ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଋଣ ସୁଝି ନପାରିବାରୁ ବିଷ ପିଇ ଆତ୍ମହତ୍ୟା

ଖଜୁରୀପଡ଼ା,୧୭/୬ : ଅସହ୍ୟ ହେଲା ଋଣ ବୋଝ। ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ଖଜୁରୀପଡା ଥାନା ଅଞ୍ଚଳର ଅଜିତ୍ ନାୟକ। ଋଣ ସୁଝିବାକୁ ଅସମର୍ଥ ହେବାରୁ ଅଜିତ୍ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। 

ସୂଚନା ଅନୁଯାୟୀ, ଖଜୁରୀପଡ଼ା ଥାନା ଅନ୍ତର୍ଗତ ବଙ୍ଗଳା ସାହିର ଅଜିତ୍ ନାୟକ ତିନି ଚାରୋଟି ଗ୍ରୁପ୍‌ରୁ ଲୋନ ନେଇଥିଲେ। ହେଲେ ଲୋନ୍ ସୁଝିବାକୁ ସେ ସକ୍ଷମ ହୋଇ ନଥିଲେ। ଏନେଇ ସେ ଅନେକ ସମୟରେ ଚିନ୍ତାଗ୍ରସ୍ତ ରହୁଥିଲେ। ପରିବାର ଲୋକ ମଧ୍ୟ ଏହାକୁ ନେଇ ଚାପରେ ଥିଲେ। ଋଣ ସୁଝିବାକୁ ଅକ୍ଷମ ହେବାରୁ ଶେଷରେ ସେ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଖଜୁରୀପଡ଼ା ଥାନାରେ ଏତଲା ଦେଇଛନ୍ତି। ଏନେଇ ଖଜୁରୀପଡ଼ା ଥାନାରେ ୧୧/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ଚାପଧାରୀ ପ୍ରଧାନ ସୂଚନା ଦେଇଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.