ନୂଆଦିଲ୍ଲୀ,୭।୮: ପ୍ୟାରିସ୍ ଅଲମ୍ପିକ୍ସରେ ଭାରତର ସ୍ୱର୍ଣ୍ଣ ପଦକ ମଉଳିଲା। ଫାଇନାଲ ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି ମହିଳା ରେସଲର ଭନେଶ ଫୋଗାଟ । ପ୍ରତ୍ୟେକଟି ଭାରତୀୟଙ୍କୁ ବଡ଼ ଝଟକା ଲାଗିଛି । ଭିନେଶଙ୍କୁ ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାନ୍ତ୍ୱନା । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି ସାନ୍ତ୍ୱନା ଦେବା ସହ କହିଛନ୍ତି, ଭିନେଶ ଆପଣ ଜଣେ ଚାମ୍ପିଅନ୍ , ଭାରତ ପାଇଁ ଗର୍ବ ଓ ସାରା ଭାରତୀୟଙ୍କ ପାଇଁ ପ୍ରେରଣା । ଆଜିର ନିଷ୍ପତ୍ତି ଦୁଃଖଦାୟକ।। ଏହାକୁ ଶବ୍ଦରେ ବଖାଣି ହେବ ନାହିଁ। ଦୃଢ ମନୋବଳ ସହ ଫେରିଆସ । ଆମେ ସମସ୍ତେ ତୁମ ସହ ଅଛୁ।’
Vinesh, you are a champion among champions! You are India's pride and an inspiration for each and every Indian.
— Narendra Modi (@narendramodi) August 7, 2024
Today's setback hurts. I wish words could express the sense of despair that I am experiencing.
At the same time, I know that you epitomise resilience. It has always…
ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଅଲିମ୍ପିକ୍ କମିଟିର ଅଧ୍ୟକ୍ଷ ପିଟି ଉଷାଙ୍କ ସହ କଥା ହୋଇଛନ୍ତି। ସେ ପିଟି ଉଷାଙ୍କଠାରୁ ଏହି ମାମଲାର ସବିଶେଷ ସୂଚନା ନେଇଛନ୍ତି। ଏହା ସହ ପଚାରିଥିଲେ ଭିନେଶ ବାହାରିବା ପରେ ଏବେ ଭାରତ ପାଖରେ କ’ଣ ବିକଳ୍ପ ରହିଛି। ଏହି ମାମଲାରେ ଶେଷ ବିକଳ୍ପ ପର୍ଯ୍ୟନ୍ତ ପୁରା ଚେଷ୍ଟା କରାଯିବା ଦରକାର। କେବଳ ସେତିକି ନୁହେଁ ପିଟି ଉଷାଙ୍କୁ କହିଛନ୍ତି, ଯଦି ଭିନେଶଙ୍କ ସାହାଯ୍ୟ ପାଇଁ ଅଲିମ୍ପିକ୍ସ କମିଟି ଆଗରେ ବିରୋଧ କରିବାକୁ ଚାହାନ୍ତି ତେବେ ଭିନେଶଙ୍କୁ ପୁରା ସାହାଯ୍ୟ ଦିଆଯିବ।
ଉଲ୍ଲେଖନୀୟ ଯେ, ୫୦ କେଜି ବର୍ଗ କୁସ୍ତିରେ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲେ ଭିନେଶ। ତେବେ ଧାର୍ଯ୍ୟ ସୀମାଠାରୁ ମାତ୍ର ୧୦୦ ଗ୍ରାମ୍ ଅଧିକ ଓଜନ ହୋଇ ଯାଇଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି । ଯାହାଫଳରେ ବିନା ମେଡାଲରେ ସ୍ୱଦେଶ ଫେରିବେ ବିନେଶ ।