ପ୍ରମୂଖ ଖବର
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

ଏବେ ଭାରତୀୟ ଖେଳାଳିଙ୍କୁ ମଦ୍ୟପାନ କିମ୍ବା ଧୂମ୍ରପାନ ବିଜ୍ଞାପନ କରିବା ମନା

ନୂଆଦିଲ୍ଲୀ, ୨।୮: ଏବେ ଖେଳାଳି କରିପାରିବେନି ଏଭଳି ବିଜ୍ଞାପନ । ବିଡ଼ି, ସିଗାରେଟ୍ ଏବଂ ମଦ ବିଜ୍ଞାପନ କରିବାକୁ ଖେଳାଳିଙ୍କୁ ମନା । କେବଳ ଏତିକି ନୁହେଁ, ବିଜ୍ଞାପନରୁ ନିଜକୁ ଦୂରେଇ ରଖିବାକୁ ଖେଳାଳିଙ୍କୁ କରିବାକୁ ହେବ ପ୍ରତିଜ୍ଞା । ଏହି ବିଜ୍ଞାପନ କରିବାକୁ ଖେଳାଳିଙ୍କୁ ବାରଣ କରିଛନ୍ତି ସରକାର । BCCI ଖେଳାଳିଙ୍କଠାରୁ ସତ୍ୟପାଠ ନେଉ ବୋଲି ସରକାରଙ୍କ ନିର୍ଦ୍ଦେଶ ।  

ଭାରତୀୟ ଖେଳାଳିମାନେ ବିଭିନ୍ନ ସାମଗ୍ରୀର ବିଜ୍ଞାପନ କରୁଥିବାର ଆମେ ଦେଖିଛେ । ଏଥିମଧ୍ୟରୁ କିଛି ଖେଳାଳି ବର୍ତ୍ତମାନ ତମାଖୁ, ମାଦକଦ୍ରବ୍ୟ ଭଳି ବିଜ୍ଞାପନ କରୁଛନ୍ତି । ଏହା ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କହିଛନ୍ତି କେନ୍ଦ୍ର ସରକାର । କିନ୍ତୁ, ଏବେ ଦେଶର କୌଣସି ଖେଳାଳି ମଦ୍ୟପାନ କିମ୍ବା ଧୂମ୍ରପାନର ବିଜ୍ଞାପନରେ ଆଉ ଦେଖାଯିବେ ନାହିଁ । ସ୍ୱାସ୍ଥ୍ୟ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ଅତୁଲ ଗୋୟଲ ବିସିସିଆଇ ଏବଂ ସାଇକୁ ଚିଠି ଲେଖି ଖେଳାଳିଙ୍କଠାରୁ ତୁରନ୍ତ ସତ୍ୟପାଠ ନେବାକୁ କହିଛନ୍ତି । ଏହି ପତ୍ରରେ ଡକ୍ଟର ଗୋୟଲ ଲେଖିଛନ୍ତି ଯେ ଖେଳାଳି, ବିଶେଷକରି କ୍ରିକେଟରମାନେ ଦେଶର ଯୁବ ଜନସଂଖ୍ୟା ପାଇଁ ଆଦର୍ଶ ହୋଇଥାନ୍ତି । ଏହା ଯୁବକମାନଙ୍କୁ ଏକ ସୁସ୍ଥ ଜୀବନଶୈଳୀ ପାଇଁ ପ୍ରେରଣା ଯୋଗାଇପାରେ । 

ତଥାପି ଦୁର୍ଭାଗ୍ୟଜନକ ଯେ, ଖେଳ ଜଗତର ଷ୍ଟାରମାନେ ପ୍ରାୟତଃ ସିଗାରେଟ୍, ବିଡ଼ି କିମ୍ବା ପାନ ମସଲା ବିଜ୍ଞାପନ କରୁଥିବାର ଦେଖାଯାଉଛି । ସ୍ୱାସ୍ଥ୍ୟ ମହାନିର୍ଦ୍ଦେଶକ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ)ର ସଭାପତି ରୋଜର ବିନି ଦେଶର ଜନସଂଖ୍ୟାକୁ ସୁସ୍ଥ ରଖିବା ପାଇଁ ସରକାରଙ୍କୁ ସମର୍ଥନ କରିବାକୁ କହିଛନ୍ତି । ଆଇପିଏଲ କିମ୍ବା ଅନ୍ୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସମୟରେ ଏଭଳି ବିଜ୍ଞାପନ ପ୍ରସାର ନ କରାଯାଉ ବୋଲି ସେ ଆବେଦନ କରିଛନ୍ତି । ଏହି ବିଜ୍ଞାପନରୁ ଖେଳାଳୀଙ୍କୁ ହଟାଇବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବା ଉଚିତ୍ । ଡକ୍ଟର ଗୋୟଲ ପରାମର୍ଶ ଦେଇଛନ୍ତି ଯେ, ବିସିସିଆଇ ଖେଳାଳିଙ୍କଠାରୁ ଏକ ସତ୍ୟପାଠ ନେଇପାରେ, ଯେଉଁଥିରେ ସେ ଏହି ବିଜ୍ଞାପନରୁ ନିଜକୁ ଦୂରେଇ ରଖିବାକୁ ପ୍ରତିଜ୍ଞା କରିବେ । ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ମହାନିର୍ଦ୍ଦେଶକ ସନ୍ଦୀପ ପ୍ରଧାନଙ୍କୁ ମଧ୍ୟ ଏ ସମ୍ପର୍କିତ ସମାନ ଚିଠି ଲେଖାଯାଇଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.