ପ୍ରମୂଖ ଖବର
  • ହେଲିକପ୍ଟରରେ ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଇଡି ମାମଲାରେ ଅର୍ଚ୍ଚନା ନାଗଙ୍କୁ ଜାମିନ୍‌, ଏବେ ଜେଲ୍‌ରୁ ମୁକୁଳିପାରିବେ

Published By : Prameya | December 5, 2023 11:59 AM

କଟକ,୦୫/୧୨: ବହୁଚର୍ଚ୍ଚିତ ସେକ୍ସ ସ୍କାଣ୍ଡାଲ୍‌ ଓ ବ୍ଲାକ୍‌ମେଲିଂ ଘଟଣାରେ ଗିରଫ  ଅର୍ଚ୍ଚନା ନାଗ୍‌ଙ୍କୁ ସୋମବାର ହାଇକୋର୍ଟରୁ ଜାମିନ୍‌ ମିଳିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  (ଇଡି) ପକ୍ଷରୁ ରୁଜୁ ଏହି ମାମଲାରେ ୨ ଲକ୍ଷ ଟଙ୍କା ଏବଂ ଦୁଇ ଜଣ ଜାମିନ୍‌ଦାରଙ୍କ  ବଦଳରେ ଅର୍ଚ୍ଚନା ଜାମିନରେ ଯିବେ ବୋଲି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌  ଗୌରୀଶଙ୍କର ଶତପଥୀ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ପୁଲିସ ପକ୍ଷରୁ ରୁଜୁ ଦୁଇଟି ମାମଲାରେ ତାଙ୍କୁ ଜାମିନ୍‌ ମିଳିସାରିଛି । ଏହି ତୃତୀୟ ମାମଲାରେ ଜାମିନ୍‌ ମିଳିବା ଫଳରେ ଅର୍ଚ୍ଚନା ଏବେ ଜେଲରୁ ମୁକୁଳିପାରିବେ ।  

ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଦୁଷ୍କର୍ମ ମାମଲା: ସୌରିନ୍‌ଙ୍କ ନାଁରେ ଏନ୍‌ବିଡବ୍ଲୁ ଜାରି

ହାଇକୋର୍ଟ ରାୟ ପ୍ରକାଶ କରି କହିଛନ୍ତି, ଏହି  ମାମଲାରେ ଆବେଦନକାରିଣୀ ଗିରଫ ହେବାର ଗୋଟେ ବର୍ଷ ପରେ ବି ନିମ୍ନ ଅଦାଲତରେ ବିଚାର (ଟ୍ରାଏଲ୍‌) ଆରମ୍ଭ ହୋଇନାହିଁ । ତାଙ୍କର ଜଣେ ସହଯୋଗୀ ଏଯାଏ ଗିରଫ ହୋଇନଥିବାରୁ ତାଙ୍କ ବିରୋଧରେ ଜାମିନ୍‌ବିହୀନ ପରୱାନା ମଧ୍ୟ ଜାରି କରାଯାଇଛି । ତେଣୁ ନିକଟ ଭବିଷ୍ୟତରେ ଟ୍ରାଏଲ୍‌ ଆରମ୍ଭ ହେବା ନେଇ କୌଣସି ପ୍ରକାର ସମ୍ଭାବନା ଦେଖାଯାଉ ନାହିଁ। ଏସବୁକୁ ଆଧାର  କରି ହାଇକୋର୍ଟ ଅର୍ଚ୍ଚନା ନାଗ୍‌ଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି । ଅର୍ଚ୍ଚନା ଯଦି ଜାମିନ୍‌ ପାଇଁ ଧାର୍ଯ୍ୟ ସର୍ତ୍ତ ଭାଙ୍ଗନ୍ତି ତାହେଲେ ନିମ୍ନ  ଅଦାଲତ ଏହି ଜାମିନ ଖାରଜ କରିପାରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।  ଆବେଦନକାରିଣୀଙ୍କ ପକ୍ଷରୁ ଆଇନଜୀବୀ ଜୟଦୀପ ପାଲ୍‌ ମାମଲା ପରିଚାଳନା କରୁଥିଲେ । 

ଉଲ୍ଲେଖଯୋଗ୍ୟ, ପ୍ରତିଷ୍ଠିତ ଲୋକଙ୍କୁ ବ୍ଲାକ୍‌ମେଲ୍‌ କରି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ପ୍ରଥମେ ପୁଲିସ୍‌ ଏବଂ ପରେ ଇଡି ଅର୍ଚ୍ଚନା  ନାଗ୍‌, ତାଙ୍କ ସ୍ୱାମୀ ଏବଂ କିଛି ସହଯୋଗୀଙ୍କ ନାମରେ ମାମଲା ରୁଜୁ କରିଥିଲା । ଏହି ମାମଲାରେ ଅର୍ଚ୍ଚନା ନାଗ୍‌ ୨୦୨୨ ଡିସେମ୍ବର ୧୩ରେ ଗିରଫ ହୋଇଥିଲେ ।  ନିମ୍ନ ଅଦାଲତରୁ ଜାମିନ୍‌ ଖାରଜ ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.