ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ପରିବା ଦାମ୍ ହ୍ରାସର ପ୍ରଭାବ, ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫିତୀ ହ୍ରାସ ପାଇ ୬.୮୩%ରେ ପହଞ୍ଚିଲା

ନୂଆଦିଲ୍ଲୀ ୧୨/୯: ଖୁଚୁରା ମହଙ୍ଗା ହାର ମାମଲାରେ ଆଗଷ୍ଟର ଆକଳନରେ ବଡ ଆଶ୍ୱସ୍ତି ମିଳିଛି । ଅଗଷ୍ଟରେ ରିଟେଲ୍ ମହଙ୍ଗା ହାର ବାର୍ଷିକ ଆଧାରରେ କମ୍ ହୋଇ ୬.୮୩ ପ୍ରତିଶତକୁ ଆସିଯାଇଛି। ଯଦିଓ ଏହା ପୂର୍ବରୁ ଜୁଲାଇରେ ମହଙ୍ଗା ହାର ୭.୪ ପ୍ରତିଶତ ରହିଥିଲା, ଯାହା ୧୫ ମାସର ସର୍ବୋଚ୍ଚ ସ୍ତରରେ ଥିଲା । ସେହିଭଳି ଫୁଡ୍ ପ୍ରାଇସ ଇଣ୍ଡେକ୍ସରେ ହ୍ରାସ ଆସିଛି । 

ବିଭାଗ ମଙ୍ଗଳବାର ଅଗଷ୍ଟ ମାସର ଖୁଚୁରା ମୁଦ୍ରାସ୍ଫିତୀ ଆକଳନ ଜାରି କରିଛି । ସରକାରୀ ଆକଳନ ଅନୁସାରେ ଜୁଲାଇରେ ୭.୪ ପ୍ରତିଶତ ପର୍ଯ୍ୟନ୍ତ ବଢିବା ପରେ ଖୁଚୁରା ମହଙ୍ଗା ହାର ଅଗଷ୍ଟରେ ବାର୍ଷିକ ଆଧାରରେ କମ୍ ହୋଇ ୬.୮୩ ପ୍ରତିଶତ ହୋଇଯାଇଛି । ବିଶ୍ଲେଷକଙ୍କୁ ଆଶା ଥିଲା କି ରାସନର ବଢୁଥିବା ଦାମ୍ ଯୋଗୁଁ ସେପ୍ଟେମ୍ବରରେ ମୁଦ୍ରାସ୍ଫିତୀ ଆକଳନ ଉଚ୍ଚ ରହିବ । 

ଫୁଡ୍ ପ୍ରାଇସ୍ ମୁଦ୍ରାସ୍ଫିତୀ ଜୁଲାଇ ୨୦୨୩ର ୧୧.୫୧ ପ୍ରତିଶତରୁ କମ୍ ହୋଇ ଅଗଷ୍ଟରେ ୯.୯୪ ପ୍ରତିଶତ ରହିଛି । ଆକଳନରୁ ଜଣାପଡୁଛି କି ଅଗଷ୍ଟ ମାସରେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ସମୁଦାୟ ମୁଦ୍ରାସ୍ଫିତୀ ୭.୦୨ ପ୍ରତିଶତ ଏବଂ ୬.୫୯ ପ୍ରତିଶତ ରହିଛି। ଯଦିଓ କଞ୍ଜ୍ୟୁମର ଫୁଡ୍ ପ୍ରାଇସ୍ ଇଣ୍ଡେକ୍ସ ବୃଦ୍ଧି ପାଇ ଗ୍ରାମାଞ୍ଚଳରେ ୯.୬୭ ପ୍ରତିଶତ ଏବଂ ସହରାଞ୍ଚଳରେ ୧୦.୪୨ ପ୍ରତିଶତ ରହିଛି । 
 

ତେବେ ଜୁଲାଇରେ ଭାରତରେ ଖୁଚୁରା ମୁଦ୍ରାସ୍ଫିତୀ ବୃଦ୍ଧି ପାଇ ୧୫ ମାସର ସର୍ବୋଚ୍ଚ ସ୍ତର ୭.୪ ପ୍ରତିଶତରେ ପହଞ୍ଚି ଯାଇଥିଲା । ଭାରତରେ ଖାଦ୍ୟ ମୁଦ୍ରାସ୍ଫିତୀ ଜୁଲାଇରେ ୩ ବର୍ଷର ସର୍ବୋଚ୍ଚ ସ୍ତର ୧୧.୫ ପ୍ରତିଶତରେ ପହଞ୍ଚିଯାଇଛି, ଯାହା ଫଳରେ ମୁଦ୍ରାସ୍ଫିତୀ ୭.୪୪ ପ୍ରତିଶତ ହୋଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.