ପ୍ରମୂଖ ଖବର
  • ଭୋଗରାଇ : ସ୍କୁଲରେ ଭିଜିଲାନ୍ସ ଚଢ଼ାଉ, ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ରେଡ୍‌
  • ||
  • ଅକ୍ଷୟ ତୃତୀୟ ସିଏମ୍ କିଷାନ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
  • ||
  • ଅକ୍ଟୋବରରେ ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଆପଣ ବି ରାତିରେ ଭାତ ଖାଉଛନ୍ତି କି? ସାବଧାନ! ହୋଇପାରେ ଏହି ସମସ୍ୟା

ଭାରତର ପ୍ରମୁଖ ଖାଦ୍ୟ ଭାତ । ତେଣୁ ଅଧିକାଂଶ ଲୋକେ ଦିନକୁ ଏକାଧିକ ଥର ଭାତ ଖାଇବାକୁ ପସନ୍ଦ କରନ୍ତି । ଭାତରୁ ବିଭିନ୍ନ ପ୍ରକାର ଭିଟାମିନ, କ୍ୟାଲୋରୀ, ପ୍ରୋଟିନ, ଫାଇବର, କାର୍ବୋହାଇଡ୍ରେଟ, ଆଇରନ, କ୍ୟାଲେସିୟମ, ମ୍ୟାଗ୍ନେସିୟମ, ପୋଟାସିୟମ, ଜିଙ୍କ ଭଳି ଖଣିଜ ସାର ମିଳୁଥିବା ବେଳେ ଏହା ଆମ ସ୍ବାସ୍ଥ୍ୟ ପାଇଁ ଜରୁରୀ । କିନ୍ତୁ ରାତିରେ ଅଧିକ ଭାତ ଖାଇବା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । କାରଣ ଭାତରେ ଷ୍ଚାର୍ଚ ଓ କାର୍ବସ ଅଧିକ ଥାଏ, ଯାହା ସହଜରେ ଭାଙ୍ଗିଯାଏ । ଏହା ସହଜରେ ହଜମ ହୋଇଯାଉଥିଲେ ମଧ୍ୟ ଶରୀରରେ ଗ୍ଲୁକୋଜ ସ୍ତର ଶୀଘ୍ର ବଢାଇଥାଏ । ତେଣୁ ଡାଇବେଟିସ୍ ରୋଗୀ ରାତିରେ ଭାତ ନ ଖାଇବାକୁ ପରାମର୍ଶ ଦିଆଯାଏ । ସେହିପରି ଅଧିକ ଭାତ ଖାଇବା ଦ୍ବାରା ଟାଇପ୍-୨ ଡାଇବେଟିସ୍ ହେବାର ଆଶଙ୍କା ବୃଦ୍ଧି ପାଏ । 

ମେଦବହୁଳତା: ଭାତରେ ଅଧିକ କ୍ୟାଲେରୀ ଓ କାର୍ବୋହାଇଡ୍ରେଟ ମିଳେ । ଏହା ଓଜନ ବୃଦ୍ଧିର କାରଣ ହୋଇପାରେ । ତେଣୁ ଯଦି ନିଜର ଓଜନ କମାଇବାକୁ ଚାହୁଁଛନ୍ତି, ତାହେଲେ ରାତିରେ ଭାତ ଖାଇବା ଅନୁଚିତ୍ ।

ଆର୍ଥ୍ରାଇଟିସ୍ ରୋଗୀ: ଚାଉଳରେ ଏମିତି ଉପାଦନ ରହିଛି ଯାହା ଶରୀରରେ ପ୍ରଦାହ ବଢାଇପାରେ, ଆଉ ଏହା ଆର୍ଥ୍ରାଇଟିସ୍ ଯନ୍ତ୍ରଣା ବଢାଇଥାଏ । ତେଣୁ ଆର୍ଥ୍ରାଇଟିସ୍ ରୋଗୀ ରାତିରେ ଭାତ ନ ଖାଇବା ଭଲ ।

ନିଦ୍ରା ସମସ୍ୟା:  ସେହିପରି ଭାତ ଖାଇବା ଦ୍ବାରା ଶରୀରରେ ଟ୍ରିପ୍ଟୋଫନ ମାତ୍ରା ବୃଦ୍ଧି ପାଏ, ଯାହାକି ନିଦରେ ସହାୟକ ହୁଏ । କିନ୍ତୁ କିଛି ଲୋକଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିପାରେ । ସେମାନଙ୍କ ସ୍ଲିପ୍ କ୍ବାଲିଟି ପ୍ରଭାବିତ ହୋଇପାରେ । ଯଦି ଆପଣଙ୍କୁ ନିଦ୍ରା ସମସ୍ୟା ରହିଛି, ତାହେଲେ ରାତିରେ ଭାତ ଖାଇବାରୁ ଦୂରେଇ ରୁହନ୍ତୁ ।

ଡାଇବେଟିସ୍ ରୋଗୀ: ଭାତରେ ଅଧିକ ଗ୍ଲାଇସେମିକ ଇଣ୍ଡେକ୍ସ ରହିଛି, ଯାହା ରକ୍ତରେ ସୁଗାର ଲେବଲ ଶୀଘ୍ର ବଢାଇପାରେ । ଏହା ଡାଇବେଟିସ୍ ରୋଗୀଙ୍କ ପାଇଁ ହାନିକାରକ । ଉଚ୍ଚ ଗ୍ଲାଇସେମିକ୍ ଇଣ୍ଡେକ୍ସ ଥିବା ଖାଦ୍ୟପଦାର୍ଥ ଦ୍ବାରା ଟାଇପ୍-2 ଡାଇବେଟିସ୍ ଆଶଙ୍କା ମଧ୍ୟ ବଢିଥାଏ ।  ତେବେ ଧଳା ଭାତ ବଦଳରେ ବ୍ରାଉନ ରାଇସ୍ ଖାଇବା ସ୍ବାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ । ଏଥିରେ ହାଇ ଫାଇବର ମିଳେ, ଯାହାକି ହ୍ବାଇଟ୍ ରାଇସଠାରୁ ଅଧିକ ସ୍ବାସ୍ଥ୍ୟଗତ ଫାଇଦା ଦିଏ । ଏଥିସହ ରାତ୍ରିଭୋଜନ ଓ ଶୋଇବା ମଧ୍ୟରେ 3ରୁ 4 ଘଣ୍ଟା ବ୍ୟବଧାନ ରଖିବା ଉଚିତ୍ । 



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.