ପ୍ରମୂଖ ଖବର
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ପ୍ୟାରିସ୍‌ ଅଲିମ୍ପିକ୍ ମଧ୍ୟରେ ଖରାପ ଖବର, ଭାରତୀୟ ଗଲ୍ଫର ଦୀକ୍ଷା ଡାଗରଙ୍କ କାର୍ ଦୁର୍ଘଟଣାଗ୍ରସ୍ତ

Published By : Prameya | August 1, 2024 8:10 PM

ପ୍ୟାରିସ୍‌ : ପ୍ୟାରିସ୍‌ ଅଲିମ୍ପିକ୍‌ ୨୦୨୪ ମଧ୍ୟରେ ଭାରତ ପାଇଁ ଖରାପ ଖବର ସାମ୍ନାକୁ ଆସିଛି। ଭାରତୀୟ ମହିଳା ଗଲ୍ଫର ଦୀକ୍ଷା ଡାଗରଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଦୀକ୍ଷାଙ୍କୁ କୌଣସି ଆଘାତ ଲାଗି ନାହିଁ, ହେଲେ ତାଙ୍କର ମାଆ ଆହତ ହୋଇଛନ୍ତି। 

ସୂତ୍ରାନୁସାରେ, ଦୀକ୍ଷା ଡାଗରଙ୍କର କାର୍‌ ଆକ୍ସିଡେଣ୍ଟ ୩୦ ଜୁଲାଇ ସନ୍ଧ୍ୟାରେ ପ୍ୟାରିସ୍‌ରେ ହୋଇଛି। ତାଙ୍କର ମାଆ ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ପିଠିରେ ଆଘାତ ଲାଗିଛି। ଦୀକ୍ଷା ସୁସ୍ଥ ଅଛନ୍ତି ଏବଂ ସେ ପ୍ୟାରିସ୍‌ ଅମ୍ପିଲିକ୍‌ରେ ମ୍ୟାଚ୍‌ ଖେଳିବେ। ଉକ୍ତ ଦୁର୍ଘଟଣା ସମୟରେ କାର୍‌ରେ ପରିବାରର ୪ ଜଣ ସଦସ୍ୟ ଥିଲେ। ମାଆଙ୍କୁ ପିଠିରେ ଆଘାତ ଲାଗିଥିଲା, ତାଙ୍କ ଭାଇଙ୍କର ସାମାନ୍ୟ ଆଘାତ ଲାଗିଛି। ପିତା ଓ ନିଜେ ଦୀକ୍ଷା ସୁରକ୍ଷିତ ଅଛନ୍ତି। 

କହି ରଖୁଛୁ କି, ପ୍ୟାରିସ୍‌ ଅଲିମ୍ପିକରେ ମହିଳା ଗଲ୍ଫ ଇଭେଣ୍ଟ ୭ରୁ ୧୦ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମୟରେ ଦୀକ୍ଷାଙ୍କ ମୁକାବିଲା ୭ ଅଗଷ୍ଟରେ ହେବ। ଭାରତରୁ ମହିଳା ଗଲ୍ଫ ଇଭେଣ୍ଟରେ ଦୀକ୍ଷାଙ୍କ ବ୍ୟତୀତ ଅଦିତି ଅଶୋକ ମଧ୍ୟ ଭାଗ ନେଉଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.