ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିମାନ ଦୁର୍ଘଟଣାରେ ମାଲାଓ୍ବିର ଉପରାଷ୍ଟ୍ରପତିଙ୍କ ସମେତ ୧୦ ମୃତ

ଲିଲୋଙ୍ଗଓ୍ବେ: ଦକ୍ଷିଣ ପଣ୍ଚିମ ଆଫ୍ରିକୀୟ ଦେଶ ମାଲାଓ୍ବିର ଉପରାଷ୍ଟ୍ରପତି ସୌଲୋସ୍‌ ଚିଲିମାଙ୍କ ମୃତ୍ୟୁ । ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ ସୌଲୋସ୍‌ ଚିଲିମାଙ୍କ ସମେତ ୧୦ ବ୍ୟକ୍ତି । ଏହି ଦୁର୍ଘଟଣାରେ ସୌଲୋସ୍‌ ଚିଲିମାଙ୍କ ପତ୍ନୀଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଉପରାଷ୍ଟ୍ରପତିଙ୍କ ବିମାନ ଦେଶର ଚିକାନଗାଓ୍ବା ପାର୍ବତ୍ୟାଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଥିବା ଉପରାଷ୍ଟ୍ରପତି, ତାଙ୍କ ପତ୍ନୀଙ୍କ ସମେତ ମୋଟ ୧୦ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ରାଷ୍ଟ୍ରପତି ଲାଜାରୁସ ଚାକଓ୍ବେରା ସୂଚନା ଦେଇଛନ୍ତି । 

ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ନଥିବା ସତ୍ବେ କାହିଁକି ଏବଂ କିଭଳି ଦୁର୍ଘଟଣା ଘଟିଲା ତାହା ଜଣାପଡ଼ିନାହିଁ । ଦେଶର ରାଜଧାନୀ ଲିଲୋଙ୍ଗଓ୍ବେକୁ ଫେରୁଥିବା ବେଳେ ଉପରାଷ୍ଟ୍ରପତିଙ୍କ ବିମାନ କ୍ରାସ ହୋଇଛି ବୋଲି ରାଷ୍ଟ୍ରପତି କହିଛନ୍ତି । ତେବେ ଉପରାଷ୍ଟ୍ରପତି ଚିଲିମା ଆସନ୍ତା ବର୍ଷ ହେବାକୁ ଥିବା ଦେଶର ସାଧାରଣ ନିର୍ବାଚନରେ ସେ ରାଷ୍ଟ୍ରପତି ରେସରେ ଆଗରେ ଥିଲେ । ଆଉ ତାଙ୍କର ବିମାନ ଗତକାଲି (ସୋମବାର) ହଠାତ ନିଖୋଜ ହୋଇଯାଇଥିଲା । ସକାଳ ୧୦.୨ରେ ତାଙ୍କ ବିମାନ ମୁଜୁଜୁ ବିମାନବନ୍ଦରରେ ଅବତରଣ କରିବାର ଥିଲା । ହେଲେ ଖରାପ ପାଗ ଯୋଗୁ ବିମାନ ଅବତରଣ କରିପାରିନଥିଲା । 

ଏହା ପରେ ଚିଲିମାଙ୍କ ବିମାନକୁ ରାଜଧାନୀ ଲିଲୋଙ୍ଗଓ୍ବେ   ଫେରିଆସିବାକୁ ନିର୍ଦ୍ଦେଶ ମିଳିଥିଲା । କିନ୍ତୁ ଏହାର କିଛି ସମୟ ପରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ସେଥିରେ ୫୧ ବର୍ଷୀୟ ଚିଲିମାଙ୍କ ସହ ଅନ୍ୟ ୯ ଜଣ ଥିଲେ। ତୁରନ୍ତ ତଲାସି ଓ ଉଦ୍ଧାର କାର୍ଯ୍ୟ ଲାଗି ରାଷ୍ଟ୍ରପତି ଲାଜାରୁସ୍‌ ଚାକଓ୍ବେରା ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆଜି ଉପରାଷ୍ଟ୍ରପତି ଚିଲିମାନ ଏବଂ ଅନ୍ୟ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି ।

 

  • South Africa
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.