ପ୍ରମୂଖ ଖବର
  • କଟକ : ଗୁଡ଼ି ଦୋକାନରେ ପୋଲିସର ରେଡ୍‌, ଜବତ ହେଲା ଚାଇନିଜ୍‌ ମାଞ୍ଜା ସୂତା
  • ||
  • ହିନ୍ଦୋଳ : ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ସ୍ୱାମୀ ଅଟକ
  • ||
  • ହିନ୍ଦୋଳ : କ୍ରିକେଟ୍‌ ଖେଳକୁ ନେଇ ବେଡ଼ାପଡ଼ା ଗାଁରେ ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର
  • ||
  • ଡମଣା ଛକ ନିକଟରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ
  • ||
  • ସୋମବାର ଆୟୁଷ୍ମାନ୍‌ ଭାରତ ପାଇଁ ହେବ ବୁଝାମଣା ପତ୍ର ସ୍ୱାକ୍ଷର, ଦିଲ୍ଲୀରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ
  • ||
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ଗଣତନ୍ତ୍ରର ମହାପର୍ବ ୨୦୨୪: ୫୪୩ ଲୋକସଭା, ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ବିଧାନସଭାର ମତଦାନ ଗଣତି, ସକାଳ ୮ରୁ କାଉଣ୍ଟିଂ

Published By : Prameya | June 4, 2024 6:25 AM

ନୂଆଦିଲ୍ଲୀ,୦୪/୦୫: ଅଷ୍ଟାଦଶ ଲୋକସଭା ନିର୍ବାଚନ ପାଇଁ ମାର୍ଚ୍ଚ ୧୬ରେ ତାରିଖ ଘୋଷଣା ହେଲା । ଏହାପରେ ମାରାଥନ ପ୍ରଚାର ଅଭିଯାନ ଚାଲିଲା । ପୁଣି ଏପ୍ରିଲ ୧୯ରୁ ଜୁନ୍‌ ୧ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ମତଦାନ ହେଲା । ତାରିଖ ଘୋଷଣାରୁ ଭୋଟ ଗଣତି ପର୍ଯ୍ୟନ୍ତ ପ୍ରାୟ ୮୦ ଦିନ ବିତିଛି । ଆଜି ଏହି ୮୦ ଦିନ ପ୍ରତୀକ୍ଷାର ଅନ୍ତ ଘଟିଛି । ଆସିବ ଭୋଟରଙ୍କ ରାୟ । ୭୫୧ ଦଳର ମୋଟ ୮,୩୬୦ ପ୍ରାର୍ଥୀଙ୍କ ଭାଗ୍ୟର ନିଷ୍ପତ୍ତି ହେବ ।

ଜୁନ୍‌ ୪ (ମଙ୍ଗଳବାର)ରେ ୫୪୩ ଲୋକସଭା ଏବଂ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ । ସକାଳ ୮ଟାରୁ ଗଣତି ଆରମ୍ଭ ହେବ । ଘଣ୍ଟାଏ ପରେ ଜନତା ଦେଖିବେ ଟ୍ରେଣ୍ଡ । କିଏ ଆଗୁଆ ଓ କିଏ ପଛୁଆ ତାହା ଜାଣିବା ଲାଗି ଟିଭି ଉପରେ ରହିବ ନଜର । ପ୍ରତି କ୍ଷଣରେ ନେତାଙ୍କ ଛାତି ଧଡ଼ଧଡ଼ ହେବ ଏବଂ ଜନତାଙ୍କ ଉତ୍କଣ୍ଠାର ପାରଦ ଉପରମୁହାଁ ହୋଇଚାଲିବ । ଅଷ୍ଟାଦଶ ଲୋକସଭା କାହାର, ଅପରାହ୍ନ ୨ଟା ସୁଦ୍ଧା ପ୍ରାୟ ସ୍ପଷ୍ଟ ହେବା ସମ୍ଭାବନା ରହିଛି ।

ଭୋଟ ଗଣତି ଯେତିକି ଆଗକୁ ବଢ଼ିବ, ଜଣେ ପରେ ଜଣେ ପ୍ରାର୍ଥୀ ଭାଗ୍ୟର ନିଷ୍ପତ୍ତି ହୋଇଚାଲୁଥିବ । କେଉଁଠି ବିଜୟୀ ପ୍ରାର୍ଥୀଙ୍କ ସମର୍ଥକ ଉତ୍ସବ ମନାଇବେ ତ କେଉଁଠି ବିଫଳ ପ୍ରାର୍ଥୀଙ୍କୁ ଲାଗିବ ଝଟକା । ତେବେ ଏହା ପୂର୍ବରୁ ଏଗ୍‌ଜିଟ୍‌ ପୋଲ୍‌ ରିପୋର୍ଟ ଏନ୍‌ଡିଏ ହାଟ୍ରିକ ମାରିବ ବୋଲି କହିସାରିଛି । ଲୋକସଭାରେ ମୋଟ ୫୪୩ ଆସନ ରହିଥିବା ବେଳେ ମ୍ୟାଜିକ୍‌ ଅଙ୍କ ୨୭୨ ରହିଛି ।

ଏଥର ମୋଟ ୮,୩୬୦ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରାଇଛନ୍ତି । ଜାତୀୟ ଦଳରୁ ୧,୩୩୩, ଆଞ୍ଚଳିକ ଦଳରୁ ୫୩୨, ଅଣସ୍ୱୀକୃତିପ୍ରାପ୍ତ ଦଳରୁ ୨,୫୮୦ ଏବଂ ୩,୯୧୫ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ଲଢ଼ିଛନ୍ତି । ୨୦୧୯ରେ ମୋଟ ୭,୯୨୮ ଓ ୨୦୧୪ରେ ୮,୨୦୫ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନକୁ ଲମ୍ଫ ଦେଇଥିଲେ ।

ମଙ୍ଗଳବାର ୮ଟାରେ ଭୋଟ ଗଣତି ଆରମ୍ଭ ହେବା ପରେ ନିର୍ବାଚନ କମିଶନଙ୍କ ୱେବସାଇଟରେ ପ୍ରତି କ୍ଷଣର ଅପ୍‌ଡେଟ୍‌ ଦେଖିହେବ । ତେବେ ଏଥିପାଇଁ ୱେବ୍‌ସାଇଟ୍‌ର ଉପରେ ଦେଖାଯାଉଥିବା  ‘ଜେନେରାଲ ଇଲେକ୍ସନ୍‌ ୨୦୨୪’ ଉପରେ କ୍ଲିକ୍‌ କରିବାକୁ ପଡ଼ିବ । ଏଥିସହ ନିର୍ବାଚନ କମିଶନ ସହ ଜଡ଼ିତ ଭୋଟର ହେଲ୍ପଲାଇନ ଆପ୍‌ ଡାଉନ୍‌ଲୋଡ୍‌ କରି ବି ସହଜରେ ଫଳାଫଳ ଜାଣିହେବ । ଏହାବ୍ୟତୀତ ଜନତା ନିଜ ସ୍ମାର୍ଟଫୋନ୍‌ରେ ଏକାଧିକ ନ୍ୟୁଜ୍‌ ଚ୍ୟାନେଲ୍‌ ପକ୍ଷରୁ ଦିଆଯାଉଥିବା ପ୍ରତି କ୍ଷଣର ଅପ୍‌ଡେଟ୍‌କୁ ବି ଦେଖିପାରିବେ । ଘରେ ବସି ଟିଭିରେ ମଧ୍ୟ ଫଳାଫଳ ଜାଣିହେବ ।

ସର୍ବପ୍ରଥମେ ପୋଷ୍ଟାଲ ବାଲଟ୍‌ର ଗଣତି ହେବ । ଏହାପରେ ଇଭିଏମ୍‌ ଭୋଟ୍‌ ଗଣନା କରାଯିବ । ପୋଷ୍ଟାଲ ବାଲଟ୍‌ରେ ବି ଦୁଇପ୍ରକାର ମତଗଣନା ହେବ । ପ୍ରଥମେ ସେନା, ଅର୍ଦ୍ଧସାମରିକ ବଳର ଯବାନ ଏବଂ ଅଧିକାରୀଙ୍କ ଭୋଟ ଗଣତି କରାଯିବ । ଏହାପରେ ଦ୍ୱିତୀୟ ବର୍ଗରେ ନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀ, ଅଧିକାରୀ ଓ ସୁରକ୍ଷା କର୍ମୀଙ୍କ ପୋଷ୍ଟାଲ ବାଲଟ୍‌ ଗଣାଯିବ । ଇଭିଏମ୍‌କୁ ଭିଭିପାଟ ସହ ମିଳାଯିବା, ଭିଭିପାଟ ଚିଠା ଗଣନା ଏବଂ ପୋଷ୍ଟାଲ ବାଲଟ୍‌କୁ ମିଶାଇ ସନ୍ଧ୍ୟା ୬ଟା ସୁଦ୍ଧା ସବୁ ଆସନରେ ଫଳାଫଳ ଘୋଷଣା କରାଯିବ ।

ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟ ଏହାର ତୃତୀୟ ପାଳି ଆରମ୍ଭ ପାଇଁ ତତ୍ପର ହୋଇଥିବା ବେଳେ ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟ ୨୯୫ ଆସନ ଜିତି ସରକାର ଗଢ଼ିବା ପାଇଁ ଆଶା ରଖିଛି । କିନ୍ତୁ ବିରୋଧୀଙ୍କ ଏହି ଆଶାକୁ ଏଗ୍‌ଜିଟ୍‌ ପୋଲ୍‌ ରିପୋର୍ଟ ଆଗୁଆ ଭାଙ୍ଗିଦେଇଛି । ଗୋଟିଏ ଏଜେନ୍ସି ଏନ୍‌ଡିଏ ୪୦୦ରୁ ଅଧିକ ଆସନ ପାଇବା ନେଇ ଆକଳନ କରିଛି । ୧୩ଟି ଏଗ୍‌ଜିଟ୍‌ ପୋଲ୍‌ର ପୋଲ୍‌ ଅଫ୍‌ ପୋଲ୍‌ସରେ ଏନ୍‌ଡିଏକୁ ୩୬୫ ଓ ‘ଇଣ୍ଡିଆ’କୁ ୧୪୫ ଆସନ ମିଳିବା ନେଇ ଅନୁମାନ ଲଗାଯାଇଛି । ଅନ୍ୟମାନେ ୩୨ ପାଇବା ନେଇ ଆକଳନ ହୋଇଛି । ଏଥର ବିଜେପି ଏହାର ୨୦୧୯ ଅଙ୍କ (୩୦୩)କୁ ପାର୍‌ କରିଯିବା ନେଇ ଦୃଢ଼ ଆଶା ବାନ୍ଧିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଭଳି ବିଜେପିର ଶୀର୍ଷ ନେତାମାନେ ଦଳ ୩୭୦ ଆସନ ପାଇବା ନେଇ ପ୍ରଚାର ଅଭିଯାନରେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଏନ୍‌ଡିଏ ୪୦୦ ପାର୍‌ କରିବା ନେଇ କହିଥିଲେ ।

ଉତ୍ତର ପ୍ରଦେଶ, ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼ ଭଳି ହିନ୍ଦୀଭାଷୀ ରାଜ୍ୟ ଓ ଦିଲ୍ଲୀରେ ବିଜେପିକୁ ଏକତରଫା ବିଜୟ ମିଳିବା ସମ୍ଭାବନା ରହିଛି । ଏଠାରେ ଦଳକୁ ୯୦%ରୁ ଅଧିକ ଆସନ ମିଳିପାରେ । ମଧ୍ୟ ପ୍ରଦେଶରେ ଥିବା ମୋଟ ୨୯ ଆସନରୁ ବିଜେପିକୁ ୨୮-୨୯ ଏବଂ ରାଜସ୍ଥାନର ୨୫ ଆସନରୁ ୨୩-୨୫ ଆସନ ମିଳିବା ସମ୍ଭାବନା ରହିଛି । ପଶ୍ଚିମବଙ୍ଗରେ ମୋଟ ୪୨ ଆସନ ମଧ୍ୟରୁ ବିଜେପିକୁ ୨୬ରୁ ୩୧ଟି ମିଳିପାରେ । ଓଡ଼ିଶା ଓ ତେଲଙ୍ଗାନାରେ ବିଜେପି ଏହାର ଆସନ ସଂଖ୍ୟା ଦୁଇଗୁଣା ବଢ଼ାଇବା ନେଇ ସମ୍ଭାବନା ରହିଛି ।

  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.