ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ନକ୍ସଲଙ୍କ ମଧ୍ୟରେ ପ୍ରେମକୁ ମାଓନେତାଙ୍କ ବିରୋଧ, ଜୋର ଜବରଦସ୍ତ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପାଇଁ କ୍ୟାମ୍ପ୍‌ ଛାଡ଼ୁଛନ୍ତି ପୁରୁଷ

ରାୟପୁର,୦୨/୦୯: ଛତିଶଗଡ଼ର ବସ୍ତର ଅଞ୍ଚଳରେ ପୁରୁଷ ନକ୍ସଲଙ୍କ ପାଇଁ ମହଙ୍ଗା ପଡ଼ିଛି ପ୍ରେମ । ନକ୍ସଲ ନେତାଙ୍କ ନିର୍ଦ୍ଦେଶରେ ସେମାନଙ୍କର ଜୋର ଜବରଦସ୍ତ ବନ୍ଧ୍ୟାକରଣ ଅସ୍ତ୍ରୋପଚାର  କରାଯାଉଛି । ଏଭଳି କଠୋର ନିୟମ ନକ୍ସଲ ପ୍ରେମୀଯୁଗଳଙ୍କ ପାଇଁ ପ୍ରତିବନ୍ଧକ ସୃଷ୍ଟି କରିଛି । ବିଶେଷକରି ମାଓ କ୍ୟାମ୍ପ୍‌ରେ ପ୍ରେମବିବାହ କରି ସନ୍ତାନ ଜନ୍ମ କରିବାକୁ ଚାହୁଁଥିବା ନକ୍ସଲଙ୍କ ସ୍ୱପ୍ନ ଚୂର୍‌ମାର ହୋଇଯାଇଛି । 

ବସ୍ତରର ମାଓ ଅଞ୍ଚଳରେ ଏଭଳି  କଠୋର ନିୟମରେ ଅତିଷ୍ଠ ହୋଇ ୨୬  ନକ୍ସଲ ପ୍ରେମୀଯୁଗଳ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ବିବାହ କରି  ସୁସ୍ଥ ଜୀବନ ବଞ୍ଚିବା ଆଶାରେ ସେମାନେ  ଏହି ରାସ୍ତା ଆପଣାଇଛନ୍ତି । ପୁଲିସଠାରୁ  ପ୍ରତିଶ୍ରୁତି ମିଳିବା ପରେ ସେମାନେ  ମାଓ କ୍ୟାମ୍ପ୍‌କୁ ସବୁଦିନ ପାଇଁ ଅଲ୍‌ବିଦା କହିଛନ୍ତି । ଏମିତି କି ନିଜ ପ୍ରଜନନ କ୍ଷମତା ପୁନଃ ଫେରିପାଇବା ପାଇଁ  ହସ୍ପିଟାଲରେ ପୁରୁଷମାନେ ଅସ୍ତ୍ରୋପଚାର ବି କରାଇଛନ୍ତି । ତେବେ ୧୨ଟି  ଅସ୍ତ୍ରୋପଚାର ସଫଳ ହୋଇଥିବା ବେଳେ  ୧୪ଟି ବିଫଳ ହୋଇଥିବା ଜଣାପଡ଼ିଛି । 

ବସ୍ତର ରେଞ୍ଜ ପୁଲିସ ମହାନିରୀକ୍ଷକ  ପି ସୁନ୍ଦରରାଜଙ୍କ କହିବାନୁସାରେ,  ନକ୍ସଲ ମେଡିକାଲ କ୍ୟାମ୍ପ୍‌ରେ ୨୬  ପୁରୁଷ ନକ୍ସଲଙ୍କର ଜୋର ଜବରଦସ୍ତ  ବନ୍ଧ୍ୟାକରଣ ଅସ୍ତ୍ରୋପଚାର ହୋଇଥିଲା ।  କାରଣ ସେମାନେ ନିଜ ମହିଳା ସହଯୋଗୀଙ୍କୁ ବିବାହ କରି ସଂସାର  ଗଢ଼ିବାକୁ ଚାହୁଁଥିଲେ । ଏହାପରେ ସେମାନେ ସମସ୍ତେ ଆତ୍ମସମର୍ପଣ  କରିଥିଲେ । ଆତ୍ମସମର୍ପଣ ପରେ  ପ୍ରତିଶ୍ରୁତି ଅନୁସାରେ ପ୍ରଜନନ କ୍ଷମତା ଫେରିପାଇବା ଲାଗି ସେମାନଙ୍କର ପୁନଃ ଅସ୍ତ୍ରୋପଚାର ହୋଇଥିଲା । 

ସୁନ୍ଦରରାଜ କହିଛନ୍ତି, ନକ୍ସଲଙ୍କ  ମଧ୍ୟରେ ପ୍ରେମକୁ ମାଓନେତା ବିରୋଧ  କରୁନାହାନ୍ତି । କିନ୍ତୁ ବିବାହ ଓ ପିଲାଜନ୍ମକୁ  ସେମାନେ ପସନ୍ଦ କରୁନାହାନ୍ତି । କାରଣ  ମହିଳା ନକ୍ସଲ ଗର୍ଭବତୀ ହେବା ଏବଂ  ପିଲା ଜନ୍ମ କରିବା ଦ୍ୱାରା ସମସ୍ୟା ସୃଷ୍ଟି  ହେଉଛି । ଅଯଥା ଖର୍ଚ୍ଚ ବି ବଢୁଛି । ବିଶେଷକରି ସୁରକ୍ଷାକର୍ମୀଙ୍କ ସହ  ଏନ୍‌କାଉଣ୍ଟର ବେଳେ ସେମାନଙ୍କୁ  ସ୍ଥାନାନ୍ତର କରିବା କାଠିକର ପାଠ  ହେଉଛି । ସେମାନଙ୍କୁ ସୁରକ୍ଷା ଦେବାକୁ  ଯାଇ ଅନ୍ୟମାନେ ପ୍ରାଣ ହରାଉଉନ୍ତି । 

ପୁଲିସ ତଥ୍ୟ ଅନୁସାରେ, ଯେଉଁ  ୨୬ ପୁରୁଷ ନକ୍ସଲଙ୍କର ବନ୍ଧ୍ୟାକରଣ  ଅସ୍ତ୍ରୋପଚାର ହୋଇଥିଲା, ସେମାନଙ୍କ  ମଧ୍ୟରେ ବିଜାପୁର ଜିଲ୍ଲାରୁ ୪ ଜଣ,  ନାରାୟଣପୁରରୁ ୩ ଜଣ, କାଙ୍କେରରୁ  ୭, ଦାନ୍ତେୱାଡ଼ାରୁ ୩ ଏବଂ ସୁକ୍‌ମାରୁ ୯  ଜଣ ରହିଛନ୍ତି । ଏମାନେ ସମସ୍ତେ ପୁଲିସ  ନିକଟରେ ଆତ୍ମସମର୍ପଣ କରିଥିଲେ ।  ଦୁର୍ଭାଗ୍ୟବଶତଃ ୧୪ ଜଣଙ୍କ ଅସ୍ତ୍ରୋପଚାର  ବିଫଳ ହୋଇଥିଲା । ୧୪ ଯୋଡ଼ାଙ୍କୁ  ଥଇଥାନ କରିବା ପାଇଁ ପୁଲିସ ଅଣ୍ଟା  ଭିଡ଼ିଛି । ସେମାନେ କେମିତି ଅନାଥାଶ୍ରମରୁ  ପିଲା ନେଇ ସଂସାର ଗଢ଼ିପାରିବେ,  ତାହା ଉପରେ ବିଚାର କରାଯାଉଛି । 

ଅସ୍ତ୍ରୋପଚାର ଯୋଗୁ ପ୍ରଜନନ  କ୍ଷମତା ଫେରିପାଇଥିବା କିଛି ପୁରୁଷ ନକ୍ସଲ ଏବେ ପିତା ବନିଛନ୍ତି । ସେମାନଙ୍କ  ମଧ୍ୟରେ ସୁଭାଷ ମାଣ୍ଡାଭି, ସୋନୁ କୋର୍ସା,  ପାଣ୍ଡୁ ଓରଫ ଜଗତ ଲେକାମ୍‌, ଶ୍ୟାମଲାଲ  କୋରାମ, ଲକ୍ସିନ୍‌ ପୋୟାମ, ମିଲାପ  ଓରଫ ନିଲାମ ଉସେଣ୍ଡି, ସୋନୁ ଓରଫ ସୋନା ସାଇ କୋରାମ, ଚର୍ମୁ ଓରଫ  ରାମ ସିଂହ ସଲାମ, ଦିନେଶ କଡ଼ତି  ଏବଂ ଜିତୁ ସବ୍‌ଲାମ । ନକ୍ସଲ ନେତାଙ୍କ  ଏଭଳି ଅମାନବୀୟ କାର୍ଯ୍ୟ ପ୍ରଥମେ  ୨୦୧୦ରେ ଲୋକଲୋଚନକୁ ଆସିଥିଲା ।  କିନ୍ତୁ ଏବେ ବି ଏହା ଜାରି ରହିଛି । ମାତ୍ର  ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ‘ନକ୍ସଲ  ଡାକ୍ତର’ଙ୍କ ଦ୍ୱାରା ମାଓ କ୍ୟାମ୍ପ୍‌ରେ ପୁରୁଷ  ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଯାଉଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.