ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ପାକିସ୍ତାନ ଠାରୁ ଭାରତ ପାଖରେ ଅଧିକ ପରମାଣୁ ଅସ୍ତ୍ର, ବହୁ ଆଗରେ ଚୀନ୍‌: ରିପୋର୍ଟ

ନୂଆଦିଲ୍ଲୀ: ପାକିସ୍ତାନ ଠାରୁ ଭାରତ ପାଖରେ ଅଧିକ ଆଣବିକ ଯୁଦ୍ଧାସ୍ତ୍ର ରହିଛି । ସେପଟେ ଚୀନ୍ ଅସ୍ତ୍ରାଗାରରେ ଆଣବିକ ଯୁଦ୍ଧାସ୍ତ୍ର ସଂଖ୍ୟା ବୃଦ୍ଧି ପାଇଛି । ୨୦୨୩ରେ ଚୀନ୍ ପାଖରେ ୪୧୦ଟି ଆଣବିକ ଯୁଦ୍ଧାସ୍ତ୍ର ଥିବା ବେଳେ ଜାନୁଆରୀ ୨୦୨୪ ବେଳକୁ ଏହି ସଂଖ୍ୟା ୫୦୦ରେ ପହଞ୍ଚିଛି ବୋଲି ସ୍ବିଡେନ୍‌ ଥିଙ୍କ ଟ୍ୟାଙ୍କ ରିପୋର୍ଟରୁ ଜଣାପଡ଼ିଛି । ଗତ ଦୁଇ ବର୍ଷ ମଧ୍ୟରେ ବିଶ୍ବ ଦୁଇଟି ଯୁଦ୍ଧ ଦେଖିଲାଣି । ଏହାକୁ ଦେଖି ବିଶ୍ବର ୯ ପରମାଣୁ ଶକ୍ତି ସଂପନ୍ନ ଦେଶ ବିଶେଷ କରି ଭାରତ, ପାକିସ୍ତାନ ଏବଂ ଚୀନ୍‌ ନିଜର ଆଣବିକ ଯୁଦ୍ଧାସ୍ତ୍ରର ଆଧୁନିକୀକରଣ କରୁଛନ୍ତି ବୋଲି ଷ୍ଟକ୍‌ହୋମ୍‌ ଇଣ୍ଟରନ୍ୟାସନାଲ୍‌ ପିସ୍‌ ରିସର୍ଚ୍ଚ (SIPRI)ର ବିଶ୍ଳେଷଣରୁ ଜଣାପଡ଼ିଛି । 

 ସେପଟେ ୨୦୨୩ରେ ସକ୍ରିୟ ପରାମାଣୁ ଯୁଦ୍ଧାସ୍ତ୍ର ମଧ୍ୟରେ ୯୦ ପ୍ରତିଶତ କେବଳ ଆମେରିକା ଏବଂ ରୁଷିଆ ପାଖରେ ରହିଛି । ଆମେରିକା ଏବଂ ରୁଷିଆ ପାଖରେ ୨୧୦୦ ପରମାଣୁ ଯୁଦ୍ଧାସ୍ତ୍ର ‘ହାଇ ଅପରେସନାଲ୍‌ ଆଲର୍ଟ’ରେ ରହିଛି । ସେହିଭଳି ଚୀନ୍‌ ମଧ୍ୟ ନିଜର କେତେକ ଓ୍ବାର ହେଡ୍‌ ହାଇ ଆଲର୍ଟରେ ରଖିଥିବା ରିପୋର୍ଟରୁ ଜଣାପଡ଼ିଛି । 

 ସିପ୍ରି ରିପୋର୍ଟ ଅନୁସାରେ, ଜାନୁଆରୀ ୨୦୨୪ ସୁଦ୍ଧା ଭାରତରେ ୧୭୨ ଟି "ସଂରକ୍ଷିତ" ପରମାଣୁ ଅସ୍ତ୍ର ରହିଛି । ଯାହା ପାକିସ୍ତାନଠାରୁ ଦୁଇଟି ଅଧିକ ବୋଲି କୁହାଯାଉଛି। ୨୦୨୩ରୁ ଭାରତ ନିଜର ପରମାଣୁ ଅସ୍ତ୍ରଶସ୍ତ୍ରକୁ ସାମାନ୍ୟ ବୃଦ୍ଧି କରିଥିଲା। ଉଭୟ ପାକିସ୍ତାନ ଓ ଭାରତ ୨୦୨୩ରୁ ନୂଆ ପ୍ରକାରର ପରମାଣୁ ପ୍ରହାର କରିପାରୁଥିବା ପ୍ରଣାଳୀର ବିକାଶ ଜାରି ରଖିଛନ୍ତି। 

ଭାରତ ଦୂରଗାମୀ ଅସ୍ତ୍ର ଉପରେ ଅଧିକ ଗୁରୁତ୍ୱ ଦେଉଛି। ଯାହା ଚୀନର ସମସ୍ତ ଅଞ୍ଚଳକୁ ସହଜରେ ଟାର୍ଗେଟ୍ କରିପାରିବ ବୋଲି ରିପୋର୍ଟରେ କୁହାଯାଇଛି। ସ୍ୱିଡିସ୍ ଥିଙ୍କ ଟ୍ୟାଙ୍କ ଅନୁସାରେ, ବାଲିଷ୍ଟିକ୍ ମିସାଇଲରେ ଏକାଧିକ ଆଣିବିକ ଅସ୍ତ୍ରଶସ୍ତ୍ର ମୁତୟନ କରିବା ଦିଗରେ ଭାରତ, ପାକିସ୍ତାନ, ଉତ୍ତର କୋରିଆ, ଋଷ ଏବଂ ଆମେରିକାର ପଦାଙ୍କ ଅନୁସରଣ କରୁଛନ୍ତି । ତେବେ ଅନ୍ୟ ଦେଶ ତୁଳନାରେ ଚୀନ ନିଜର ପରମାଣୁ ଅସ୍ତ୍ରକୁ ଅଧିକ ଦ୍ରୁତ ଗତିରେ ବୃଦ୍ଧି କରୁଛି ବୋଲି ସିପ୍ରିର ହନ୍ସ କ୍ରିଷ୍ଟେନ୍ କହିଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.