ପ୍ରମୂଖ ଖବର
  • ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଦ୍ବିତୀୟ କିସ୍ତି ତାରିଖ ଘୋଷଣା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
  • ||
  • ବୈପାରୀଗୁଡା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ, ୫ ହଜାର ଟଙ୍କା ଜବତ
  • ||
  • ଯାଜପୁର : ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ବାଲିପାଟଣା : ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ଓଡ଼ିଶାରେ କମିବ ରେଳ ଦୁର୍ଘଟଣା: ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା ପ୍ରଣାଳୀ,ଟେଣ୍ଡର ପ୍ରକ୍ରିୟା ଆରମ୍ଭ
  • ||
  • ଲମତାପୁଟ : ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ,୯୦ କେଜି ଗଞ୍ଜେଇ ଜବତ
  • ||
  • ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ, ନିଯୁକ୍ତ ହେବେ ଫୁଡ଼ ଇନ୍ସପେକ୍ଟର
  • ||
  • ପୁଣି ମ୍ୟାଜିକ ନମ୍ୱର ଛୁଇଁଲା ହୀରାକୁଦ ଜଳଭଣ୍ଡାର, ୭ ଗେଟ୍‌ ଦେଇ ଜଳ ନିଷ୍କାସିତ
  • ||
  • ଆନନ୍ଦପୁର : ଅଟୋ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଜଗତସିଂହପୁର : ଆଜି ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ, ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଶାଖାର ୧୦ ଦଫା ଦାବି
  • ||
  • ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ, ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି
  • ||
  • ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ; ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉପରେ ଝରପାଣି, ଭକ୍ତଙ୍କୁ ଦର୍ଶନ ମନା
  • ||
  • ବେତନଟୀ : କପିଳାସ ଜଙ୍ଗଲକୁ ପଠାଗଲା ନରହନ୍ତା ଦନ୍ତା, ୮ଘଣ୍ଟାର ଅପରେସନ ପରେ ହୋଇଥିଲା ଟ୍ରାଙ୍କୁଲାଇଜ୍‌
  • ||
  • ଚାନ୍ଦବାଲି : ଧରାପଡ଼ିଲେ ବାଇକ୍ ଲୁଟେରା;୨ ଗିରଫ, ଜଣେ ଫେରାର
  • ||
  • ୨୦୨୬ ମାଟ୍ରିକ୍‌ ପରୀକ୍ଷା ପଞ୍ଜୀକରଣ, ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ
  • ||
  • କମୁନି ଦାଦନ ଦୁଃଖ, ସୁରଟରେ ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ବୌଦ୍ଧ ଯୁବକ
  • ||
  • ସାଂଘାତିକ ହେବ ରୋଗୀସେବା: ଆଜିଠୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ, ୩୦ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ
  • ||
  • ଜଳେଶ୍ବର : ବିପଦ ସଙ୍କେତ ତଳେ ଜଳକା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
  • ||
  • ଶୁକ୍ରବାରଠୁ କମିବ ବର୍ଷା ପରିମାଣ, ଉତ୍ତର ଓଡ଼ିଶାର କାଁ ଭାଁ କିଛି ସ୍ଥାନରେ ବର୍ଷିବ: ୬ରେ ପୁଣି ଲଘୁଚାପ ସମ୍ଭାବନା
  • ||

ପିଏନବିରେ ଆପଣଙ୍କର ଆକାଉଣ୍ଟ ଅଛି କି ? ହୋଇଯାନ୍ତୁ ସତର୍କ

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ( ପିଏନବି ବ୍ୟାଙ୍କ)ରେ ଯଦି ଆପଣଙ୍କର ଆକାଉଣ୍ଟ ଅଛି ତ, ଏହି ଖବର ଆପଣଙ୍କ ପାଇଁ ଖୁବ୍‌ ଜରୁରୀ। ପିଏନବି ପକ୍ଷରୁ ସେହି ଗ୍ରାହକଙ୍କୁ ବା ଆକାଉଣ୍ଟ ହୋଲଡରଙ୍କୁ ପୁଣି ଥରେ ଆଲର୍ଟ ଜାରି କରାଯାଇଛି, ଯାହାର ଆକାଉଣ୍ଟରେ ଗତ ୩ ବର୍ଷରୁ ଅଧିକ ସମୟ ଧରି କୌଣସି ଟ୍ରାଜାକ୍ସନ ହୋଇ ନାହିଁ ଏବଂ ଏହି ସବୁ ଆକାଉଣ୍ଟରେ ଜିରୋ ବାଲାନ୍ସ ରହିଛି, ଏମିତି ଆକାଉଣ୍ଟକୁ ୩୦ ଜୁନ୍‌ ୨୦୨୪ରୁ ବନ୍ଦ କରି ଦିଆଯିବ। ଏଥିରେ ଆପଣ ଯଦି ବି ନିଜର ପିଏନବି ଆକାଉଣ୍ଟରେ ୩ ବର୍ଷରୁ ନେଣଦେଣ କରି ନାହାନ୍ତି , ତ ନିର୍ଦ୍ଦିଷ୍ଟ ଅବଧିରେ ନିଶ୍ଚୟ କରି ନିଅନ୍ତୁ। ଆସନ୍ତୁ ଜାଣିବା ବ୍ୟାଙ୍କ ପକ୍ଷରୁ କଣ କୁହାଯାଇଛି ?

ପିଏନବି ନିଜର ଟ୍ୱିଟର ( ଏକ୍ସ) ଆକାଉଣ୍ଟରେ ଏକ ଆଲର୍ଟ ଜାରି କରି କହିଛି ଯେ, ବ୍ୟାଙ୍କ ଜାଣିବାକୁ ପାଇଛି ଅନେକ ଆକାଉଣ୍ଟରେ ଗତ ୩ ବର୍ଷରେ ଗ୍ରାହକଙ୍କ ଦ୍ୱାରା କୌଣସି ପ୍ରକାରର କିଛି ଟ୍ରାଜାକ୍ସନ କରାଯାଇ ନାହିଁ ଏବଂ ଏଥିରେ କୌଣସି ବାଲାନ୍ସ ମଧ୍ୟ ନାହିଁ। ଏଥିରେ ଏହି ଆକାଉଣ୍ଟ ଗୁଡ଼ିକର ଦୁରୁପଯୋଗକୁ ରୋକିବା ପାଇଁ ନିଆ ଯାଉଥିବା ପଦକ୍ଷେପ ଅନୁସାରେ , ସେଗୁଡ଼ିକୁ କ୍ଲୋଜ୍‌ କରିବାର ନିଷ୍ପତ୍ତି ନିଆ ଯାଇଛି। ଏହି ସମ୍ୱନ୍ଧରେ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ୧ ମେ ୨୦୨୪ , ୧୬ ମେ ୨୦୨୪ , ୨୪ ମେ ୨୦୨୪ ଓ ୧ ଜୁନ୍ ୨୦୨୪କୁ ୱେବସାଇଟ୍‌ ଓ ସୋସିଆଲ ମିଡିଆ ମାଧ୍ୟମରେ ପୂର୍ବରୁ ମଧ୍ୟ ନୋଟିସ୍‌ ଦିଆଯାଇ ସାରିଛି। ଏଥିରେ ସବୁ ଗ୍ରାହକଙ୍କୁ ଏହି ଅସୁବିଧାରୁ ବର୍ତ୍ତିବା ପାଇଁ ପ୍ରତି ବର୍ଷ ୩୦ ଜୁନ୍‌ ସୁଦ୍ଧା ନିଜ ଆକାଉଣ୍ଟକୁ ସକ୍ରିୟ କରିବାକୁ ହେବ।

ଏବେ ପ୍ରଶ୍ନ ଯେ, ପବ୍ଲିକ୍‌ ସେକ୍ଟରର ପ୍ରସିଦ୍ଧ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ନିଜର ଗ୍ରାହକଙ୍କ ଆକାଉଣ୍ଟକୁ ବନ୍ଦ କରିବାର ପଦକ୍ଷେପ କାହିଁକି ନେଇଛି। ଏହା ପଛରେ ବଡ଼ କାରଣ ଅଛି। ପିଏନବି ପକ୍ଷରୁ ଚେତାବନୀ ଦିଆଯାଇ ସତର୍କ କରାଯାଇଛି କି , ଯଦି ତାଙ୍କର ଆକାଉଣ୍ଟରେ ଗତ ୩ ବର୍ଷରୁ କୌଣସି ପ୍ରକାରର ନେଣଦେଣ ହୋଇ ନାହିଁ ଏବଂ ତାଙ୍କର ଆକାଉଣ୍ଟ ବାଲାନ୍ସ ଶୂନ୍ୟ ଅଛି , ତ ୩୦ ଜୁନ୍‌ରୁ ଏହି ଆକାଉଣ୍ଟକୁ ବନ୍ଦ କରି ଦିଆ ଯିବ। ଏହି ପଦକ୍ଷେପ ପିଏନବି ଦ୍ୱାରା ଅପରେଟ୍‌ ହେଉ ନଥିବା ଏମିତି ଆକାଉଣ୍ଟକୁ ମିସୟୁଜ୍‌ରୁ ରୋକିବା ପାଇଁ ନିଆ ଯାଇଛି। ଏମିତି ସବୁ ଆକାଉଣ୍ଟର ହିସାବ ୩୦ ଅପ୍ରେଲ ୨୦୨୪ ଆଧାରରେ କରାଯିବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.