ପ୍ରମୂଖ ଖବର
  • ହେଲିକପ୍ଟରରେ ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ମାନଚିତ୍ର ବିବାଦରେ ଚାରିଆଡୁ ଘେରିଲା ଚୀନ୍: ଏବେ ଜାପାନା କଲା କଡ଼ା ବିରୋଧ, କହିଲା- ‘ସେନକାକୁ ଦ୍ବୀପ ଆମର’

Published By : Prameya | September 7, 2023 3:17 PM

ବେଜିଂ,୭।୯: ପୂର୍ବ ଚୀନ୍ ସାଗରର ବିବାଦୀୟ ସେନକାକୁ ଦ୍ବୀପକୁ ନିଜ କ୍ଷେତ୍ରରେ ସାମିଲ କରି ନୂଆ ‘ମାନକ ମାନଚିତ୍ର’ ଜାରି କରିଥିବା ଚୀନ୍‌ ବିରୋଧରେ ଆସିଛି ଜାପାନ। ଏହା ପୂର୍ବରୁ ଭାରତ, ଫିଲିପାଇନ୍ସ, ମାଲେସିଆ, ଭିଏତନାମ ଓ ତାଇଓ୍ବାନ ମଧ୍ୟ ଚୀନ୍ ନକ୍ସା ଓ ଚୀନ୍‌ର ଉଦେଶ୍ୟ ଉପରେ ଆପତ୍ତି ପ୍ରକାଶ କରିଥିଲେ। ଜାପାର ମୁଖ୍ୟ କ୍ୟାବିନେଟ୍ ସଚିବ ମାସ୍ତୁନୋ ଟୋକିଓରେ ଗଣମାଧ୍ୟମକୁ କହିଛନ୍ତି, ଜାପାନ ଗତ ମାସ ବେଜିଂ ଦ୍ବାରା ଜାରି ଏକ ନୂଆ ମାନଚିତ୍ର ଉପରେ ରାଜନୈତିକ ଚ୍ୟାନେଲ ମାଧ୍ୟରେ ଚୀନ୍ ନିକଟରେ ବିରୋଧ କରିଥିଲା। 

ଜାପାନ ଗଣମାଧ୍ୟମ ମାସ୍ତୁନୋ କହିଛନ୍ତି, ଟୋକିଓ ବେଜିଂରୁ ମାନଚିତ୍ରକୁ ରଦ୍ଦ କରିବାର ଆଗ୍ରହ କରିଛି, କାରଣ ଏଥିରେ ଦକ୍ଷିଣ ଜାପାନର ଓକିନାଭା ପ୍ରାନ୍ତରେ ସେନକାକୁ ଦ୍ବୀପରେ ଚୀନ୍‌ର ଏକତରଫା ଦାବି ଉପରେ ଆଧାରିତ ବିବରଣୀ। ମାନଚିତ୍ରରେ ସେନକାକୁର ଡିୟାଓୟୁ ଦ୍ବୀପ ସମୁହ ରୂପରେ ବର୍ଣ୍ଣିତ କରାଯାଇଛି, ଯେଉଁ ଦ୍ବୀପ ଚୀନ୍‌ ନାଁରେ ରହିଛି। ପୂର୍ବ ଚୀନ୍ ସାଗରରେ ଜାପାନ ଶାସିତ ଦ୍ବୀପରେ ବେଜିଂ ନିଜର ଦାବି କରିପାରେ। 

ମାତ୍ସୁନୋ କହିଛନ୍ତି, ସେନକାକୁ ଦ୍ବୀପ ଐତିହାସିକ ରୂପରେ ଓ ଅନ୍ତର୍ଜାତୀୟ ଆଇନ ଅନୁସାରେ, ନିର୍ବିବାଦୀୟ ରୂପରେ ଜାପାନର ଏକ ଅନ୍ତର୍ନିହିତ ଅଂଶ ଅଟେ।’ ସେ କହିଛନ୍ତି, ଜାପାନର ଲୋକଙ୍କ ଜୀବନ ଓ ସମ୍ପତ୍ତି ସହିତ ଦେଶର ଭୂମି, ସମୁଦ୍ର ଓ ବିମାନ ମାର୍ଗର ରକ୍ଷା କରିବାରେ ଦୃଢ ରହିବାର ନିଜ ରଣନୀତି ଆଧାରରେ ସଂଯମତା ଓ ପ୍ରତିଶ୍ରୁତିବଦ୍ଧ ଉପାୟରେ ପ୍ରତିକ୍ରିୟା ଦେଇଛନ୍ତି।’

ଜାପାନର ବିରୋଧ ଉପରେ ପ୍ରତିକ୍ରିୟା ଦେଇ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ ଦ୍ବୀପ ଉପରେ ଟୋକିଓର ଦାବିକୁ ଖାରଜ କରିଛନ୍ତି। ମାଓ ବୁଧବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଡିୟାଓୟୁ ଦ୍ବୀପ ଓ ପଡୋଶୀ ଦ୍ବୀପ ଚୀନ୍‌ କ୍ଷେତ୍ରୀ ଅଂଶ ନୁହେଁ। ସେ କହିଛନ୍ତି, ଚୀନ୍ ପାଇଁ ତାଙ୍କୁ ଆମର ମାନକ ମାନଚିତ୍ରରେ ସାମିଲ କରିବା ଉଚିତ। ଆମେ ସେ ସମ୍ପର୍କିତ ବୟାନକୁ ସ୍ବୀକାର କରୁନାହୁଁ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.