ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଚୀନର କରଜ ଜାଲରେ ଛନ୍ଦି ହୋଇଯାଇଛି ମାଳଦ୍ୱୀପ, ଏବେ ଭାରତର ସାହାଯ୍ୟ ଆଶାରେ ମୁଇଜ୍ଜୁ

ନୂଆଦିଲ୍ଲୀ : ମହମ୍ମଦ ମୁଇଜ୍ଜୁ କ୍ଷମତାକୁ ଆସିବା ପରେ ମାଳଦ୍ୱୀପର ସ୍ଥିତି ବିଗିଡ଼ିବାରେ ଲାଗିଛି। ମୁଇଜ୍ଜୁ ଆସିବା କ୍ଷଣି ଭାରତ ବିରୋଧରେ ଦୃଢ ଆଭିମୁଖ୍ୟ ଆପଣାଇ ଥିଲେ। ଇଣ୍ଡିଆ ଆଉଟ୍‌ ର ନାରା ଦେଇଥିଲେ , ଯେଉଁଥିରେ ଦୁଇ ରାଷ୍ଟ୍ର ମଧ୍ୟରେ ସଂପର୍କରେ ପଡ଼ିଥିଲା ଫିକା । ମାଳଦ୍ୱୀପର ଆର୍ଥିକ ସ୍ଥିତି ଟୁରିଜିମ୍ ଉପରେ ନିର୍ଭରଶୀଳ। ଭାରତ ସହ ସଂପର୍କ ବିଗିଡ଼ିବା ଦ୍ୱାରା ଏହାର ସିଧା ପ୍ରଭାବ ପଡ଼ିଛି ସେହି ପର୍ଯ୍ୟଟନ ଉପରେ । ସାରା ବିଶ୍ୱରୁ ଆସୁଥିବା ପର୍ଯ୍ୟଟକମାନେ ମାଳଦ୍ୱୀପକୁ ଦୂରେଇବା ଆରମ୍ଭ କରି ଦେଇଛନ୍ତି , ଯେଉଁଥି ପାଇଁ ମୁଇଜ୍ଜୁଙ୍କ ଦେଶର ଆର୍ଥିକ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। 

ମାଳଦ୍ୱୀପ ପୂର୍ବରୁ ଚାଇନାର କରଜ ଭାରରେ ଅଣନିଶ୍ୱାସୀ ହୋଇ ଯାଇଛି। ବର୍ତ୍ତମାନ ସେ ଏହି କରଜ ଶୁଝିବାରେ ମୁସ୍କିଲରେ ପଡ଼ିଛି। ଏହିପରି ସ୍ଥିତିରେ ଏବେ ମୁଇଜ୍ଜୁଙ୍କୁ ଭାରତର ହିଁ ସାହା ଭରା ମନେହୋଇଛି। ନିକଟରେ ଭାରତ- ମାଳଦ୍ୱୀପ ମଧ୍ୟରେ ସାମରିକ ଆଲୋଚନା ହୋଇଥିଲା। ଯାହାକି ଏହି ସମୟରେ ଗୁରୁତ୍ତ୍ୱପୂର୍ଣ୍ଣ ମନେକରାଯାଉଛି। ଏହି କଥାବାର୍ତ୍ତା ଭାରତର ପ୍ରତିରକ୍ଷା ସଚିବ ଗିରିଧର ଅରମାନେ  ଓ ମାଳଦ୍ୱୀପର ଚିଫ୍‌ ଅଫ୍‌ ଡିଫେନ୍ସ ଫୋର୍ସ ଜେନେରାଲ ଇବ୍ରାହିମ୍‌ ହିଲ୍ସଙ୍କ ମଧ୍ୟରେ ହୋଇଛି, ଯେଉଁଥିରେ ଉଭୟ ପକ୍ଷ ପ୍ରତିରକ୍ଷା ସହଯୋଗ ଓ ଭବିଷ୍ୟତର ସେନା ଅଭ୍ୟାସ ଉପରେ ଆଲୋଚନା କରିଛନ୍ତି। ଭାରତ ଏହି କଥାବାର୍ତ୍ତାକୁ ସଫଳ ଭାବେ ଦର୍ଶାଇଛି ଏବଂ କହିଛି କି ଏଥିରେ ଉଭୟ ଦେଶର ହିତ ଦୃଢ ହେବ ଏବଂ ଭାରତ ମହାସାଗର ଅଞ୍ଚଳରେ ଶାନ୍ତି ବଜାୟ ରହିବ। 

ଉଲ୍ଲେଖନୀୟ ଯେ, ମୁଇଜ୍ଜୁ ଗତ ବର୍ଷର ଶେଷ ଆଡ଼କୁ ନିଜର ସେନା ଅଫିସରଙ୍କୁ ଫେରେଇ ନେବାକୁ ଭାରତକୁ କହିଥିଲେ , ଏହାପରେ ଭାରତ ୨୦୨୪ର ପ୍ରାରମ୍ଭ ସୁଦ୍ଧା ୮୦ ଜଣ ସୈନିକଙ୍କୁ ଭାରତ ନେଇ ଯାଇଥିଲା। ହେଲେ  , ଏବେ ବି ମାଳଦ୍ୱୀପରେ ଭାରତୀୟ ହେଲିକପ୍ଟର ଓ ବିମାନ ଅପରେଟ୍‌ କରିବାକୁ ଟେକ୍ନିକାଲ ଷ୍ଟାଫ୍‌ ଉପସ୍ଥିତ ରହିଛନ୍ତି। 

ମୁଇଜ୍ଜୁ କ୍ଷମତାକୁ ଆସିବା ପରେ ଥଣ୍ଡା ପଡ଼ି ଯାଇଥିବା ଦ୍ୱିପାକ୍ଷୀୟ ସମ୍ୱନ୍ଧ ଏବେ ଧିରେ ଧିରେ ଟ୍ରାକ୍‌କୁ ଆସୁଛି। ଅଗଷ୍ଟରେ ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର ମାଲେ ଯାତ୍ରା ମୁଇଜ୍ଜୁଙ୍କ ନିର୍ବାଚନ ପରେ ପ୍ରଥମ ଉଚ୍ଚସ୍ତରୀୟ ସଂପର୍କ ଥିଲା। ଏବେ ଏହି ପ୍ରତିରକ୍ଷା ଆଲୋଚନା ଦୁଇ ଦେଶର ସଂପର୍କକୁ ସୁଧାରିବା ଦିଗରେ ଆଉ ଏକ ସକରାତ୍ମକ ପଦକ୍ଷେପ ମନେକରାଯାଉଛି। 

ଅନ୍ୟପଟେ ମାଳଦ୍ୱୀପରେ ଆର୍ଥିକ ସଙ୍କଟ ମଧ୍ୟ ବଢିବାରେ ଲାଗିଛି। ମାଳଦ୍ୱୀପର ସୁକୁକ୍ ବଣ୍ଡସ୍ ବର୍ତ୍ତମାନ ସୁଦ୍ଧା ସବୁଠୁ ନିମ୍ନ ସ୍ତରରେ ଟ୍ରେଣ୍ଡ କରୁଛି। ଏହି କଥାରେ ଭୟ ଅଛି କି ମାଳଦ୍ୱୀପ ନିଜର କରଜକୁ ସଠିକ୍‌ ସମୟରେ ଭରି ପାରିବ ନା ନାହିଁ। ବିଶେଷକରି ୮ ଅକ୍ଟୋବରରେ ୫୦୦ ମିଲିୟନ ଡଲାରର ଆଗାମୀ କିସ୍ତି ଭରିବାର ତାରିଖ ପାଖେଇ ଆସୁଛି।  ସୂଚନାକାରୀଙ୍କ ଅନୁସାରେ, ମାଳଦ୍ୱୀପ ପାଖରେ ବିଦେଶୀ ମୁଦ୍ରା ଭଣ୍ଡାରର ହ୍ରାସ କାରଣରୁ ଡିଫଲ୍ଟର ବିପଦ ବଢି ଯାଇଛି। ଏହି ସ୍ଥିତିରେ ମାଳଦ୍ୱୀପ ଏବେ ଭାରତ ଠାରୁ ସାହାଯ୍ୟର ଆଶା ରଖିଛି। 

ଅନ୍ୟପଟେ ଦେଖିଲେ , ଭାରତ ଓ ମାଲଦ୍ୱୀପ ମଧ୍ୟରେ ପ୍ରତିରକ୍ଷା ସମ୍ୱନ୍ଧ ସର୍ବଦା ମଜବୁତ୍‌ ରହିଛି। ଭାରତ ମାଳଦ୍ୱୀପକୁ ଡାର୍ନିୟର ବିମାନ ଓ ପାଟ୍ରୋଲ ସିପ୍ ପ୍ରଦାନ କରିଛି। ଏହା ବ୍ୟତୀତ ଉଭୟ ଦେଶ ଅନେକ ବଡ଼ ବଡ଼ ଇନଫ୍ରାଷ୍ଟ୍ରକଚର ପ୍ରୋଜେକ୍ଟ ଉପରେ ମଧ୍ୟ ସହଯୋଗ କରିଛନ୍ତି , ଯେଉଁଥିରେ ଭାରତ ଦ୍ୱାରା ପ୍ରଦାନ ୫୦୦ମିଲିୟନ ଡଲାରର ଗ୍ରେଟର ମାଲେ କନେକ୍ଟିଭିଟି ପ୍ରୋଜେକ୍ଟ ରହିଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.