ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଚାପ କମାଏ ମହିଳାଙ୍କ ପ୍ରଜନନ କ୍ଷମତା, ଜାଣନ୍ତୁ କିପରି ଚିନ୍ତାରୁ ରହିବେ ଦୁରେଇ

ଭୁବନେଶ୍ୱର,୨୬/୦୭: ମଣିଷର ସବୁଠାରୁ ବଡ଼ ଶତ୍ରୁ ହେଉଛି ଚାପ । କୌଣସି ଜିନିଷ ଉପରେ ଅତ୍ୟଧିକ ଚାପ ହିଁ ଚିନ୍ତା ସୃଷ୍ଟି କରିଥାଏ । ଏହା ହୃଦୟକୁ ଆଘାତ କରିବା ସହ ରକ୍ତଚାପକୁ ମଧ୍ୟ ବଢାଇଥାଏ । ଏହି ସମୟରେ ପାପୁଲିରୁ ଝାଳ ବାହାରିବା, ଚର୍ମ ଥଣ୍ଡା ପଡିବା, ଆର୍ଦ୍ର ଅନୁଭବ କରିବା ସହ ନିଶ୍ୱାସପ୍ରଶ୍ୱାସରେ ତୀବ୍ରତା ଦେଖା ଦେଇଥାଏ । 

ଦୀର୍ଘଦିନ ଧରି ରହିଆସୁଥିବା ଚାପ ବା ସବୁବେଳେ ଚାପରେ ରହିବା ଦ୍ୱାରା ଉଦାସୀନତା ଆସିବା ସହ ଶୋଇବାରେ ବ୍ୟାଘାତ ହୋଇପାରେ । ଯାହା ଫଳରେ ସାଧାରଣ ସଂକ୍ରମଣକୁ ମୁକାବଲା କରିବା କଷ୍ଟକର ହୋଇପଡେ । ସେଥିରେ ପୁଣି ଯଦି ଶରୀରରେ ବିଭିନ୍ନ କାରଣ ଯୋଗୁ ହର୍‌ମୋନ୍‌ କ୍ଷରଣ କମ୍‌ ରହିଥାଏ । ତେବେ ସମସ୍ୟା ଅଧିକ ଦେଖା ଦେବା ସ୍ୱାଭାବିକ୍‌ । 

ଚାପ କ’ଣ ଗର୍ଭଧାରଣାରେ ଅକ୍ଷମତା ପାଇଁ ଦାୟୀ କି?

ଯୁକ୍ତରାଷ୍ଟ୍ର ଆମେରିକାରେ କରାଯାଇଥିବା ଏକ ସର୍ଭେ ଅନୁସାରେ ଅତ୍ୟଧିକ ଚାପ ମହିଳାଙ୍କ ବନ୍ଧ୍ୟାକରଣର କାରଣ ହୋଇପାରେ । ଗବେଷକମାନେ ଜାଣିପାରିଛନ୍ତି ଯେ, ଉଚ୍ଚସ୍ତରର ଚାପ ଥିବା ମହିଳାମାନଙ୍କ କ୍ଷେତ୍ରରେ ପ୍ରତି ମାସରେ ଗର୍ଭବତୀ ହେବାର ସମ୍ଭାବନା ୨୯ ପ୍ରତିଶତ କମ୍‌ ହୋଇଥାଏ । ବେଳେ ବେଳେ ନାରୀଙ୍କ ଉପରେ ଥିବା ଅତ୍ୟଧିକ ଚାପ ହର୍‌ମୋନ୍‌ ସ୍ତରକୁ ବଦଳାଇ ଦେଇଥାଏ । ଫଳରେ ଅଣ୍ଡା ଠିକ୍‌ ଭାବେ ଆସିପାରି ନଥାଏ ।

ବନ୍ଧ୍ୟାଦୋଷ ଚାପ ସୃଷ୍ଟି କରେ କି? 

ଏ ବିଷୟରେ ଆଇଭିଏଫ୍‌ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବନ୍ଧ୍ୟାଦୋଷ ଚିକିତ୍ସା କରୁଥିବା ଅନେକ ମହିଳା କର୍କଟ କିମ୍ବା ହୃଦ୍‌ଘାତରେ ପୀଡିତ ରୋଗୀଙ୍କ ପରି ଚାପରେ ରହିଥାନ୍ତି । ଯେତେବେଳେ ଦମ୍ପତ୍ତିଙ୍କୁ ବନ୍ଧ୍ୟା କୁହାଯାଏ, ସେତେବେଳେ ସେମାନେ ନିଜକୁ ଅସହାୟ ମନେ କରିଥାନ୍ତି । ଏପରିକି ନିଜ ଉପରୁ ନିୟନ୍ତ୍ରଣ ହରାଇ ବସନ୍ତି, ଯାହା ଆଦୌ ଠିକ୍‌ ନୁହେଁ । ଏହି ସମସ୍ୟାରୁ ବାହାରକୁ ଆସିବା ପାଇଁ ଭାବପ୍ରବଣ ହେବା ପରିବର୍ତ୍ତେ ଶାରିରୀକ ଓ ମାନସିକ ଭାବେ ପ୍ରସ୍ତୁତ ହେବା ହିଁ ଶ୍ରେଷ୍ଠ ଉପାୟ ।

ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ବୈବାହିକ ବିଶୃଙ୍ଖଳା, ଚାକିରି, ବ୍ୟବସାୟିକ ଚାପ, ବ୍ୟକ୍ତିଗତ ଆଘାତ ଓ ବିଳମ୍ବିତ ବିବାହ ବନ୍ଧ୍ୟାତା ସୃଷ୍ଟିର କାରଣ ହୋଇପାରେ । ତେଣୁ ବିଶେଷକରି ଚାକିରି କରୁଥିବା ମହିଳାମାନେ ଚାପକୁ କମାଇବା ପାଇଁ ନିମ୍ନ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରି । ଠିକ୍‌ ପରିମାଣରେ ଶୋଇବା ଖୁବ୍‌ ଜରୁରୀ । ତେଣୁ କର୍ମଜୀବୀ ମହିଳାମାନେ ଦିନକୁ ଅତି କମ୍‌ରେ ୬/୭ ଘଣ୍ଟା ନିଶ୍ଚୟ ଶୋଇବା ଆବଶ୍ୟକ । ଶୋଇବା ପୁର୍ବରୁ ଜୀବନସାଥୀ ସହ ଥିବା ବେଳେ ଇମେଲ୍‌ କିମ୍ବା ବ୍ୟାବସାୟିକ କଲ୍‌ଠାରୁ ନିଜକୁ ଦୂରେଇ ରଖନ୍ତୁ । ଏସବୁଠାରୁ ଦୂରେଇ ନ ରହିଲେ ଆପଣ ଜୀବନସାଥୀ ସହ ଶାନ୍ତିରେ ସମୟ ବିତାଇ ପାରିବେ ନାହିଁ ।  

ଜୀବନସାଥୀ ସହ ସୁସ୍ଥ ଜୀବନଯାପନ ଦ୍ୱାରା ସମ୍ପର୍କରେ ନିବିଡତା ଆସିଥାଏ । ଧୂମପାନ ଓ ମଦ୍ୟପାନଠାରୁ ଦୂରେଇ ରହନ୍ତୁ । ଏହା ଗର୍ଭଧାରଣାର ସମସ୍ୟା ଆଣିପାରେ । ଲାପଟପ୍‌, କମ୍ପ୍ୟୁଟର ଓ ମୋବାଇଲ୍‌ର ବ୍ୟବହାର କମାନ୍ତୁ । ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍‌ର ବ୍ୟବହାର ସୀମିତ କରନ୍ତୁ । ବିଶେଷକରି ରାତିରେ ସେଥିରୁ ନିର୍ଗତ ବିକିରଣ ଆପଣଙ୍କ ପ୍ରଜନନ କ୍ଷମତା ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.