ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ମାଇକ୍ରୋଗ୍ରୀନ୍‌ ଚାଷ,ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ

ଗଛର ପ୍ରାରମ୍ଭ ଅବସ୍ଥାରେ ସୃଷ୍ଟି ହୋଇଥିବା କଅଁଳ ପତ୍ରକୁ କୁହାଯାଇଥାଏ ମାଇକ୍ରୋଗ୍ରୀନ୍‌ । ମୂଳା,ସୋରିଷ, ମୁଗ ପରି ମଞ୍ଜିରୁ ମାଇକ୍ରୋଗ୍ରୀନ୍‌ ସୃଷ୍ଟି ହୋଇଥାଏ । ଏହା ଦୁଇ ପତ୍ର ବିଶିଷ୍ଟ ଆସିଥାଏ ଏବଂଖୁବ ଛୋଟ ଛୋଟ । ସାଲାଡ୍‌ ଆଦିରେ ଏହାକୁ ଖାଇପାରିବେ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ।

ସ୍ୱାସ୍ଥ୍ୟ ପାଇଁ ଲାଭ

ଯଦି ପ୍ରତିଦିନ ଖାଦ୍ୟରେ କେବଳ ୫୦ଗ୍ରାମ ମାଇକ୍ରୋଗ୍ରୀନ ବ୍ୟବହାର କରାଯାଏ ତା’ହେଲେ ଶରୀରରେ ପୋଷଣର ଅଭାବ ଦୂର ହୋଇଥାଏ । ଏଥିରେ ଫଳ ଏବଂ ପନିପରିବା ଅପେକ୍ଷା ଅଧିକ ପୋଷଣ ରହିଥାଏ । ମୂଳା, ସୋରିଷ, ମୁଗ, ଚଣା, ମଟର, ମେଥି, ଗହମ, ମକା ଆଦିର ମାଇକ୍ରୋଗ୍ରୀନ ତିଆରି କରି ଖାଇପାରିବେ । ଏଥିରୁ ମିଳୁଥିବା ପୋଷଣ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । 

ଚାଷ କରିବାର ଉପାୟ

ମାଇକ୍ରୋଗ୍ରୀନ ଚାଷ କରିବା ବହୁତ ସହଜ । ଏହାକୁ ଯେକୌଣସି ସ୍ଥାନରେ ଲଗାଇପାରିବେ । ମାଇକ୍ରୋଗ୍ରୀନ ଚାଷ କୌଣସି ମାଟି କୁଣ୍ଡ ଏବଂ ପ୍ଲାଷ୍ଟିକ ପାତ୍ରରେ କରିପାରିବେ । ଏଥିପାଇଁ କୁଣ୍ଡ ବା ପାତ୍ରରେ ମାଟି କିମ୍ବା କୋକୋପିଟ ନେଇ ସେଥିରେ ଜୈବିକ ଖତ ମିଶାଇ ମାଟି ପ୍ରସ୍ତୁତ କରାଯାଏ । ଏହାପରେ ସେଥିରେ ମଞ୍ଜି ବୁଣାଯାଏ । କିଛିଦିନ ପରେ ଏହା ମାଇକ୍ରୋଗ୍ରୀନରେ ପରିଣତ ହୁଏ । 

ସୂର୍ଯ୍ୟକିରଣରୁ ରକ୍ଷା କରନ୍ତୁ

ମାଇକ୍ରୋଗ୍ରୀନ ଚାଷ କରିବା ପାଇଁ କିଛି ବିଶେଷ ଜିନିଷ ଉପରେ ଧ୍ୟାନ ଦେବାକୁ ପଡିଥାଏ । କାରଣ ମାଇକ୍ରୋଗ୍ରୀନ ଅତ୍ୟଧିକ ସୂର୍ଯ୍ୟକିରଣ ସହ୍ୟ କରିପାରେ ନାହିଁ । ତେଣୁ ଏହାକୁ ବାଲକୋନୀ କିମ୍ବା ଝରକା ପାଖରେ ଲଗାଇପାରିବେ । ଏହାଦ୍ୱାରା ସୂର୍ଯ୍ୟଙ୍କ ସିଧାସଳଖ କିରଣ ପଡିନଥାଏ । ଆପଣ ଚାହିଁଲେ ଏହାକୁ ବେଡରୁମ୍‌ରେ ମଧ୍ୟ ଲଗାଇପାରିବେ । କିନ୍ତୁ ସେଠାରେ ଆର୍ଟିଫିସିଆଲ ଲାଇଟ୍‌ ବ୍ୟବହାର କରିବାକୁ ହୋଇଥାଏ । 

କେତେ ଖର୍ଚ୍ଚର ଆବଶ୍ୟକ

ମାଇକ୍ରୋଗ୍ରୀନ ଚାଷ କରିବା ପାଇଁ ଅଧିକ ଖର୍ଚ୍ଚର ଆବଶ୍ୟକ ପଡିନଥାଏ । ଏହା କମ ଖର୍ଚ୍ଚରେ ମଧ୍ୟ ରୋଜଗାର ମାଧ୍ୟମ ପାଲଟିପାରିବ । ଚାଷ କରିବାର ଦୁଇ ତିନି ସପ୍ତାହ ଭିତରେ ଆପଣ ରୋଜଗାର କରିପାରିବେ । ଏହାର ପତ୍ରକୁ କାଟି ପ୍ୟାକିଙ୍ଗ୍‌ କରି କୌଣସି ପାଞ୍ଚତାରକା ହୋଟେଲ, ରେସ୍ତୋରାଁ କିମ୍ବା କାଫେ ଆଦିରେ ବିକ୍ରି କରିପାରିବେ । କିନ୍ତୁ ଯଦି ବଡ଼ ସ୍ତରରେ ଚାଷ କରିବାକୁ ଚାହୁଁଛନ୍ତି ତା’ହେଲେ ୧ ହଜାର ବର୍ଗ ଫୁଟ ଜାଗାର ଆବଶ୍ୟକତା ଥାଏ । ପ୍ରଥମେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏଥିରେ ୭ରୁ ୮ ଲକ୍ଷ ଟଙ୍କା ଗ୍ରୀନହାଉସ ବନାଇବାରେ ଖର୍ଚ୍ଚ ହୋଇଥାଏ । ଏହାବ୍ୟତୀତ ୩ଲକ୍ଷ ଟଙ୍କା ସନଡ୍ରାଏରେ ଖର୍ଚ୍ଚ ହେବ । ଏତିକି ସ୍ଥାନରେ ଆପଣ ପ୍ରତି ସପ୍ତାହରେ ବିନା ମାଟି, ଖତ ଏବଂ କୀଟନାଶକ ବ୍ୟବହାରରେ ୪୦୦ କିଲୋଗ୍ରାମ ମାଇକ୍ରୋଗ୍ରୀନ ଉତ୍ପାଦନ କରିପାରିବେ




  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.