ପ୍ରମୂଖ ଖବର
  • ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ; ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ, ୧୮ ଗିରଫ
  • ||
  • ହବିଷ୍ୟାଳିଙ୍କୁ ମିଳିବ ସୁରକ୍ଷା, ମାର୍ଗଶୀର ମାସରୁ ଶୃଙ୍ଖଳିତ ଦର୍ଶନ କରିବେ ଭକ୍ତ
  • ||
  • ଆଠମଲ୍ଲିକରେ ଆଖି ବୁଜିଲା ଆଉ ଏକ ହାତୀ, ୫ ଦିନରେ ୨ ହାତୀଙ୍କ ମୃତ୍ୟୁ
  • ||
  • ରାଜଧାନୀର ୭ ପୂଜା ମଣ୍ଡପକୁ ରାବଣ ପୋଡ଼ି ଲାଗି ଅନୁମତି, ପ୍ରଶାସନର ନିୟମ ମାନିବାକୁ ନିର୍ଦ୍ଦେଶ
  • ||
  • ନୟାଗଡ଼ : ଥାନାରୁ ଅଭିଯୁକ୍ତ ଫେରାର, ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ
  • ||
  • ଚନ୍ଦ୍ରଭାଗା ସମୁଦ୍ରରେ ବୁଡି ଯୁବକ ମୃତ, ଅପମୃତ୍ୟୁ ମାମଲା ରୁଜୁ
  • ||
  • ପାଟଣା ରେଞ୍ଜରେ ପଶିଲେ ୨୮ ଟିକିଆ ହାତୀପଲ, ଲୋକେ ଆତଙ୍କିତ
  • ||
  • ଆଜି ମା’ଙ୍କ ବିଜୟାଦଶମୀ, ମା’ଙ୍କୁ ଦର୍ଶନ କରିବା ପାଇଁ ମଣ୍ଡପରେ ଭକ୍ତଙ୍କ ଭିଡ଼
  • ||
  • ଆସ୍କା : ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ୧୫ ରୁ ଉର୍ଦ୍ଧ୍ବ ଦୋକାନ
  • ||

ନବଦିନାତ୍ମକ ପୂଜାର ରହିଛି ବିଶେଷତ୍ତ୍ୱ, ଆସନ୍ତୁ ଜାଣିବା ଏହି ସମୟରେ କ’ଣ ସବୁ କରିବା ବା ନକରିବା ଉଚିତ୍

ଶାରଦୀୟ ମାତୃ ଉପାସନାର ପବିତ୍ର ଅବସରରେ ନବଦିନାତ୍ମକ ପୂଜାର ବିଶେଷତ୍ୱ ସର୍ବାଧିକ । ଯେଉଁମାନେ ଏହି ନବରାତ୍ରି ବ୍ରତ ରଖିଥାନ୍ତି, ସେମାନେ କେତୋଟି ଦିଗ ପ୍ରତି ବିଶେଷ ଧ୍ୟନ ଦେବା ଉଚିତ । କ’ଣ ସବୁ କରିବା ବା ନକରିବା ଉଚିତ, ଏହି ପରିପ୍ରେକ୍ଷୀରେ ଆଲୋଚନାଯୋଗ୍ୟ ।

ତେବେ ନବଦିନ ବ୍ୟାପି ଅଖଣ୍ଡ ଦୀପ ଜାଳୁଥିଲେ,ଅଖଣ୍ଡ ଦୀପ ଜଳିବା ସ୍ଥାନକୁ ଖାଲି କରି ଯିବା ଅନୁଚିତ । କୌଣସି କାରଣରୁ ନିଜେ ରହିପାରୁନଥିଲେ ଅନ୍ୟ କାହାକୁ ରଖି ଯାଇପାରିବେ । ସେହିପରି ପୂଜାପର୍ବରେ ସ୍ୱଚ୍ଛତା ରକ୍ଷା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ । ମା’ଙ୍କର ଘଟ ଯେଉଁ ଘରେ ସ୍ଥାପନ କରିଥିବେ ସେହି ଘରଟି ସମ୍ପୂର୍ଣ୍ଣ ନିର୍ମଳ ରଖିବା ଆବଶ୍ୟକ । ନିଜେ ପ୍ରତିଦିନ ସ୍ନାନ ପରେ ଧୂଆ ସଫା ବସ୍ତ୍ର ପିନ୍ଧି ପୂଜା କରିବା ଉଚିତ ।  ନବରାତ୍ରି ବ୍ରତ କରୁଥିବା ବ୍ୟକ୍ତି ଦିନରେ ଶୋଇବା ଅନୁଚିତ । ଦିନବେଳେ ଦେବୀ ମନ୍ତ୍ର ପାଠ ବା ଜପ କରିପାରିବେ । ଭଜନ,ଜଣାଣ ଶୁଣିପାରିବେ ।  ବ୍ରତଧାରୀ ଚମଡ଼ାଯୁକ୍ତ ଜିନିଷ ଏହି ନବରାତ୍ର ସମୟରେ ବ୍ୟବହାର କରନ୍ତୁ ନାହିଁ । ତାମସିକ ଖାଦ୍ୟ ମଧ୍ୟ ଖାଇବା ଅନୁଚିତ । ତାମସିକ ଖାଦ୍ୟ କହିଲେ କେବଳ ଆମିଷ ନୁହେଁ, ପିଆଜ ରସୁଣ ଯୁକ୍ତ ଖାଦ୍ୟ,ଛତୁ,ପୋଇ ଇତ୍ୟାଦି ତାମସିକ ଭୋଜନରେ ଯାଏ ।  ନବରାତ୍ରି ସମୟରେ ବ୍ରତଧାରୀ ନଖ,କେଶ,ଦାଢ଼ି ଇତ୍ୟାଦି କାଟିବାରୁ ବିରତ ରହିବା ଉଚିତ ।  ଦେବୀ ମାତାଙ୍କୁ ପୂଜା କରିବା ସମୟରେ ଅଧାରୁ ସେହି ସ୍ଥାନ ଛାଡ଼ିଯିବା ଅନୁଚିତ ।  ନିୟମ ମଧ୍ୟରେ ରହି ନିଷ୍ଠା ତଥା ଭକ୍ତିରେ ରହି କରୁଣାମୟୀ ମା’ଙ୍କୁ ପୂଜା କଲେ ମାତୃକୃପା ଅବଶ୍ୟ ପ୍ରାପ୍ତ ହୋଇଥାଏ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.