ପ୍ରମୂଖ ଖବର
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

‘ଅଯୋଧ୍ୟା ଭଳି ମଧ୍ୟ ଗୁଜରାଟରେ ବିଜେପିକୁ ହରାଇବୁ’, ରାହୁଲଙ୍କ ରଣହୁଁଙ୍କାର

ନୂଆଦିଲ୍ଲୀ, ୦୬/୦୭ : ଶନିବାର ଅହମ୍ମଦାବାଦରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ସେ କହିଛନ୍ତି ଯେ, ସମସ୍ତେ ଏକଜୁଟ ହୋଇ ଅଯୋଧ୍ୟା ଭଳି ଗୁଜରାଟରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ବିଜେପି ନେତାଙ୍କୁ ପରାସ୍ତ କରିବା। ଅଯୋଧ୍ୟାରେ ବିମାନବନ୍ଦର ନିର୍ମାଣ ହେବା ସମୟରେ ଅଯୋଧ୍ୟାବାସୀ ସେମାନଙ୍କର ଜମି ହରାଇଥିଲେ। ହେଲେ ସେମାନଙ୍କୁ ରାମମନ୍ଦିର ଉଦଘାଟନୀ ସମାରୋହକୁ କେହି ନିମନ୍ତ୍ରଣ କରିନଥିଲେ। ରାମ ମନ୍ଦିର ନିର୍ମାଣ ପାଇଁ ବହୁ କୃଷକଙ୍କର ଜମି ଚାଲିଗଲା। ହେଲେ ଆଜି ପର୍ଯ୍ୟନ୍ତ ମୋଦି ସରକାର ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେଲେ ନାହିଁ। ଯେଉଁଥିପାଇଁ ଲୋକମାନେ ରାଗିଗଲେ, ଏବଂ ନିର୍ବାଚନ ସମୟରେ ଏହାର ଜବାବ ଦେଲେ। ଏଥିପାଇଁ ଅଯୋଧ୍ୟାରେ ସାଧାରଣ ନିର୍ବାଚନେ ଏନଡିଏ ହାରିଲା ଏବଂ ଇଣ୍ଡିଆ ମେଣ୍ଟ ଜିତିଲା। 

ରାହୁଲ ଗାନ୍ଧୀ ରାମ ମନ୍ଦିର ଉଦଘାଟୀ ଉତ୍ସବକୁ ନେଇ ପୁଣି କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମରେ ଆଦାନୀ ଏବଂ ଅମ୍ବାନୀଙ୍କୁ ଦେଖିବାକୁ ମିଳିଥିଲା, କିନ୍ତୁ କୌଣସି ଗରିବ ଲୋକଙ୍କୁ ଦେଖିବାକୁ ମିଳି ନଥିଲା। କଂଗ୍ରେସ କାର୍ଯ୍ୟାଳୟରେ ଭଙ୍ଗାରୁଜା କରି ବିଜେପି ଗୁଜରାଟରେ ଦଳୀୟ କର୍ମୀଙ୍କୁ ଆକ୍ରମଣ କରିଥିଲା ହେଲେ ଏବେ କାହାକୁ ଭୟ କରିବା ଆବଶ୍ୟକ ନାହିଁ। ସେମାନେ ଆମ କାର୍ଯ୍ୟାଳୟକୁ ଭଙ୍ଗାରୁଜା କରି ଆମକୁ ଚ୍ୟାଲେଞ୍ଜ କରିଛନ୍ତି। ତେଣୁ ଗୁଜରାଟରେ ଆମେ ସମସ୍ତେ ମିଶି ତାଙ୍କୁ ହରାଇବା।  

ଗୁଜୁରାଟ ଗସ୍ତ ସମୟରେ ଗାନ୍ଧୀ ରାଜ୍ୟରେ ଘଟିଥିବା ଦୁଃଖଦ ଘଟଣାରେ ପ୍ରଭାବିତ ପରିବାରଙ୍କୁ ଭେଟିବାକୁ ଯୋଜନା କରିଛନ୍ତି। ଜଣେ ଦଳର ନେତା କହିଛନ୍ତି ଯେ ରାଜକୋଟ ଗେମ୍ ଜୋନ୍ ଅଗ୍ନିକାଣ୍ଡରେ ଭଦୋଦରା ଡଙ୍ଗା ବୁଡ଼ିବା ଏବଂ ମୋର୍ବି ବ୍ରିଜ୍ ଭୁଶୁଡ଼ି ପଡ଼ିଥିବା ପରିବାରବର୍ଗଙ୍କୁ ଗାନ୍ଧୀ ସମବେଦନା ଜଣାଇଛନ୍ତି। ବିଜେପି କର୍ମୀଙ୍କ ସହ ହିଂସାତ୍ମକ ସଂଘର୍ଷ ପରେ ଗିରଫ ହୋଇଥିବା ପାଞ୍ଚ ଜଣ କଂଗ୍ରେସ କର୍ମୀଙ୍କ ପରିବାରକୁ ମଧ୍ୟ ଭେଟିବେ ରାହୁଲ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.