ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚନ୍ଦ୍ରଯାନ-୩ ପରେ ମହାକାଶରେ ହେବ ଆଉ ଏକ କାରନାମା , ଖୁବ୍‌ ଶୀଘ୍ର ଇସ୍ରୋ ଶୁଣାଇ ପାରେ ଖୁସି ଖବର

ନୂଆଦିଲ୍ଲୀ : ଚନ୍ଦ୍ରଯାନ-୩ର ସଫଳତା ପରେ ଭାରତର ସ୍ପେସ୍‌ ସାଇନ୍ସରେ ଖ୍ୟାତି ସାରା ବିଶ୍ୱରେ ବଢି ଯାଇଛି। ରୁଷ୍‌ , ଆମେରିକା ଓ ଚୀନ୍‌ ପରେ ଭାରତ ଏକ ମିସାଲ ପ୍ରତିଷ୍ଠା କରିବାକୁ ଯାଉଛି। ଭାରତ ମହାକାଶରେ ନିଜର ସ୍ପେସ୍‌ ଷ୍ଟେସନ ପ୍ରତିଷ୍ଠା କରିବା ବିଶ୍ୱର ୪ର୍ଥ ଦେଶ ହେବାକୁ ଯାଉଛି। ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) ପ୍ରମୁଖ ଏସ୍‌ ସୋମନାଥ କହିଛନ୍ତି କି, ୨୦୩୫ ଯାଏ ମହାକାଶ ଷ୍ଟେସନ ପଠାଇବାର ବ୍ୟବସ୍ଥା କରାଯିବ। 

ଏନଡିଟିଭିର ରିପୋର୍ଟ ମୁତାବିକ , ପ୍ରସ୍ତୁତିର ସମୟ ଆରମ୍ଭ ହୋଇ ସାରିଛି। ଭାରତ ନିଜର ମହାକାଶ ଷ୍ଟେସନରେ କେଉଁ ପ୍ରକାରର ଟେକନିକ୍‌ର ବ୍ୟବହାର କରାଯିବ , ଏହା ଉପରେ ଇସ୍ରୋର ବୈଜ୍ଞାନିକ କାମ କରିବା ଆରମ୍ଭ କରି ସାରିଛନ୍ତି।

ଏହି ସ୍ପେସ୍‌ ଷ୍ଟେସନକୁ ନିମ୍ନ କକ୍ଷରେ ସ୍ଥାପିତ କରାଯିବ। ଏହାର ନାମ ଭାରତୀୟ ମହାକାଶ ଷ୍ଟେସନ ହେବ। ମହାକାଶ ଷ୍ଟେସନରେ ଦୁଇରୁ ଚାରି ମହାକାଶ ଯାତ୍ରୀ ରହି ପାରିବେ। ଏନଡିଟିଭିକୁ ଦେଇଥିବା ଏକ ସାକ୍ଷାତକାରରେ , ତିରୁଅନନ୍ତପୁରମ୍‌ରେ ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ର ନିର୍ଦ୍ଦେଶକ ଉନ୍ନିକୃଷ୍ଣନ ନାୟର କହିଛନ୍ତି କି ମହାକାଶ ଷ୍ଟେସନର କିଛି ଭାଗକୁ ଭାରତର ସବୁଠୁ ଓଜନିଆ ରକେଟ ମଧ୍ୟରେ ଗୋଟିଏ ବାହୁବଳୀ ଓ ଲଞ୍ଚ ଭାଇକଲ ମାର୍କ ୩ (ଏଲଭିଏମ ୩) ଦ୍ୱାରା ମହାକାଶକୁ ପଠାଯିବ।

ଭାରତର ମହାକାଶ ଷ୍ଟେସନ ପୃଥିବୀ ଠାରୁ ୪୦୦ କି.ମି ଉପର କକ୍ଷରେ ସ୍ଥାପିତ କରାଯିବ। ଏହି ମହାକାଶ ଷ୍ଟେସନରେ ଆଷ୍ଟ୍ରୋବାୟୋଲଜି ଓ ମାଇକ୍ରୋଗ୍ରାଭିଟି ସମ୍ୱନ୍ଧିତ ବିଭିନ୍ନ ଗବେଷଣ କରାଯିବ। ପୃଥିବୀ ପରି ଏହାର ଉପଗ୍ରହ ଚନ୍ଦ୍ରମାରେ ମଧ୍ୟ ମହାକାଶ ଷ୍ଟେସନରେ ଗବେଷଣା କରାଯିବ କି ତାହା ରହିବା ଯୋଗ୍ୟ ନା ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.