ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
  • ||
  • ଭଦ୍ରକ : ସାଲାଇନ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼, ଜଣେ ଅଟକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ଅମିନ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ଦ୍ୱାରାଶୁଣି ଘାଟିରେ ଖସିଲା ପିଆଜ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • କଟକ: ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ଏବେ ରେଜଲ୍ଟକୁ ଅପେକ୍ଷା
  • ||
  • ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ, ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
  • ||
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଏବେ ପ୍ରଦୀପଙ୍କୁ ବିଜେଡି ଟିକଟ ଦେବ କେଉଁଠୁ ? ସମର୍ଥକ ଓ ଜିଲ୍ଲାବାସୀଙ୍କ ମଧ୍ୟରେ ନାନା ପ୍ରଶ୍ନ

ନବରଙ୍ଗପୁର,୨୪/୧୧: ଏକଦା କଂଗ୍ରେସର ଟାଣୁଆ ନେତା ଥିଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ତାଙ୍କୁ ବିଜେଡିରେ ସାମିଲ କରି ଅବିଭକ୍ତ କୋରାପୁଟ ଜିଲ୍ଲା କଂଗ୍ରେସର ଗରମ ରାଜନୀତିକୁ ଥଣ୍ଡା କରାଇବାରେ ସଫଳ ହୋଇଛି ଶଙ୍ଖ ଦଳ । ପ୍ରଦୀପ କଂଗ୍ରେସ ଛାଡ଼ିବା ପରେ ତାଙ୍କ ଭଳି ଆକ୍ରମଣାତ୍ମକ ଭୂମିକା ନେବାରେ ଦଳର ଆଉ କୌଣସି ଆଦିବାସୀ ନେତା ସେତେ ସଫଳ ହୋଇପାରି ନାହାନ୍ତି । ବିଜେଡି ତାଙ୍କୁ ରାଜ୍ୟସ୍ତରୀୟ ନେତା ମାନ୍ୟତା ଦେଇ ଏସ୍‌ଡିସି ଭଳି ସରକାରୀ ସଂଗଠନର ରାଜ୍ୟ ଉପଦେଷ୍ଟା କରିଛି । ପ୍ରଦୀପଙ୍କ କ୍ଷମତାକୁ ବଢ଼ାଇ ଦିଆଯାଇଛି, ଏକଥା ସତ । ଅଥଚ ତାଙ୍କ ଶହଶହ ସମର୍ଥକ ଆଶା ରଖିଥିଲେ, ପ୍ରଦୀପଙ୍କୁ ରାଜ୍ୟସଭା ସାଂସଦ ପଦ ମିଳିବ । ଅଥଚ ତାହା ନ ମିଳିବାରୁ ସେମାନେ ନିରାଶ ହୋଇଥିଲେ । ଏବେ ପ୍ରଦୀପଙ୍କୁ ଦଳ କେଉଁ ଆସନରୁ ଟିକେଟ ଦେବ? ତାକୁ ନେଇ ସମର୍ଥକ ଓ ଜିଲ୍ଲାବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ନାନା ପ୍ରଶ୍ନ । 

ପ୍ରଦୀପଙ୍କ ପଦ ଅନୁସରଣ କରି ବହୁ କଂଗ୍ରେସ କର୍ମୀ ବିଜେଡିକୁ ଡିଆଁ ମାରିଥିଲେ । ସେମାନଙ୍କ ମନରେ ଏବେ ଅସନ୍ତୋଷ କୁହୁଳିବାରେ ଲାଗିଛି । କୁହାଯାଉଛି, ବିଜେଡି ସଂଗଠନ ଢାଞ୍ଚାରେ ଖାପଖୁଆଇ ଚଳିବା ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଛି । ଏକଥା ଖୋଲାଖୋଲି କର୍ମୀମାନେ ପ୍ରକାଶ କରିବାକୁ ସାହାସ ଜୁଟାଇ ପାରୁନାହାନ୍ତି । ଜିଲ୍ଲାରେ ଗୋଟିଏ ଲୋକସଭା ଆସନ । ସେଥିରେ ରମେଶ ମାଝୀ ଖୋଦ୍‌ ସାଂସଦ ରହିଛନ୍ତି । ୪ଟି ବିଧାନସଭା ଆସନରୁ ୩ଟି ବିଧାନସଭା ରହିଛି ବିଜେଡି କବ୍‌ଜାରେ । ସେଥିରୁ ଝରିଗାଁ ଆସନରେ ରମେଶଙ୍କ ସାନଭାଇ ପ୍ରକାଶ ମାଝୀ ବିଧାୟକ ଅଛନ୍ତି । ଡାବୁଗାଁ ଆସନରୁ ଏଥର ମଧ୍ୟ ମନୋହର ରନ୍ଧାରୀଙ୍କୁ ପ୍ରାର୍ଥୀ କରିବା ଥୟ ବୋଲି ଚର୍ଚ୍ଚା ହେଉଛି । ନବରଙ୍ଗପୁର ଆସନରେ ବିଧାୟକ ଅଛନ୍ତି ସଦାଶିବ ପ୍ରଧାନୀ । ବଳକା ଉମରକୋଟ ଆସନଟି ରହିଛି ବିଜେପି କବ୍‌ଜାରେ । ବିଜେଡି ଟିକଟ ଆଶାରେ ରହିଛନ୍ତି ବହୁ ଆଶାୟୀ । ଏଭଳି ସ୍ଥିତିରେ ବିଜେଡି କାହାର ଟିକଟ କାଟି ପ୍ରଦୀପଙ୍କୁ ଦେବ ନା ଟିକଟ ରେସ୍‌ରୁ ବାଦ୍‌ ଦେଇ କେବଳ ରାଜ୍ୟସ୍ତରୀୟ ନେତା କରି ରଖିବ-ତାକୁ ନେଇ ସମର୍ଥକ ମହଲରେ ନାନା ଆଶଙ୍କା ପ୍ରକାଶ ପାଇଛି ।  

ନବରଙ୍ଗପୁର ସାଂସଦ ତଥା ଜିଲ୍ଲା ସଭାପତି ରମେଶ ବିଜେଡିରୁ ଓ ପ୍ରଦୀପ କଂଗ୍ରେସରୁ ରାଜନୀତି ଆରମ୍ଭ କରିବା ଦିନରୁ ଉଭୟଙ୍କ ମଧ୍ୟରେ ପାରମ୍ପରିକ ରାଜନୈତିକ ଶତ୍ରୁତା ରହିଥିଲା । ଅବଶ୍ୟ ପ୍ରଦୀପ ବିଜେଡିରେ ସାମିଲ ହେବା ପରେ ରମେଶ ତାଙ୍କୁ ମଞ୍ଚ ଉପରେ କୋଳେଇ ନେଇଥିଲେ । ଉଭୟଙ୍କ ମଧ୍ୟରେ ଆଉ କୌଣସି ବିବାଦ ନଥିବା ଅନେକ ଥର ସେମାନେ ସ୍ପଷ୍ଟ କରିଛନ୍ତି । ଏ ସମ୍ପର୍କରେ ଆମେ ଜିଲ୍ଲା ସଭାପତି ତଥା ସାଂସଦ ରମେଶଙ୍କ ସହ ଆଲୋଚନା କରିଥିଲୁ । ସେ କହିଛନ୍ତି, ପ୍ରଦୀପଙ୍କ ସହ ତାଙ୍କ ସମର୍ଥକମାନଙ୍କୁ ବିଭିନ୍ନ ପଦ ଦିଆଯାଇଛି । ସେଭଳି କୌଣସି ସମସ୍ୟା ନାହିଁ । ପ୍ରଦୀପଙ୍କ ଟିକଟ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ଉପରେ ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.