ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଉନ୍ନତ କିସମର ଛତୁ, ଚାଷୀଙ୍କ ପାଇଁ ହୋଇପାରିଛି ଲାଭଦାୟକ ବ୍ୟବସାୟ

ଏବେ ଅଧିକାଂଶ ଭାରତୀୟ ଚାଷୀ ପାରମ୍ପରିକ ଚାଷ ଛାଡି ଅଣ ପାରମ୍ପରିକ ଚାଷ ଆପଣାଉଛନ୍ତି ଏବଂ ଏଥିରେ ସଫଳ ମଧ୍ୟ ହେଉଛନ୍ତି । ଏଥିରେ ଛତୁ ଚାଷ ମଧ୍ୟ ସାମିଲ । ଛତୁ ଚାଷ ଚାଷୀଙ୍କ ପାଇଁ ଲାଭଦାୟକ ବ୍ୟବସାୟ ହୋଇପାରିଛି । ଛତୁ ଚାଷ ପାଇଁ କମ ସ୍ଥାନ,ପାଣି ଏବଂ ସମୟର ଆବଶ୍ୟକ ହୋଇଥାଏ । ଅନ୍ୟ ପରିବା ଚାଷ ତୁଳନାରେ ଛତୁ ଚାଷରେ କମ ଖର୍ଚ୍ଚ ଏବଂ ଅଧିକ ଆୟ ମିଳିପାରିଥାଏ ।

ଧଳା ବଟନ୍‌ ଛତୁ

ଭାରତରେ ସବୁଠୁ ଅଧିକ ଧଳା ବଟନ୍‌ ଛତୁ ଚାଷ ହୋଇଥାଏ । ଏହା ସ୍ୱାଦିଷ୍ଟ ହେବା ସହିତ ପୋଷକତତ୍ତ୍ୱରେ ଭରପୁର ଥାଏ । ଏହା ଶରୀର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧିରେ ସାହାଯ୍ୟ କରିଥାଏ । ତରକାରୀ କରିବା ଠାରୁ ଆରମ୍ଭ କରି ପିଜ୍ଜା ଏବଂ ପାସ୍ତା ପରି ବ୍ୟଞ୍ଜନରେ ଛତୁର ଏହି କିସମ ଅଧିକ ବ୍ୟବହାର ହୋଇଥାଏ । ଏହାର ଚାଷ ପାଇଁ ୨୨ରୁ ୨୬ ଡିଗ୍ରୀ ସେଲସିୟସ୍‌ ତାପାମାତ୍ରା ଉପଯୁକ୍ତ । 

ଓଏଷ୍ଟର ଛତୁ

ଭାରତରେ ଓଏଷ୍ଟର ଛତୁ ଢିଙ୍ଗିରି ଛତୁ ନାମରେ ଜଣାଯାଏ । ଏହି କିସମର ଛତୁ ବାଦାମୀ ରଙ୍ଗର ହୋଇଥାଏ । ଏହି ଛତୁର ଆକାର ଶାମୁକା ପରି । ତେଣୁ ଏହାକୁ ଓଏଷ୍ଟର ଛତୁ କୁହାଯାଇଥାଏ । ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କର୍ଣ୍ଣାଟକ , ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ଏହି କିସମର ଛତୁ କରାଯାଉଛି । ଓଏଷ୍ଟର ଛତୁ ଚାଷ ପାଇଁ ୨୨ରୁ ୩୦ ଡିଗ୍ରୀ ସେଲସିୟସ ତାପମାତ୍ରା ଉପଯୁକ୍ତ ଏବଂ ଏହା ତିନି ମାସରେ ପ୍ରସ୍ତୁତ ହୋଇଥାଏ ।

ଶିଟେକ୍‌ ଛତୁ 

ଶିଟେକ୍‌ କିସମର ଛତୁ ବିଶ୍ୱରେ ସର୍ବାଧିକ ଖାଉଥିବା ଛତୁ ଏବଂ ଏହା ଔଷଧୀୟ ଗୁଣରେ ଭରପୁର ଥାଏ । ଏହି କସମର ଛତୁ ଭାରତରେ ଚାଷ କରାଯାଇ ବିଦେଶକୁ ରପ୍ତାନୀ କରାଯାଏ । ଶିଟେକ୍‌ ଛତୁ ଭିଟାମିନ ଏବଂ ପ୍ରୋଟିନରେ ଭରପୁର । ଏହାକୁ ବିଶେଷକରି ହିମାଚଳପ୍ରଦେଶ ଏବଂ ଉତ୍ତରପୂର୍ବ ରାଜ୍ୟରେ ଚାଷ କରାଯାଇଥାଏ । ଏହି ଛତୁ ମଧୁମେହ ପରି ରୋଗ ପାଇଁ ଲାଭଦାୟକ ହୋଇଥାଏ । ବ୍ୟବସାୟିକଭିତ୍ତିରେ ଚାଷ କଲେ ଚାଷୀମାନେ ଏଥିରୁ ଲାଭ ପାଇପାରିବେ । 

ସମର ଛତୁ

ମିଲ୍କି ହ୍ୱାଇଟ ଛତୁ ଭାରତରେ ସମର ଛତୁ ନାମରେ ପରିଚିତ । ଏହା ଦେଖିବାକୁ ଧଳା ବଟନ୍‌ କିସମ ପରି । କିନ୍ତୁ ଅନ୍ୟ କିସମ ତୁଳନାରେ ଅଧିକ ସ୍ଥାୟୀ । ମିଲ୍କି ଛତୁ କିସମରେ ଭିଟାମିନ ଡି ଭରପୁର ମାତ୍ରାରେ ଥାଏ । ଏହି କାରଣ ପାଇଁ ବଜାରରେ ଏହାର ଚାହିଦା ସବୁବେଳେ ଥାଏ । ଏହି କସମର ଛତୁ ଚାଷ କେରଳ, ତାମିଲନାଡୁ, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶରେ ଅନ୍ୟ ଫସଲ ସହିତ କରାଯାଇଥାଏ । 

କ୍ରେମିନି ଛତୁ

କ୍ରେମିନି ବଟନ୍‌ ଛତୁର ଗୋଟିଏ କିସମ । ଉତ୍କୃଷ୍ଟ ସ୍ୱାଦ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଏହି କସମର ଛତୁରେ ଏକ ମୋଟା ପରସ୍ତ ଥାଏ ଏବଂ ଏହାର ରଙ୍ଗ କଫି ରଙ୍ଗ ପରି । ଯଦି ଚାଷୀମାନେ ଏହି କିସମର ଛତୁ ଚାଷ କରନ୍ତି ତା’ହେଲେ ଏଥିରୁ ଦୁଇଗୁଣା ଲାଭ ପାଇପାରିବେ । 

ପୋର୍ଟୋବେଲୋ ଛତୁ

ଛତୁର ଏହି କିସମରେ କ୍ୟାଲୋରି, ଫ୍ୟାଟ୍‌ ଏବଂ ସୋଡିୟମ୍‌ ଅତି କମ ମାତ୍ରାରେ ଥାଏ । ଏଥିରେ ଆଣ୍ଟିଅକ୍ସିଡାଣ୍ଟର ମାତ୍ରା ଅଧିକ । ବିଶ୍ୱରେ ସବୁଠୁ ଅଧିକ ପସନ୍ଦ କରାଯାଉଥିବା ଛତୁ କିସମ ମଧ୍ୟରେ ଏହି କିସମର ଛତୁ ସାମିଲ । ଏହାକୁ ସାଲାଡ୍‌, ତରକାରୀ ପରି ବିଭିନ୍ନ ରନ୍ଧନରେ ବ୍ୟବହାର କରାଯାଏ । ଏହା ଆକାରରେ ବଡ଼ ଏବଂ ଏହାର ରଙ୍ଗ ବାଦାମୀ, ଧଳା କିମ୍ବା ଅଫ୍‌ ହ୍ୱାଇଟ୍‌ ହୋଇଥାଏ ।

ଶିମେଜି ଛତୁ

ଶିମେଜି କିସମର ଛତୁ ଚାଷ ସମୁଦ୍ର ତଟରେ ମୃତ ଗଛରେ କରାଯାଇଥାଏ । ଅଧିକାଂଶ ଲୋକ ଏହି କିସମର ଛତୁ ଖାଇବା ପସନ୍ଦ କରନ୍ତି । କାରଣ ଏହାକୁ ରାନ୍ଧିବା ପରେ କୁରକୁରା ହୋଇଥାଏ ଏବଂ ସ୍ୱାଦିଷ୍ଟ ଲାଗେ । ଶିମେଜି ଛତୁରେ ଭିଟାମିନ ବି୨ ଏବଂ ଡି ଅଧିକ ମାତ୍ରାରେ ଥାଏ । ଏହି କିସମର ଛତୁର ଔଷଧୀୟ ଗୁଣ ଯୋଗୁ ଏହା ମେଦବହୁଳତା ହ୍ରାସ ଏବଂ କୋଷ୍ଠକାଠିନ୍ୟରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ ।





  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.