ନୂଆଦିଲ୍ଲୀ, ୮/୯ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଶନିବାର ବଡ଼ ନିଷ୍ପତ୍ତି ନେଇଛନ୍ତି । ସେ ସଫା ସଫା କହି ଦେଇଛନ୍ତି କି ଆଧାରକାର୍ଡ଼ ତିଆରି କରିବାକୁ ନେଇ ତାଙ୍କ ନେତୃତ୍ବାଧିନ ରାଜ୍ୟ ସରକାର ଆହୁରି ବି ଶକ୍ତ ହୋଇଯାଇଛନ୍ତି । ଏବେ ଆଧାରକାର୍ଡ଼ ତିଆରି କରିବାକୁ ଆବେଦକଙ୍କୁ ଏନଆରସି ଆବେଦନ ରସିଦ ନମ୍ବର ଜମା କରିବାକୁ ହେବ । ଆସାମ ସିଏମଙ୍କ ଅନୁସାରେ ଏହାକୁ ନେଇ ବିସ୍ତୃତ ମାନ ସଞ୍ଚାଳନ ପ୍ରକ୍ରିୟା(ଏସଓପି) ପ୍ରସ୍ତୁତ କରାଯିବ ଏବଂ ଏହାକୁ ୧ ଅକ୍ଟେବାରରୁ ଲାଗୁ କରାଯିବ ।
ଆସାମ ସିଏମଙ୍କ ଅନୁସାରେ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟାର ତଥା ଏନଆରସିର ଆବେଦନ ରସିଦ ନମ୍ବର ଜମା କରିବା ଦ୍ବାରା ଅବୈଧ ବିଦେଶୀଙ୍କ ଆସିବା ଅଟକିଯିବ । ରାଜ୍ୟ ସରକାର ଆଧାରକାର୍ଡ଼ ଜାରି କରିବାରେ ବହୁତ ଶକ୍ତ ହେବେ । ଆଧାରକାର୍ଡ଼ ଲାଗି ଆସିଥିବା ଆବେଦନ ଜନସଂଖ୍ୟାରେ ବହୁତ ଅଧିକ ଅଛି । ଯାହା ଦେଖାଯାଉଛି କି ରାଜ୍ୟରେ ସନ୍ଦିଗ୍ଧ ନାଗରିକ ଅଛି । ଏହା କାରଣ ଅଟେ କି ଆସାମ ସରକାର ଆଧାରକାର୍ଡ଼ ଲାଗି ଏନଆରସି ଆବେଦନ ରସିଦ ନମ୍ବର ଜମା କରିବାକୁ ହେବ ।
ହିମନ ବିଶ୍ବା ଶର୍ମାଙ୍କ ଅନୁସାରେ ଆସାମରେ ଆଧାରକାର୍ଡ଼ ହାସଲ କରିବା ଏବେ ସହଜ ହେବ ନାହିଁ । ଆଶା ଅଛି କି ଅନ୍ୟ ରାଜ୍ୟ ବି ଆଧାରକାର୍ଡ଼ ଜାରି କରିବା ଲାଗି ଶକ୍ତ ହେବ । ଏନଆରସି ଆବେଦନ ରସିଦ ନମ୍ବର ଜମା କରିବା ସେହି ୯.୫୫ଲକ୍ଷ ଲୋକଙ୍କ ଉପରେ ଲାଗୁ ହେବ ନାହିଁ । ଯାହାଙ୍କୁ ବାୟୋମେଟ୍ରିକ୍ସ ଏନଆରସି ପ୍ରକ୍ରିୟା ସମୟରେ ଲକ୍ କରି ଦିଆଯାଇଥିଲା, ତାଙ୍କୁ ତାଙ୍କ କାର୍ଡ଼ ମିଳିଯିବ ।