ପ୍ରମୂଖ ଖବର
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ୟୁରୋ କପ୍‌ ୨୦୨୪ : ଫ୍ରାନ୍‌ସିସ୍କୋଙ୍କ ଗୋଲ୍‌ରେ ଜିତିଲା ପର୍ତ୍ତୁଗାଲ୍‌

ଲିପ୍‌ଜିଗ୍‌,୧୯/୦୬ : ମାତ୍ର ୭ ମିନିଟ୍‌ର ବ୍ୟବଧାନ । ଏକ ଚିତ୍ତାକର୍ଷକ ବିଜୟରୁ ବଞ୍ଚିତ ହୋଇଥିଲା ଚେକ୍‌ ଗଣରାଜ୍ୟ । କିଛି କ୍ଷଣ ମଧ୍ୟରେ ବିଜୟ ସ୍ୱପ୍ନ ମଉଳି ଯାଇଥିଲା । ତାରକା ଖଚିତ ଶକ୍ତିଶାଳୀ ପର୍ତ୍ତୁଗାଲ୍‌ ବିପକ୍ଷରେ ଅଗ୍ରଣୀ ହାସଲ କରିବା ପରେ ଚେକ୍‌ ଗଣରାଜ୍ୟ ଉତ୍ସାହକୁ କାବୁ କରିପାରି ନଥିଲା । ଏକ ଛୋଟ ତ୍ରୁଟିରୁ ଆତ୍ମଘାତୀ ଗୋଲ କରିବସିଥିଲେ ରବିନ ରାନାକ୍‌ । ସ୍ଥିତି ବରାବର ହେବା ପରେ ଚେକ୍‌ ଗଣରାଜ୍ୟ ଲୟ ହରାଇ ବସିଥିଲା । ପର୍ତ୍ତୁଗାଲ ଏକ ଅପ୍ରତ୍ୟାଶିତ ପରାଜୟରୁ ବର୍ତ୍ତିବା ପରେ ସବୁ ଶକ୍ତି ଲଗାଇ ଇନ୍‌ଜ୍ୟୁରୀ ଟାଇମ୍‌ରେ ଏକ ଗୋଲ୍‌ କରି ୨-୧ରେ ବିଜୟୀ ହୋଇଥିଲା । ଲିପ୍‌ଜିଗ୍‌ରେ ଅନୁଷ୍ଠିତ ଗ୍ରୁପ୍‌ ଏଫ୍‌ର ଏହି ମ୍ୟାଚ୍‌ ପୂର୍ବରୁ ପର୍ତ୍ତୁଗାଲ ବିଜୟୀ ହେବ ବୋଲି ପୂର୍ବାନୁମାନ କରାଯାଉଥିଲା । ରୋନାଲ୍ଡୋ, ବ୍ରୁନୋ, ପେପେ, ରୁବେନ ଡାୟାସଙ୍କ ଭଳି ବହୁ ଲୋକପ୍ରିୟ ଖେଳାଳିଙ୍କୁ ନେଇ ଗଠିତ ପର୍ତ୍ତୁଗାଲ୍‌ ଦଳ ଅସଲରେ ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରି ନଥିଲା । 

ମ୍ୟାଚ୍‌ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆକ୍ରମଣ କରିଥିଲେ ହେଁ ଚେକ୍‌ ଗଣରାଜ୍ୟର ଡିଫେନ୍ସ ଲାଇନ୍‌କୁ ଅତିକ୍ରମ କରିବାରେ ପର୍ତ୍ତୁଗାଲ୍‌ ବିଫଳ ହୋଇଥିଲା । ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ରହିବା ପରେ ଦ୍ୱିତୀୟାର୍ଦ୍ଧରେ ଘମା ଘୋଟ ଲଢେଇ ହୋଇଥିଲା । ୬୨ତମ ମିନିଟ୍‌ରେ ଚେକ୍‌ ଗଣରାଜ୍ୟ ଗୋଲ୍‌ ଖାତା ଖୋଲିଥିଲା । ଦଳ ପକ୍ଷରୁ ଲୁକାସ ପ୍ରୋଭୋର୍ଡ ଏହି ଗୋଲ୍‌ କରିଥିଲେ । ମାତ୍ର ୬୯ତମ ମିନିଟ୍‌ରେ ପର୍ତ୍ତୁଗାଲର ଭିଟିହ୍ନାଙ୍କୁ ଅଟକାଇବାକୁ ଯାଇ ରବିନ ରାନାକ ନିୟନ୍ତ୍ରଣ ହରାଇଥିଲେ ଓ ବଲ୍‌ଟି ନିଜ ଗୋଲ ପୋଷ୍ଟକୁ ଚାଲିଯାଇଥିଲା । ସ୍ଥିତି ବରାବର ହେବା ପରେ ପର୍ତ୍ତୁଗାଲ୍‌ ମନୋବଳ ଫେରିପାଇଥିଲା । ଚେକ୍‌ ଗଣରାଜ୍ୟ କଡ଼ା ଟକ୍କର ଦେଇଥିଲେ ହେଁ ଆଉ ଗୋଲ୍‌ କରିପାରି ନଥିଲା । ୯୦ତମ ମିନିଟ୍‌ରେ ବଦଳ ଖେଳାଳି ଭାବେ ଓହ୍ଲାଇଥିବା ଫ୍ରାନ୍‌ସିସ୍କୋ କନ୍‌ସେସିଓ ୯୦୍ମ୨ତମ ମିନିଟ୍‌ରେ ଗୋଲ୍‌ କରି ପର୍ତ୍ତୁଗାଲ୍‌କୁ ବିଜୟୀ କରାଇଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.