ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୋମବାର ରାଶିଫଳ: କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ

ମେଷ: କୃଷ୍ଣପକ୍ଷର ଦ୍ୱାଦଶ ଚନ୍ଦ୍ର ଯୋଗୁ ଅପବ୍ୟୟ, ଅପବାଦ ଏବଂ ଅପଯଶ ମୁକ୍ତ ହେବେ । ମନରୁ ଦୁଃଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହ ଭାବ ଅପସରି ଯିବ । ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବାରେ ସମର୍ଥ ହେବେ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମସ୍ତ କଷ୍ଟସାଧ୍ୟ କାମ ଆଜି ଆପଣଙ୍କ ପାଇଁ ସହଜ ହେବ । ଯେଉଁମାନଙ୍କର ଅଶ୍ୱିନୀ ଓ କୃତ୍ତିକା ମେଷ, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଲାଲ, ସଂଖ୍ୟା: ୬, ଆରାଧନା: ପ୍ରଭୁ ସ୍କନ୍ଦ ।

ବୃଷ: ଏକାଦଶ ଚନ୍ଦ୍ର ଏବଂ ଶନି ଓ ବୁଧ ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଧନ, ସମ୍ପଦ ବୃଦ୍ଧି ପାଇବ ଏବଂ ଅନ୍ୟକୁ ଦେଇଥିବା ଧନ ଓ ବକେୟା ଧନ ଆଦାୟ ହେବ । ଆକସ୍ମିକ ଧନ ଲାଭ ଏବଂ କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟ କିମ୍ବା ବ୍ୟବସାୟର ଶାଖା ବଢ଼ାଇବା ପାଇଁ ଉଦ୍ୟମ ଜାରି ରଖିବେ । କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ସୁବିଧା ସୁଯୋଗ ହାସଲ କରିବେ । ଯେଉଁମାନଙ୍କର କୃତ୍ତିକା ଓ ମୃଗଶିରା ବୃଷ ସେମାନେ ଉପକୃତ ହେବେ । ଶୁଭରଙ୍ଗ: ସିଲ୍ଭର, ସଂଖ୍ୟା: ୪, ଆରାଧନା: ପ୍ରଭୁ ଶ୍ରୀରାମ ।

ମିଥୁନ: କର୍ମ ପ୍ରତି ଏକାଗ୍ରତା ଓ ଆନ୍ତରିକତା ଅଧିକ ରହିବ ଏବଂ ସମସ୍ତ କର୍ମରେ ସଫଳତା, ତତ୍ପରତା, ସମୟାନୁବର୍ତ୍ତିତା ଶୀର୍ଷରେ ରହିବ । ମନରେ ସତଚିନ୍ତା, ସତଭାବନା ପ୍ରକାଶ ପାଇବ ଏବଂ ସତକର୍ମରେ ଅଧିକ ଆଗ୍ରହ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ମିଳିବ ନାହିଁ। ଯେଉଁମାନଙ୍କର ମୃଗଶିରା ଓ ପୁନର୍ବସୁ ମିଥୁନ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଚକୋଲେଟ୍, ସଂଖ୍ୟା: ୧୨, ଆରାଧନା: ମା’ତ୍ରିପୁର ସୁନ୍ଦରୀ ।

କର୍କଟ: କୃଷ୍ଣପକ୍ଷର ନବମ ଚନ୍ଦ୍ର ଏବଂ ଶନିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ । ଅପମାନ, ଅପଯଶ, ଅପନିନ୍ଦା ମିଳିବ ଏବଂ ଉନ୍ନତିମୂଳକ କର୍ମରେ ବିଘ୍ନ ଓ ଧାର୍ମିକ କର୍ମରେ ପ୍ରତିବନ୍ଧକ ଦେଖା ଦେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ କର୍ମରେ ବିଫଳତା ଓ ସମ୍ମାନ ହାନି ଘଟିବ । ଯେଉଁମାନଙ୍କର ପୁଷ୍ୟା ଓ ଅଶ୍ଳେଷା କର୍କଟ ସେମାନେ ସତର୍କ ହେବେ । ଶୁଭରଙ୍ଗ: ଧଳା, ସଂଖ୍ୟା: ୧, ଆରାଧନା: ଭଗବାନ ଶିବ ।

ସିଂହ: ଅଷ୍ଟମ ଚନ୍ଦ୍ର, ଶନିଙ୍କ ନକ୍ଷତ୍ର ଏବଂ ଅମାବାସ୍ୟା ତିଥି ଯୋଗୁଁ ବାଦ ବିବାଦ, ସ୍ୱାସ୍ଥ୍ୟ ଏବଂ ଆର୍ଥିକ କାରବାର ଏବଂ ନିଜର ଲୋକଙ୍କ ସହ କଥାବାର୍ତ୍ତା ବେଳେ ସତର୍କ ହେବେ । ମନରେ ଅସ୍ଥିରତା, ପରିବାରରେ ମତାନ୍ତର ଏବଂ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ ଏବଂ କର୍ମରେ ବିଫଳତା ଓ କର୍ମପ୍ରତି ଅନାଗ୍ରହ ଓ ଆଳସ୍ୟତା ଭାବ ପ୍ରକାଶ ପାଇବ । ଯେଉଁମାନଙ୍କର ପୂର୍ବାଫାଲ୍ଗୁନୀ ଓ ଉତ୍ତରା ଫାଲ୍ଗୁନୀ ସିଂହ ସେମାନେ ସତର୍କ ହେବେ । ଶୁଭରଙ୍ଗ: ଲାଲ, ସଂଖ୍ୟା: ୩, ଆରାଧନା: ମା’ ମାଣିକେଶ୍ୱରୀ ।

କନ୍ୟା: ସପ୍ତମ ଚନ୍ଦ୍ର, ସୋମବାର ଏବଂ ଶନି ଓ ବୁଧ ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମୂଲ୍ୟବାନ ଧାତୁ, ବସନଭୂଷଣ ଓ ମୂଲ୍ୟବାନ ସୌଖୀନ ଘରୋଇ ଉପକରଣ କ୍ରୟ କରିବେ । ପରିଚିତ ମହିଳାଙ୍କଠାରୁ ସାହାଯ୍ୟ, ସହଯୋଗ ଓ ଧନ ମିଳିବ ଏବଂ ଦାମ୍ପତ୍ୟ ଜୀବନ ମଧୁର ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଏବଂ ମହିଳା ସହକର୍ମୀଙ୍କ ସହଯୋଗ ପ୍ରାପ୍ତ କରିବେ । ଯେଉଁମାନଙ୍କର ହସ୍ତା କନ୍ୟା, ସେମାନେ ଉପକୃତ ହେବେ । ଶୁଭରଙ୍ଗ: ସବୁଜ, ସଂଖ୍ୟା: ୧୨, ଆରାଧନା: ମା’ ଷୋଡ଼ଶୀ ।

ତୁଳା: ଷଷ୍ଠ ଚନ୍ଦ୍ର ଓ ସୋମବାର ଏବଂ ଶନି, ବୁଧ ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା, ସମସ୍ତଙ୍କ ସହ ବନ୍ଧୁତା, ବଚନରେ ମଧୁରତା, ଚାଲିଚଳନରେ ସଂଯମତା, କର୍ମରେ ଆଶାଠାରୁ ଅଧିକ ସଫଳତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ଆପଣାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ଯେଉଁମାନଙ୍କର ଚିତ୍ରା ଓ ସ୍ୱାତୀ ତୁଳା, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ନୀଳ, ସଂଖ୍ୟା: ୬, ଆରାଧନା: ମା’ ସମଲେଶ୍ୱରୀ ।

ବିଛା: ପଞ୍ଚମ ଚନ୍ଦ୍ର ଯୋଗୁଁ ବିଦ୍ୟା, ବୁଦ୍ଧି, ଜ୍ଞାନ, ଗରିମା, ପ୍ରତ୍ୟୁତ୍ପନ୍ନମତି, ଦୂରଦୃଷ୍ଟ ଓ ସ୍ମରଣ ଶକ୍ତି ହ୍ରାସ ପାଇବ ଏବଂ ମାନ, ସମ୍ମାନ ହାନି ଘଟିବ । ସନ୍ତାନମାନେ ବିଶୃଙ୍ଖଳିତ ହେବେ ଏବଂ ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖାଦେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ ଅଯଥା ଖର୍ଚ୍ଚ ଅଧିକ ହେବ ଓ କର୍ମରେ ବିଫଳତା ଏବଂ ସହକର୍ମୀଙ୍କ ସହ ମତାନ୍ତର ହେବ । ଯେଉଁମାନଙ୍କର ଅନୁରାଧା ଓ ଜ୍ୟେଷ୍ଠା ବିଛା ସେମାନେ ସତର୍କ ହେବେ । ଶୁଭରଙ୍ଗ: ଗୋଲାପି, ସଂଖ୍ୟା: ୩, ଆରାଧନା: ପ୍ରଭୁ ହନୁମାନ ।

ଧନୁ: ଘାତଚନ୍ଦ୍ର ଯୋଗୁଁ ମନରେ ଦୁଃଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହ ଭାବ ପ୍ରକାଶ ପାଇବ ଏବଂ ସ୍ୱଜନ, ପରିଜନ, ବନ୍ଧୁ ଓ ପଡ଼ୋଶୀଙ୍କ ସହ ବିବାଦ ହେବ । ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜି ଯାଇପାରେ । ଅନ୍ୟଠାରୁ ଆଣିଥିବା ଧନ ଫେରାଇବାରେ ଅସମର୍ଥ ହେବେ ଏବଂ ଅନ୍ୟକୁ ଦେଇଥିବା ଧନ ପାଇବାରେ ବିଫଳ ହେବେ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ଓ ପରିବହନରେ ବିପର୍ଯ୍ୟୟ ଘଟିବ । କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗି ରହିବ । ଯେଉଁମାନଙ୍କର ପୂର୍ବାଷାଢ଼ା ଓ ଉତ୍ତରାଷାଢ଼ା ଧନୁ, ସେମାନେ ସତର୍କ ହେବେ । ଶୁଭରଙ୍ଗ: ହଳଦିଆ, ସଂଖ୍ୟା: ୭, ଆରାଧନା: ପ୍ରଭୁ ଗଜାନନ ।

ମକର: ତୃତୀୟ ଚନ୍ଦ୍ର ଯୋଗୁ ମନରେ ଉତ୍ସାହ, ଉଦ୍ଦୀପନା, ପରିବାରରେ ସୁଖ,ଶାନ୍ତି ଏବଂ ଭାଇ, ଭଉଣୀଙ୍କ ସାହାଯ୍ୟ, ସହଯୋଗ ପ୍ରାପ୍ତ କରିବେ । ଧନ, ସମ୍ପଦ ବୃଦ୍ଧି ପାଇବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ମନରେ ପ୍ରସନ୍ନତା, ପରିବାରରେ ସୁଖ,ଶାନ୍ତି ଏବଂ ଚାଲିଚଳନ, ବ୍ୟବହାର ମାର୍ଜିତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମସ୍ତ କର୍ମରେ ଆପଣଙ୍କର କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ । ଯେଉଁମାନଙ୍କର ଉତ୍ତରାଷାଢ଼ା ଓ ଧନିଷ୍ଠା ମକର ସେମାନେ ଉପକୃତ ହେବେ । ଶୁଭରଙ୍ଗ: ମାଟିଆ, ସଂଖ୍ୟା: ୧୧, ଆରାଧନା: ମା’ ଚଣ୍ଡି ।

କୁମ୍ଭ: ଦ୍ୱିତୀୟ ଚନ୍ଦ୍ର ଯୋଗୁଁ ଧନ କ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମତାନ୍ତର ଏବଂ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ । ଅନ୍ୟଠାରୁ ଆଣିଥିବା ଧନ ଫେରାଇବାରେ ଅସମର୍ଥ ହେବେ ଏବଂ ଅନ୍ୟକୁ ଦେଇଥିବା ଧନ ପାଇବାରେ ବିଫଳ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗି ରହିବ । ଯେଉଁମାନଙ୍କର ଶତଭିଷା କୁମ୍ଭ, ସେମାନେ ସତର୍କ ହେବେ । ଶୁଭରଙ୍ଗ: କଫି, ସଂଖ୍ୟା: ୩, ଆରାଧନା: ମା’ ଭୈରବୀ ।

ମୀନ: ଶ୍ରୀ ଚନ୍ଦ୍ର, ସୋମବାର ଯୋଗୁଁ ଧନ, ମାନ, ସମ୍ମାନ ଏବଂ ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ । ଆମୋଦ ପ୍ରମୋଦ ଓ ମଉଜ ମଜଲିସ୍ରେ ଅଧିକ ଆଗ୍ରହ ରହିବ ଏବଂ ପରିବାର ପ୍ରତି ଅଧିକ ଯତ୍ନବାନ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଏବଂ ସହକର୍ମୀଙ୍କ ସହଯୋଗ ପ୍ରାପ୍ତ କରିବେ । ଯେଉଁମାନଙ୍କର ପୂର୍ବଭାଦ୍ର ମୀନ, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଗୋଲାପି, ସଂଖ୍ୟା: ୫, ଆରାଧନା:  ମା’ ତାରା ।

ଜ୍ୟୋତିର୍ବିଦ୍: କୈଳାସ ଦାଶ
ସମ୍ପର୍କ.: ୯୪୩୭୧୩୩୪୭୩

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.