ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଯୁଦ୍ଧ ପରେ ମଧ୍ୟ ଗାଜାରେ ସୁରକ୍ଷା ନିୟନ୍ତ୍ରଣ ବଜାୟ ରଖିବ ଇସ୍ରାଏଲ୍ ସେନା; ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଘୋଷଣା

Image source: Jagran

ନୂଆଦିଲ୍ଲୀ,୦୬/୧୨: ହମାସ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏକ ବଡ଼ ଘୋଷଣା କରିଛନ୍ତି। ଯୁଦ୍ଧ ପରେ ଗାଜା ଅଞ୍ଚଳରେ ସୁରକ୍ଷା ପାଇଁ ଏକ ଆନ୍ତର୍ଜାତୀୟ ସାମରିକ ଶକ୍ତିକୁ ଦାୟିତ୍ବ ଦିଆଯିବା ଧାରଣାକୁ ସେ ମଙ୍ଗଳବାର ଦିନ ପ୍ରତ୍ୟାଖ୍ୟାନ କରିଛନ୍ତି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯୁଦ୍ଧ ପରେ ଗାଜାରେ ସୁରକ୍ଷା ନିୟନ୍ତ୍ରଣ ବଜାୟ ରଖିବା ପାଇଁ ଇସ୍ରାଏଲ୍ ସେନାର ଅଧିକାର ରହିଛି। ସିଏନ୍ଏନ୍ ଅନୁଯାୟୀ, ଗାଜା ପଟ୍ଟିରେ ଯୁଦ୍ଧ ପରେ ନେତାନ୍ୟାହୁ ଇସ୍ରାଏଲର ସାମରିକ ନିୟନ୍ତ୍ରଣ ଲାଗୁ କରିବା ଘଟଣା ପ୍ରଥମ ନୁହେଁ। 

ଆଇଡିଏଫ୍‌ ହିଁ ସୁନିଶ୍ଚିତ କରିବ ଗାଜାର ସୁରକ୍ଷା: 

ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ନେତାନ୍ୟାହୁ କହିଛନ୍ତି ଯେ, ଗାଜାର ସୁରକ୍ଷାକୁ କେବଳ ଆଇଡିଏଫ୍ ନିଶ୍ଚିତ କରିପାରିବ। ସେ କହିଛନ୍ତି ଯେ ଏଥିପାଇଁ କୌଣସି ଆନ୍ତର୍ଜାତୀୟ ସାମରିକ ଶକ୍ତି ଦାୟୀ ହୋଇପାରିବ ନାହିଁ। ଆମେ ଏହା ମଧ୍ୟ ଦେଖିଲୁ ଯେ, ଅନ୍ୟ ସ୍ଥାନରେ ଏପରି କେଉଁ ଘଟଣା ଘଟିଛି, ଯେଉଁଠାରେ ସୁରକ୍ଷା ଦୃଷ୍ଟିରୁ ଆନ୍ତର୍ଜାତୀୟ ବାହିନୀ ଡକାଯାଇଥିଲା। 

ଗାଜାରେ ଇସ୍ରାଏସ ସେନାର ଭୂମିକା ଗୁରୁତ୍ବପୂର୍ଣ୍ଣ: 

ନେତନ୍ୟାହୁ ସିଏନଏକୁ କହିଛନ୍ତି ଯେ ଯୁଦ୍ଧ ପରେ ଗାଜାରେ ଇସ୍ରାଏଲର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। ତେବେ ସେ ଏପରି କେଉଁ ପରିସ୍ଥିତିରେ କହିଲେ, ସେ ସମ୍ପର୍କରେ କିଛି ବୁଝାଇ ନାହାଁନ୍ତି। ସୂଚନାଥାଉକି, ଦକ୍ଷିଣ ଗାଜାର ଖାନ ୟୁନିସ ସହରକୁ ଇସ୍ରାଏଲ ସୈନ୍ୟ ଘେରି ରହିଛନ୍ତି। 

ଖାନ୍‌ ୟୁନିସ୍‌ ସହରକୁ ଘେରିଛି ଇସ୍ରାଏଲ୍‌ ସେନା: 

ଆଇଡିଏଫ୍ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ହରଜୀ ହଲେଭି କହିଛନ୍ତି ଯେ, ଯୁଦ୍ଧ ଆରମ୍ଭ ହେବାର ଦୁଇ ମାସ ପରେ ଆମର ସୈନ୍ୟବାହିନୀ ଦକ୍ଷିଣ ଗାଜା ପଟ୍ଟି ଅନ୍ତର୍ଗତ ଖାନ୍ ୟୁନିସ୍ ସହରକୁ ଘେରି ରହିଛନ୍ତି। ସେ କହିଛନ୍ତି ଯେ ଇସ୍ରାଏଲର ସୁରକ୍ଷା ପାଇଁ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.