାହାନ ନିଜ ରାଜସ୍ୱ କିଲ୍ଲା ଓ ବଡ଼ ବଡ଼ ରାଜକୀୟ ପ୍ରସାଦ ପାଇଁ ପ୍ରସିଦ୍ଧ ଥିଲେ । ତାଙ୍କ ଶାସନକାଳରେ ଭାରତବର୍ଷରେ ଅନେକ କିଲ୍ଲା ନିର୍ମାଣ କରାଯାଇଛି । ଯେଉଁଥିରେ ବିଶ୍ୱ ପ୍ରସିଦ୍ଧ ଲାଲ କିଲ୍ଲା ଓ ତାଜ ମହଲ ସାମିଲ । ପୁରୁଣା ଦିଲ୍ଲୀଠାରେ ଲାଲ କିଲ୍ଲା ନିର୍ମାଣ କରିବାକୁ ଆଦେଶ ଦେଇଥିଲେ ଶାହଜାହାନ । ତେବେ ଏହି ଲାଲ କିଲ୍ଲା ଓ ତାଜମହଲ ନିର୍ମାଣ କରିବାକୁ ବାସ୍ତୁକାର ଉସତାଦ୍ ଅହମ୍ମଦ ଲାହୋରୀଙ୍କ ସାହାଯ୍ୟ ନେଇଥିଲେ ସେ । ଉସତାଦ୍ ଅହମ୍ମଦ ଲାହୋରୀ ସେ ସମୟର ସବୁଠୁ ଚମତ୍କାର ବାସ୍ତୁକାରଙ୍କ ମଧ୍ୟରୁ ଜଣେ । ୧୬୩୧ରେ ଶାହାଜାହାନ ଅହମ୍ମଦ ଲାହୋରୀଙ୍କୁ ତାଜମହଲ ନିର୍ମାଣ କରିବାକୁ ନିଯୁକ୍ତି କରିଥିଲେ । ଯାହାକୁ ପୂରା କରିବାକୁ ୨୦ ହଜାର କାରିଗର ନିୟୋଜିତ ଥିବାବେଳେ ଲାଗିଥିଲା ୧୨ବର୍ଷର ସମୟ । ଐତିହାସକାରଙ୍କ ଅନୁସାରେ, ଶାହାଜାହାନ୍ ଉସତାଦ୍ ଅହମ୍ମଦ ଲାହୋରୀଙ୍କୁ ତାଜମହଲ ତିଆରି କରିବାକୁ ମାସକୁ ହଜାରେ ଟଙ୍କା ଦରମା ଦେଉଥିଲେ । ଆପଣ ଭାବୁଥିବେ ସାରା ବିଶ୍ୱ ପ୍ରସିଦ୍ଧ ତାଜମହଲ ନିର୍ମାତାଙ୍କୁ ମାତ୍ର ହଜାର ଟଙ୍କା ଦରମା ? କହିରଖୁ କି, ସେ ସମୟରେ ହଜାରେ ଟଙ୍କାର ମୂଲ୍ୟ ବର୍ତ୍ତମାନ ସମୟରେ ଜଣେ କର୍ପୋରେଟ୍ ସେକ୍ଟରର ସିଇଓଙ୍କ ଦରମାଠୁ ବି ଅଧିକ । 

କିଏ ସେହି ଅହମ୍ମଦ ଲାହୋରୀ ? 

ଶାହାଜାହାନ ଶାସନକାଳରେ ଉସତାଦ୍ ଅହମ୍ମଦ ଲାହୋରୀ ମୁଖ୍ୟ ବାସ୍ତୁକାର ଥିଲେ । ତାଜମହଲ ଓ ଲାଲ କିଲ୍ଲା ନିର୍ମାଣ କରିବା ବ୍ୟତୀତ ସେ ଦିଲ୍ଲୀର ଜାମା ମସଜିଦ୍‌ର ଡିଜାଇନ ମଧ୍ୟ ପ୍ରସ୍ତୁତ କରିଥିଲେ । ଉସତାଦ୍ ଅହମ୍ମଦ ଲାହୋରୀ ବାସ୍ତୁକାର ପରିବାରର । ତାଙ୍କୁ ବାଦଶାହ ଶାହାଜାହାନ ନଦିର-ଉଲ-ଅସରର ଉପାଧି ଦେଇଥିଲେ । ଐତିହାସକାରଙ୍କ କହିବାନୁସାରେ, ଜ୍ୟାମିତି, ଅଙ୍କ, ଗଣିତ ଓ ଜ୍ୟୋର୍ତିବିଜ୍ଞାନରେ ମଧ୍ୟ ଅହମ୍ମଦ ଲାହୋରୀଙ୍କ ଅଗାଧ ପାଣ୍ଡିତ୍ୟ ଥିଲା । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.